- ଝିଂଟିକା ମାରି ବଣି ପୋଷିବା ନୀତି ଛାଡନ୍ତୁ ସରକାର

- କେଉଁ ବିଭାଗରେ କେତେ ପଦବି ଖାଲିପଡ଼ିଛି ଶ୍ୱେତପତ୍ର ଜାରି କରାଯାଉ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରକୁ ଇତିମଧ୍ୟରେ ୧୧ବର୍ଷ ପୂରଣ ହୋଇଥିବାବେଳେ ରାଜ୍ୟରେ ମୋହନ ସରକାର ୧ବର୍ଷ ପୂରଣ କରିଛନ୍ତି । ଏହି ଏକ ବର୍ଷର ଶାସନ ପୂର୍ତିକୁ ମହାଆଡ଼ମ୍ବରରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି । ମାତ୍ର ରାଜ୍ୟର ବେକାରୀ ସମସ୍ୟା ଦୂରୀକରଣ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ଗତ ସାଧାରଣ ନିର୍ବାଚନରେ କ୍ଷମତାକୁ ଆସିଥିଲା ତାହା ପୂରଣ କରିବାକୁ ଭୁଲିଯାଇଛି ।

କାରଣ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ବିଭାଗରେ ବହୁ ପଦବି ଖାଲି ପଡ଼ିଥିବାବେଳେ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଚାକିରି ପାଇଁ ଲଢ଼େଇ ଜାରି ରଖିଛନ୍ତି । ଶୌଚାଳୟରୁ ସଚିବାଳୟ ପର୍ଯ୍ୟନ୍ତ ସବୁ ଆଉଟ୍ ସୋର୍ସିଂରେ ଚାଲିଛି । ସମାନ କାମକୁ ସମାନ ଦରମା, ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ମଧ୍ୟ ବହୁ କର୍ମଚାରୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ତେଣୁ ଏନେଇ ରାଜ୍ୟ ସରକାର ଆଉ କେବେ ପଦକ୍ଷେପ ନେବେ ବୋଲି ପୂର୍ବତନ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ବର୍ତମାନର ରାଷ୍ଟ୍ରୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ. ସ୍ମୃତିରଞ୍ଜନ ଲେଙ୍କା ପ୍ରଶ୍ନ କରିଛନ୍ତି ।

ଶୁକ୍ରବାର ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇଟି ଦାବି ଉପସ୍ଥାପନ କରି ଡ. ଲେଙ୍କା କହିଲେ ଯେ ରାଜ୍ୟ ସରକାର ନିକଟରେ ସରକାରୀ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ବର୍ଷକୁ ବୃଦ୍ଧି କରିଛନ୍ତି । ଏଥିପାଇଁ ରାଜ୍ୟର ଯୁବକ ଯୁବତୀମାନେ ଦୀର୍ଘଦିନ ଧରି ଦାବି କରିଆସୁଥିଲେ । ଡ.ଲେଙ୍କାଙ୍କ ନେତୃତ୍ୱରେ ଯୁବକଂଗ୍ରେସ ପକ୍ଷରୁ ମଧ୍ୟ ବାରମ୍ବାର ଆନ୍ଦୋଳନ କରାଯିବା ସହ ମୁଖ୍ୟଶାସନ ସଚିବଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାବିପତ୍ର ଦିଆଯାଇଥିଲା ।

ଦୀର୍ଘଦିନର ଆନ୍ଦୋଳନ ପରେ ସରକାର ଏହି ଦାବି ପୂରଣ କରିଥିବାରୁ ତାହା ସ୍ୱାଗତଯୋଗ୍ୟ । କିନ୍ତୁ କେବଳ କାଗଜକଲମରେ ଦାବି ପୂରଣ କରିଦେଲେ ହେବ ନାହିଁ । ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମିତ ବ୍ୟବଧାନରେ ନିଯୁକ୍ତି ପ୍ରକ୍ର୍ରିୟାକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗରେ ବହୁ ପଦବି ଖାଲିପଡ଼ିଛି । ତେଣୁ କେଉଁ ବିଭାଗରେ କେତେ ପଦବି ଖାଲିପଡ଼ିଛି ସେ ନେଇ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଏଥିସହ କେବେ ସେହି ପଦବି ସବୁ ପୂରଣ କରାଯିବ ତାହା ସ୍ପଷ୍ଟ କରନ୍ତୁ ।

ଅନ୍ୟପକ୍ଷରେ ରାଜ୍ୟରେ ପୂର୍ବ ସରକାର ଭଳି ଏବେ ମଧ୍ୟ ଆଉଟ୍ ସୋର୍ସିଂ ବ୍ୟବସ୍ଥା ଚାଲିଛି । ରାଜ୍ୟରେ ପାଖାପାଖି ୬୦ ହଜାରରୁ ଊର୍ଦ୍ଧ୍ୱ ଆଉଟ୍ ସୋର୍ସିଂ କର୍ମଚାରୀ ରହିଛନ୍ତି । ଦିନ ମଜୁରିଆ ଭଳି ସ୍ୱଳ୍ପ ଦରମାରେ ସେମାନେ ପରିବାର ଭରଣପୋଷଣ କରୁଛନ୍ତି । ସେମାନଙ୍କ ଚାକିରିର କୌଣସି ସ୍ଥାୟିତ୍ୱ ନାହିଁ । ଆଉଟ୍ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଇ ସରକାର ରାଜ୍ୟର ଯୁବକ ଯୁବତୀଙ୍କୁ ୟୁଜ୍ ଆଣ୍ଡ୍ ଥ୍ରୋ ଭଳି ବ୍ୟବହାର କରୁଛନ୍ତି । ଝିଂଟିକା ମାରି ବଣି ପୋଷିବା ଭଳି ଆଉଟ୍ ସୋର୍ସିଂ ଏଜେନ୍ସିମାନଙ୍କ ସ୍ୱାର୍ଥ ପାଇଁ ଏହି କର୍ମଚାରୀମାନଙ୍କୁ ଅବହେଳା କରିଚାଲିଛନ୍ତି ।

ସମାନ ବିଭାଗରେ ସମାନ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସମାନ ଦରମା ମିଳିପାରୁନାହିଁ । ତେଣୁ ସରକାର ଏହି କର୍ମଚାରୀମାନଙ୍କ ଚାକିରିକୁ ନିୟମିତ କରିବା ସହ ଆଉଟ୍ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବାକୁ ଡ. ଲେଙ୍କା ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ବୀରେନ କୁମାର ଦଳେଇ, ଓଡ଼ିଶା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ଓଡ଼ିଶା ଯୁବ କଂଗ୍ରେସର ପୂର୍ବତନ ଆଇନ ବିଭାଗ ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ପରିଡ଼ା ଉପସ୍ଥିତ ଥିଲେ ।