ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ। ଲୋକଙ୍କ କହିବା ଅନୁସାରେ ସେହି ଗ୍ରାମର ଈଶ୍ବର ବଡରଇତଙ୍କ ଝୀଅ ଆରତି ବଡରଇତ ଯାହାର ବୟସ ପ୍ରାୟ ୧୦ ବର୍ଷ। ନିଜ ଗାଁର ସାଙ୍ଗ ସାଥିଙ୍କ ସହ ଗାଁ ନିକଟସ୍ଥ ଆମ୍ବ ତୋଟାକୁ ଯାଇ ଆମ୍ବ ଗୋଟେଇ ଥିଲେ। ପରେ ସେହି ନିକଟରେ ଥିବା ଏକ ଗାଡିଆରେ ଗାଧେଇବାକୁ ଯାଇଥିଲେ। ଗାଧଉଗାଧଉ ହଠାତ ଆରତି ର ଗୋଡ ଖସି ମଝି ଗାଡିଆକୁ ଚାଲିଯାଇଥିଲେ।

ସେଠି ଅଧିକ ଗଭୀର ଥିବାରୁ ଆଉ ବାହାରକୁ ଆସି ପାରିନଥିଲେ। ସାଙ୍ଗମାନେ ମଧ୍ୟ ତାକୁ ବାହାରକୁ ଆଣି ନ ପାରି ଗାଁକୁ ଯାଇ ଖବର ଦେଲେ। ଗାଁରୁ ଲୋକେ ଆସି ଝୀଅଟିକୁ ଉଦ୍ଧାର କରି ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସେଠି ଡାକ୍ତର ବ୍ରଜ କିଶୋର କର ଆରତି ର ମୃତ୍ୟୁ ହୋଇଥିବା କହିବା ସହ ଥାନାକୁ ସୂଚନା ଦେଇଥିଲେ।















