• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦ୍ରର ମୋଦୀ ସରକାର ଭାରତବର୍ଷର ଦୁର୍ଦ୍ଦିନର କାରଣ : ପ୍ରଦେଶ କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
December 28, 2019
in ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
କେନ୍ଦ୍ରର ମୋଦୀ ସରକାର ଭାରତବର୍ଷର ଦୁର୍ଦ୍ଦିନର କାରଣ : ପ୍ରଦେଶ କଂଗ୍ରେସ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 28.12.2019 : – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ମୁଖପାତ୍ର ଅଖିଲେଷ ପ୍ରତାପସିଂଜୀ ମୋଦୀ ସରକାର ଭାରତବର୍ଷର ସମସ୍ତ ନାଗରିକଙ୍କ ପାଇଁ ଏକ ସୁଖଃଦ ଦିନର ପ୍ରତିଶୃତି ଦେଇଥିଲେ । କିନ୍ତୁ ୫ବର୍ଷ ୭ମାସ ବିତିଗଲା ସାରା ଭାରତବର୍ଷର ପ୍ରତ୍ୟେକ ବର୍ଗର ଲୋକ ସୁଖଃଦ ଦିନକୁ ଚାହିଁ ଚାହିଁ ଥକିପଡ଼ିଲେଣି । ପ୍ରଥମ ପାଳିରେ ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଦେଶରୁ କଳାଧନ ଫେରାଇ ଆଣିବା ଏବଂ ଦେଶ ଭିତରେ ଥିବା କଳାଧନକୁ ଜବତ କରିବାପାଇଁ ବିମୁଦ୍ରୀକରଣ କରିଥିଲେ । କିନ୍ତୁ ବିଦେଶରୁ କେତେ କଳାଧନ ଆସିଲା । ଦେଶ ଭିତରୁ କେଉଁ ସୂତ୍ରରୁ କଳାଧନ ଯବତ କରାଗଲା ଆଜି ପର୍ଯ୍ୟନ୍ତ ତାହାର କୋଣସୀ ତଥ୍ୟ ଦେଶବାସୀଙ୍କ ସାମନାରେ ରଖାଗଲା ନାହିଁ । ଦେଶର ଅର୍ଥନୀତି ଆଜି ରସାତଳଗାମୀ । ଜିଡିପି ଗ୍ରୋଥ ୪.୫ ରୁ ମଧ୍ୟ କମ୍ । ଭାରତ ବର୍ଷର ସମସ୍ତ ମୂଳ ଶିଳ୍ପ, ମୋଟରଜାନ ଶିଳ୍ପ, ବିସ୍କୁଟ୍ଶିଳ୍ପ ଏବଂ ଅନ୍ୟାନ୍ୟ ଶିଳ୍ପ ସବୁ ଆଜି ତଳକୁ ତଳକୁ ଯିବାରେ ଲାଗିଛନ୍ତି । ସରକାରଙ୍କ ପାଖରେ କୌଣସୀ ଠୋସ ପଦକ୍ଷେପ ନାହିଁ ନିତ୍ୟ ବ୍ୟବହାର୍ଯ୍ୟ, ଖାଦ୍ୟ ପଦାର୍ଥ, ପେଟ୍ରୋଲ, ଡିଜେଲ, ଜାଲେଣୀ ଗ୍ୟାସ ଯାହା ଭାରତ ବର୍ଷର ସବୁ ବର୍ଗର ଲୋକଙ୍କ ପାଇଁ ଆବଶ୍ୟକ ତାହା ଆଜିଆକାଶ ଛୁଆଁ । ଯେଉଁ ଗ୍ୟାସକୁ ୨୦୧୪ ରେ ୪୧୬ ରେ କିଣାଯାଉଥିଲା ବର୍ତମାନ ତାହା ୭୪୦ଟଙ୍କାରେ ପହଂଚିଛି । ଡାଲି, ଚିନି, ଖାଇବାତେଲ, ·, ଆଳୁ, ପିଆଜ ଦରଦାମ କଥା କହିଲେ ନସରେ । ଭାରତ ବର୍ଷର କୋଟି କୋଟି ବେକାର ଯୁବକ ଆଜି ରାଜରାସ୍ତାରେ । କିନ୍ତୁ ପ୍ରଧାନମନ୍ତ୍ରୀ କହିଥିଲେ ପ୍ରତିବର୍ଷ ୨କୋଟି ଯୁବକମାନଙ୍କୁ ରୋଜଗାର ପ୍ରଦାନ କରିବେ । ଏ ବେରୋଜଗାରୀ ୪୫ ବର୍ଷର ସବୁଠାରୁ କମ୍ ରେକର୍ଡକୁ ଛୁଇଁ ସାରିଛି । କିନ୍ତୁ ପ୍ରଧାନ ମନ୍ତ୍ରୀ ମନକି ବାତ କହିବାରେ ମାହିର କିନ୍ତୁ ଦେଶକି ବାତ କହିବାରେ ତାଙ୍କ ପାଖରେ ସମୟ ନାହିଁ ।

