No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତ ବିକାଶ ପରିଷଦ,ଶ୍ରୀ ଜଗନ୍ନାଥ ଧାମ,ଶାଖା ପକ୍ଷରୁ ବିଶ୍ଵ ପର୍ଯ୍ୟାବରଣ ଦିବସ ସ୍ଥାନୀୟ ବାଳିଗୁଆଳୀ ସ୍ଥିତ ଚିଦାନନ୍ଦ ଶାନ୍ତି ଆଶ୍ରମ ଠାରେ ଅନୁଷ୍ଠିତ ହୋଇଅଛି। ଏହି ଅବସରରେ ପ୍ରାତଃରେ ପରିଷଦର ସଦସ୍ୟ ଏବଂ ଆଶ୍ରମର ଅନ୍ତେବାସୀଙ୍କ ସହଯୋଗରେ ପୂଜା ଅର୍ଚ୍ଚନା କରାଯାଇ ୫୦ ଗୋଟି ଫଳ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏହାପରେ ଏକ ପର୍ଯ୍ୟାବରଣ ରାଲି ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ରେ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ଏକ ସଚେତନତା ଶିବିର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ପରିବେଶବିତ୍ ଏବଂ ବାଲି ଗୁଆଳି ର ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ପରିଷଦର ପର୍ଯ୍ୟାବରଣ ସଂଯୋଜକ ତଥା ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ,ଉଦ୍ୟାନ ବିଭାଗ ପତିତପାବନ ସାମନ୍ତରାୟ ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗିତା ଏବଂ ସହଭାଗିତା ରହିଲେ ଜଙ୍ଗଲ ବଞ୍ଚି ପାରିବ ବୋଲି କହିଥିଲେ । ବରିଷ୍ଠ ସଦସ୍ୟ ତଥା ପ୍ରାକ୍ତନ ପ୍ରଶାସକ ପଦ୍ମଲାଭ ପଣ୍ଡା, ପ୍ରାକ୍ତନ ପ୍ରାଧ୍ୟାପକ ପ୍ୟାରୀମୋହନ ପଟ୍ଟନାୟକ କହିଲେ ବୃକ୍ଷ ମହାପ୍ରଭୁଙ୍କର ସୃଷ୍ଟି । ଯାହା ମହାଭାରତ ଏବଂ ରାମାୟଣରେ ବର୍ଣ୍ଣିତ ଅଛି । ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ବିକାଶ ନାମରେ ବିନାଶକୁ ପ୍ରଶୟ ଦେବା ଉଚିତ୍ ନୁହେଁ ।
ତାଳବଣିଆ ତାର ସ୍ମୃତି ଖୋଜୁଛି । ପୁରୀ କୋଣାର୍କ ବାଲୁଖଣ୍ଡ ତାର ଅସ୍ଥିତ୍ଵ ହରାଇବାକୁ ବସିଛି । ପୁରୀ ସହର ଚତୁର୍ପାଶ୍ୱରେ ଥିବା ନଦୀ ପୁଷ୍କରିଣୀ, ତାଳବଣିଆର ମଧୁର ଜଳ, ସୁନ୍ଦର ସବୁଜିମା ତାର ଅସ୍ଥିତ୍ଵ ହରାଇବାକୁ ବସିଲାଣି ।ଏବେ ଠାରୁ ସମୂହ ପଦକ୍ଷେପ ନ ନେଲେ ଏ ସୁନ୍ଦର ସବୁଜିମା ନଷ୍ଟ ହୋଇଯିବ ଏବଂ ତାର ପରିଣାମ ସମସ୍ତେ ଭୋଗ କରିବେ ବୋଲି ଶ୍ରୀମହାନ୍ତି ମତବ୍ୟକ୍ତ କରିଥିଲେ ।
ବୃକ୍ଷରୋପଣ, ପ୍ଲାଷ୍ଟିକ ବର୍ଜନ, ସ୍ବଚ୍ଛତା ଉପରେ ବକ୍ତାମାନେ ଗୁରୁତ୍ଵ ଦେଇଥିଲେ । ଏଥିରେ ରାଷ୍ଟ୍ରୀୟ ମହିଳା ବାଲ ବିକାଶ ସଦସ୍ୟା ସୁପ୍ରିତି ରଥ ଯୋଗଦେଇ ଘରେ କିଛି ନ କିଛି ଗଛ ମହିଳା ମାନେ ଲଗାଇବାକୁ ପରାମର୍ଶ ଦେଇଥିଲେ । ସଦସ୍ୟ ଅବନୀ ବଲ୍ଲଭ ଦତ୍ତ, ବୁଦ୍ଧଦେବ ମହାପାତ୍ର, ପିତାମ୍ବର ମହାପାତ୍ର, ରଜେଶ୍ୱର ମହାରଣା, ହରପ୍ରସାଦ ମହାପାତ୍ର, ମୀରା ମହାରଣା, ମମତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ବର୍ଷ ତମାମ ଚାଲୁ ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଶେଷରେ ଆଶ୍ରମର ଅଧକ୍ଷ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result