No Result
View All Result
ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଚିଲିକା ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ବାଲୁଗାଁ ନିକଟସ୍ଥ ଗୋପୀନାଥ ପୁର ସ୍ଥିତ ଐତିହାସିକ ବୋଇତିହୁଡା ଠାରେ ବାଣପୁର ମୁକ୍ତି ଦିବସ ସପ୍ତାହ ପାଳିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ୧୮୧୭ ମସିହା ର ବକ୍ସି ଜଗବନ୍ଧୁ ଙ୍କ ଦ୍ଵାରା ବାଣପୁର ଠାରୁ ଇଂରେଜ କୁଶାସନ ବିରୁଦ୍ଧରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ ର ଅଗ୍ନି ପ୍ରଶମିତ ହେଵା ପରେ ତାହାକୁ ୧୮୩୬ ମସିହା ରେ ପୁନର୍ବାର ଜଳାଇ ରଖିଲେ ଅରାଙ୍ଗ ଗଡର ଦଳବେହେରା ବିପ୍ଲବୀ କ୍ରୃତ୍ତିଵାସ ପାଟ୍ଟଶାଣୀ।ପାଇକ ଓ ବନବାସୀ କନ୍ଧ ଙ୍କ ସହାୟତା ରେ ଇଂରେଜ ପ୍ରଶାସକ ମାନଙ୍କ ବିରୁଦ୍ଧରେ ବିପ୍ଳବ ଓ ସଶସ୍ତ୍ର ଆକ୍ରମଣ କରି ସେ ବାଣପୁର କୁ ତିନି ଦିନ ପାଇଁ ସ୍ଵାଧୀନ ଘୋଷଣା କରି ଖୋର୍ଦ୍ଧା ଆଡକୁ ଅଗ୍ରସର ହୋଇଥିଲେ।ପରେ ଦେଶଦ୍ରୋହୀ ଓ ଇଂରେଜ ମାନଙ୍କ ଚକ୍ରାନ୍ତରେ ବନ୍ଦୀ ହୋଇ ଆଣ୍ଡମାନ ଦ୍ଵୀପରେ ଆଜୀବନ କଳାପାଣି ଦଣ୍ଡ ଭୋଗିଥିଲେ।
ଏହି ଗୋରବୋଜ୍ଜଳ ଐତିହ୍ୟ ର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ଚିଲିକା ଭାଷା ସୁରକ୍ଷା ସମ୍ମିଳନୀ ର ସଭାପତି ରଙ୍କନାଥ ସେଠି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଐତିହାସିକ ଓ ଗବେଷକ ମଦନମୋହନ ମହାପାତ୍ର, ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ, ବାଣପୁର _ଵାଲୁଗା ଶାଖା ର ସମ୍ପାଦକ କ୍ରୃଷ୍ନ ଚନ୍ଦ୍ର ନାହାକ, ପତିତପାବନ ବାଣୀ ମନ୍ଦିର, ଗମ୍ଭାରିମୁଣ୍ଡା ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶଶୀକାନ୍ତ ମହାପାତ୍ର, ଏକତା ପରିଷଦ ଟ୍ରଷ୍ଟ ର ସମ୍ପାଦିକା ସୁଶ୍ରୀ ସନ୍ଧ୍ୟା ଦେଵୀ ପ୍ରମୁଖ ଯୋଗଦେଇ ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦାବି କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଆଇନଜୀବୀ ଶେଷଦେବ ମହାରଣା ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଦେଇଥିଲେ ।

No Result
View All Result