ଭାରତ ବର୍ଷର ଜନଗଣ ଏ ସରକାରକୁ ବହୁମତ ଦେଇଥିଲେ କେବଳ ସୁନ୍ଦର ଏବଂ ଭାରତ ମଜବୁତ ପାଇଁ । କିନ୍ତୁ ଏ ସରକାର ଭାରତବର୍ଷର ସମ୍ବିଧାନର ଯେଉଁ ମୂଳମନ୍ତ୍ର ଏବଂ ଉଦ୍ଦେଶ୍ୟକୁ ଛାରକାର କରିଦେଇଛି । ଭାରତବର୍ଷକୁ ଆଜି ଜାତି ଜାତି ଭିତରେ ବିଭାଜନ କରିବାକୁ ଚେଷ୍ଟିତ । ଆସାମରେ ପ୍ରଥମେ ଏନଆରସି କରାଗଲା କିନ୍ତୁ ଆସାମର ଏନଆରସିର ଫଳାଫଳ ତାଙ୍କୁ ନସୁହାଇବା ଯୋଗୁଁ ଭାରତର ସମ୍ବିଧାନରେ ନାଗରିକତ୍ୱ ଆଇନକୁ ସଂଶୋଧନ କରି ଏକ ପରିବର୍ତିତ ନାଗରିକତ୍ୱ ଆଇନ ଆଣିଲେ ଯଦ୍ୱାରାକି ଭାରତବର୍ଷକୁ ଏକ ଧର୍ମଭିର୍ତିକ ରାଷ୍ଟ୍ରରେ ପରିଣତ କରିବାରେ ଲାଗିପଡ଼ିଛନ୍ତି । ଯଦ୍ୱାରାକି ଭାରତବର୍ଷର ଯେଉଁ ମୂଳ ଗର୍ବ, ଗୌରବ, ଗାରିମା ପ୍ରତି ଏକ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି । ବିଶ୍ୱ ଦରବାରରେ ଭାରତ ବର୍ଷର ଗାରିମା ଆଜି ଭୁଲୁଣ୍ଠିତ ଭାରତ ବର୍ଷର ଐକତା, ସଂହତି, ଭାତୃତ୍ୱ ଭାବ ଆଜି କଉଠି ନା କଉଠି ନଷ୍ଟ ହୋଇଯିବାକୁ ବସିଲାଣି । ଭାରତର ସମ୍ବିଧାନ ଆଜି ସମ୍ବିଧାନକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି । ସମ୍ବିଧାନର ମୂଳମନ୍ତ୍ରକୁ ଧ୍ୱଂସ କରିବାର ଲାଗିପଡ଼ିଛନ୍ତି । ଏ ସରକାର ନାରୀମାନଙ୍କ ସୂରକ୍ଷା ଦେବାରେ ବିଫଳ, ବେଟିପଢ଼ାଓ ବେଟି ବଂଚାଓର ନାରା ଦେଇଥିବା ସରକାର ତାଙ୍କର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଦଳର ବିଧାୟକ ନାରୀମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଯେଉଁ ପୀଡ଼ିତା ମହିଳା ଏ ଅଭିଯୋଗ ଆଣିଲା ସେ ଆଜି ଜେଲ୍ରେ ଆଉ ଯିଏ ଅତ୍ୟାଚର କଲା ସିଏ ଆଜି ଖୁଲମଖୋଲା ବୁଲିପାରୁଛି । ଗରୀବ ମହିଳାମାନଙ୍କ ଆଖିଣୁ ଲୁହ ପୋଛିବା ପାଇଁ ଯେଉଁ ଉଜ୍ଜଳା ଯୋଜନା ଘୋଷଣା କରାଯାଇଥିଲା । ଆଜି ସେ ଯୋଜନାର ଅଧିକାଂଶ ଗୃହିଣୀ ଦ୍ୱିତୀୟଥର ପାଇଁ ଗ୍ୟାସ ଭରିପାରୁ ନାହାନ୍ତି । ଏବଂ ଏହି ଯୋଜନାର କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଖୋଦ ପ୍ରମାଣ ପାଇସାରିଲେଣି । ତଥାପି ଏ ସରକାର ସ୍ୱଚ୍ଛବୋଲି ଡିଣ୍ଡିମ ପିଟୁଛନ୍ତି ।

