No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ଅଂଚଳର ଚାଷୀଙ୍କ ଦାବି ମୁତାବକ ନୂତନ ଭାବେ ମୁଗ କ୍ରୟ କରିବା ପାଇଁ ଅନୁମତି ପାଇଥିବା ଓସ୍ତପୁର କୃଷି ସମବାୟ ସମିତିରେ ମୁଗମଣ୍ଡି ଉଦ୍ଘାଟିତ ହୋଇଯାଇଛି । ସମିତିର ସଭାପତି ପ୍ରଦ୍ୟୁମ୍ନ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ସଂପାଦକ ପ୍ରେମାଞ୍ଜନ ସାହୁ, ଉପସଭାପତି କନକଲତା ସ୍ବାଇଁଙ୍କ ସମେତ ନମିତା ରାଉତ, ପ୍ରଫୁଲ୍ଲ ରାଉତ, ସରୋଜ ଦାସ, କବିଚନ୍ଦ୍ର ବିଶ୍ଵାଳ, ପ୍ରଶାନ୍ତ ବେହେରା,
ବଂଶିଧର ସାମଲ, କୈଳାସ ବେହେରା, ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଚାଷୀମାନେ କିଭଳି ମୁଗ ଓ ବିରି ଓ ବାଦାମ ସୁରୁଖୁରୁରେ ସମିତିରେ ଦେଇପାରିବେ ସେଥି ପ୍ରତି ଆଲୋଚନା କରିଥିଲେ । ମଣ୍ଡିକୁ ମୁଗ ନେଇ ଆସୁଥିବା ଚାଷୀକୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇ ଦେବାପାଇଁ ସଭାପତି ଶ୍ରୀ ଜେନା ବୈଠକରେ ଆଲୋଚନା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ ର ବୋହୁ ଚାଷୀ ଉପସ୍ଥିତ ଥିଲେ ।

No Result
View All Result