No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତବର୍ଷ ଜୁନ ୧୧ ଓ ଜୁନ ୨୭ ରଥଯାତ୍ରା ଉପଲକ୍ଷେ ଛତିଶା ନିଯୋଗ ସେବାୟତ ଓ ପୋଲିସ ପ୍ରଶାସନ ମଧରେ ସମନ୍ବୟ ବୈଠକ ଜିଲ୍ଲା ପୋଲିସ କାର୍ଯାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ । ଛତିଶା ନିଯୋଗର ସମସ୍ତ ସଦସ୍ୟ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଲ ମିଶ୍ର, ସଚିନ ପଟେଲ, ସୌମ୍ୟରଂଜନ ମଲ୍ଲିକ, ସିଟି ଡିସପି ପ୍ରଶାନ୍ତ ସାହୁ, ଟ୍ରାଫିକ ଡିସପି ରାଜକୁମାର ପରିଡା ଏହା ସହ ଟାଉନର ସମସ୍ତ ଥାନା ଅଧିକାରୀ ସହ ଏସଏସଏମଏସଭି ବାଟାଲିୟନର ଦୃଗପତି ତାପସ ଦାସ, ଉପଦୃଗପତି କୌଶିକ ନାୟକ, ସହ ଦୃଗପତି ଘନଶ୍ୟାମ ହେମ୍ବ୍ରମ, ବିଜୟ ନନ୍ଦ, ସୌମ୍ୟରଞ୍ଜନ ଦାଶ, ନାରାୟଣ ରାଉତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ ।

ବୈଠକର ଆରମ୍ଭରେ ଏସପି ପୁରୀ ସ୍ୱାଗତ ସଭାରେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ, ଦେବସ୍ନାନ ପୂର୍ଣିମା ଓ ରଥଯାତ୍ରାର ଧାର୍ମିକ ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ପୁରୀ ପୋଲିସ ପକ୍ଷରୁ ପୂରା ଉତ୍ସବ ଦ୍ୱାରା ଶୃଙ୍ଖଳା ଓ ନିୟମିତତା ରକ୍ଷା କରିବାକୁ ସମ୍ପୂର୍ଣ୍ଣ ଆଗ୍ରହ ଓ ଦାୟିତ୍ୱପୂର୍ଣ୍ଣ ଭାବେ ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତ ଛତିଶା ନିଯୋଗର ସେବାୟତ ତାଙ୍କ ନାମ ଓ ପଦବୀ ସହ ନିଜ ପରିଚୟ ଦେଇଥିଲେ, ଯାହା ଦ୍ୱାରା ଆପସିକ ବିଶ୍ୱାସ ଓ ସମନ୍ୱୟ ବୃଦ୍ଧି ପାଇଲା।ଛତିଶା ନିଯୋଗ ପକ୍ଷରୁ ପୁରୀ ପୋଲିସ ସହ ପୂର୍ବ ସମୟର ସଫଳ ସହଯୋଗ ପ୍ରତି ଋଣୀତା ବ୍ୟକ୍ତ କରାଯିବା ସହିତ, ଏସ୍ପି ଶ୍ରୀ ଅଗ୍ରୱାଲ ସେବାୟତଙ୍କୁ ଆଗାମୀ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ସହଯୋଗ ଓ ସମୟ ଅନୁସାରେ ସମସ୍ତ ନୀତିକାନ୍ତ ସମାପନ କରିବା ପାଇଁ ପ୍ରସ୍ତାବ କରିଥିଲେ।ଗାଡ଼ି ଯାତାୟାତ ଓ ପାର୍କିଂ ବ୍ୟବସ୍ଥା ଦେବସ୍ନାନ ପୂର୍ଣିମା ପାଇଁ ନୂଆ ପାର୍କିଂ ସ୍ଥଳ ହିସାବରେ ପଶ୍ଚିମ ଗେଟ୍ ନିର୍ଦ୍ଦିଷ୍ଟ ହୋଇଛି।