ଯେଉଁଭଳି ଭାବରେ ଆଜି ଏ ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାରଗେଟ କରୁଛି ତାହାଦ୍ୱାର ଭାରତବର୍ଷର ଭାତୃତଭାବର ଯେଉଁ ସୁନାମ ଥିଲା ତାହାପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ଭାରତ ବର୍ଷର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଭାଙ୍ଗି ଛାରଖାର କରି ଦିଆଯାଇ ସାରିଲାଣି । ଏବେ ଭାରତ ସରକାର ଏନ୍ପିଆର ଆରମ୍ଭ କରିଛନ୍ତି କିନ୍ତୁ ଯଦି ଜନଗଣା ଆରମ୍ଭ କରାଯାଇଛି ତାହାହେଲେ ଏନ୍ପିଆର ଆବଶ୍ୟକତା କେଉଁଠି । ଯଦି ଏନ୍ପିଆର ୧୫ଟି ତଥ୍ୟ ମଗାଯାଇଥିଲା ଏବେ କାହିଁକି ୨୧ଟି ତଥ୍ୟ ମଗାଯାଉଛି । କେଉଁଠି ନା କେଉଁଠି ଭାଇ ଭାଇ ଭିତରେ ଜାତି ଜାତି ଭିତରେ ଧର୍ମ ଧର୍ମ ଭିତିରେ ଲଢ଼େଇ କରିବାର ଏକ ଅପଚେଷ୍ଟା । ନବୀନବାବୁ ଜଣେ ବହୁରୁପି ନେତା ଓଡ଼ିଶାରେ ଚରିତ୍ର ଅଲଗା କିନ୍ତୁ ଦିଲ୍ଲୀଗଲେ ତାଙ୍କର ଚରିତ୍ର ବଦଳିଯାଏ । ଧର୍ମ ନିରପେକ୍ଷତାର ଡିଣ୍ଡିମି ପିଟୁଥିବା ନବୀନ ବାବୁ ଜଣେ ସାମ୍ପ୍ରଦାୟିକ ବାଦୀ । ମୋଦି ସରକାର ଇଷ୍ଟ୍ଇଣ୍ଡିଆ କମ୍ପାନୀ ୨ ସାଂଗରେ ସମାନ । ଏହି ଅବସରରେ ଓଡ଼ିଶା ସରକାରଙ୍କ ବିଫଳତା ନେଇ ଆଲୋକପାତ କରିଥିଲେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ଜୀ ରୁଦ୍ରରାଜୁ, ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ପ୍ରାକ୍ତନ ମିଡ଼ିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

March 8, 2026
ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

March 8, 2026
ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ

ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ

March 8, 2026
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

March 8, 2026
ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version