No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେଣ୍ଟାପଡ଼ା ଅବକାରୀ ବିଭାଗ ପକ୍ଷରୁ , କେନ୍ଦ୍ରାପଡ଼ା ସଦର ଓ ରାଜନଗର ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମହିଂସାସୁର ଗ୍ରାମର ବିଜୟକୁମାର ଜେନା (ବୟସ ୪୨) ଙ୍କ ଠାରୁ ୧୨୫ ଲିଟର ବିଦେଶୀ ମଦ, ନାଗପଟଣା ଗ୍ରାମର ଶଶିକାନ୍ତ ମଲିକ (ବୟସ-୪୫) ଙ୍କ ଠାରୁ ୪୫ ଲିଟର ଦେଶୀ ମଦ, ଟିଲୋତମାଦେଇପୁର ଗ୍ରାମର ସତ୍ୟାନନ୍ଦ ବେହେରା (ବୟସ-୫୪) ଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ,
ଗୁଲନଗର ଗ୍ରାମର ଜଳଧର ସେଠି (ବୟସ ୫୧) ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଓ ପୁରୁଷତ୍ତମପୁର ଗ୍ରାମର ବନମାଳୀ ମିଶ୍ର (ବୟସ -୪୭) ଙ୍କ ଠାରୁ ୧୯ ଲିଟର ଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇଅଛି। ଏମାନଙ୍କ ପାଖରୁ ସମୁଦାୟ ୨୪୧ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ବୋଲି ଅବକାରୀ ଅଧିକକ୍ଷ୍ୟ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢାଉରେ ଅବକାରୀ ନିର୍ଭିକ୍ଷକ ଶ୍ରୀ ହିତାଶୁ ଶେଖର ମଲିକ, ଅବକାରୀ ଉପ ନିରିକ୍ଷକ ଶ୍ରୀ ଧର୍ମପଦ ଦାସ ଓ ଛାୟାକାନ୍ତ ନାୟକ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

No Result
View All Result