ରଥଯାତ୍ରା ସମୟରେ ମୁକ୍ତାକାଶ ରଙ୍ଗମଞ୍ଚ ପାଖରେ ଗାଡ଼ି ରଖିବା ପାଇଁ ବ୍ୟବସ୍ଥା କରାଯିବ । ନିଯୋଗ ପକ୍ଷରୁ ଶୃଙ୍ଖଳିତ ଯାତାୟାତ ପାଇଁ ସହଯୋଗ ଦାବି କରାଯାଇଛି । ନିଯୋଗ ସମ୍ପର୍କିତ ପାଇଁ ନୋଡାଲ୍ ଅଫିସର୍:ଅତିରିକ୍ତ ଏସପି ସଚିନ ପଟେଲ ସିଟି ଡିଏସପି , ପ୍ରଶାନ୍ତ କୁମାର ସାହୁ ଟାଉନ୍ ଆଇଆଇସି ଗୋକୁଳ ରଞ୍ଜନ ଦାସ, କୁମ୍ଭାରପଡା ଆଇଆଇସି ସୁଶାନ୍ତ ସାହୁ ,ସିଂହଦ୍ୱାର ଆଇଆଇସି ଶ୍ୱେତପଦ୍ମା ଦାଶ ଯାତାୟାତ ସମ୍ପର୍କିତ ପାଇଁ ନୋଡାଲ୍ ଅଫିସର ଟ୍ରାଫିକ୍ ଡିଏସପି ରାଜକୁମାର ପରିଡା,ଟ୍ରାଫିକ୍ ଆଇଆଇସି ଜୟଦୀପ ମହାନ୍ତି ଯୋଗାଯୋଗ ଓ ସମନ୍ୱୟ ଛତିଶା ନିଯୋଗ ଓ ପୋଲିସ ମଧ୍ୟରେ ରହିଥିବା ବର୍ତ୍ତମାନ ହ୍ୱାଟସଅପ୍ ଗ୍ରୁପ୍ ଚାଲୁ ରହିବ। ଉତ୍ସବ ସମୟରେ ଯେକୌଣସି ସମସ୍ୟା ଅତି ଶୀଘ୍ର ସେଠାରେ ଅପଡେଟ୍ କରିବାକୁ ଅନୁରୋଧ। ପୋଲିସ ପକ୍ଷରୁ ତ୍ୱରିତ ପ୍ରତିକ୍ରିୟା ଏବଂ ସମାଧାନ ଦିଆଯିବ।

ଛତିଶା ନିଯୋଗ ସଦସ୍ୟମାନେ ତାଙ୍କ ସୁପରିଶ, ଆଶଙ୍କା ଓ ମତାମତ ରଖିଥିଲେ। ଛତିଶା ନିଯୋଗ ନାୟକ ଜନାର୍ଦନ ପାଟଯୋଶୀ ମହାପାତ୍ର ଜଣାଇଥିଲେ ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ଛୋଟ ଛୋଟ ସମସ୍ୟା ଶୀଘ୍ର ସମାଧାନ ହେବା, ସହ ଯାହାର ଯାହା ସେବାୟତଙ୍କ ଦାଇତ୍ୱ ରହିବ ସେମାନେ କୌଣସି ମନରେ ଅଙ୍କୁଶ ନ ରଖି ମହାପ୍ରଭୁଙ୍କ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।ଏଥି ସହ ଏସ୍ପି ଶ୍ରୀ ଅଗ୍ରୱାଲ ସମସ୍ତ ଅଭିଯୋଗ ପ୍ରତି ଗମ୍ଭୀରତା ସହ ଶୁଣାଯାଇ ଉଚିତ ପଦକ୍ଷେପ ନିଆଯିବା ନିଶ୍ଚିତ କରିଛନ୍ତି। ଆରକ୍ଷୀ ଅଧୀକ୍ଷକ, ଓ ସମସ୍ତ ନିଯୋଗ ସେବାୟତ ଓ ଅଧିକାରୀଙ୍କୁ ସଫଳ ଉତ୍ସବ ପାଇଁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ସମସ୍ତଙ୍କ ଏକତା ଓ ସହଯୋଗ ଦ୍ୱାରା ମାତ୍ର ଦେବସ୍ନାନ ପୂର୍ଣିମା ଓ ରଥଯାତ୍ରା ୨୦୨୫ ଯଥାର୍ଥ ଭାବେ ସଫଳ ହେବା କମନା କରିଥିଲେ ।

No Result
View All Result