No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଛେଳିଗଡ ଠାରେ ଥିବା ଜଳପ୍ରକଳ୍ପ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ଚୋରୀ ହୋଇଥିବା କୌଣସି ସୂତ୍ରରୁ ବିଦ୍ୟୁତ ବିଭାଗର ଅଧିକାରୀ ମାନେ କାର୍ଯ୍ୟାଳୟରେ ଚଢ଼ାଓ କରିଥିଲେ l ତେବେ ସେହି ବିଦ୍ୟୁତ ଚୋରୀ ହୋଇଥିବା ସମସ୍ତ ବିଦ୍ୟୁତ ତାର କୁ ଜବତ କରି ଫେରୁଥିବା ବେଳେ ଚାରି ପଟୁ ଜଳପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ମୁଖ୍ୟ ଫାଟକ ବନ୍ଦ କରିବା ସହ କାର୍ଯ୍ୟାଳୟ ପରିସର ଭିତରେ ହିଁ ଅଟକ ରଖିଥିଲେ l
ତେବେ ଦୀର୍ଘ ଏକ ଘଣ୍ଟା କାର୍ଯ୍ୟାଳୟ ପରିସର ଭିତରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, SDO ସମେତ ଅନେକ ଅଧିକାରୀ ମାନେ ଅଟକ ରହିଥିଲେ l ତେବେ ପରବର୍ତୀ ସମୟରେ ସମସ୍ତଙ୍କୁ ଛଡ଼ାଯାଇଥିଲା l ଜଳପ୍ରକଳ୍ପର କର୍ମଚାରୀ ମାନେ ଯାହା ପ୍ରତିକ୍ରିୟା ଦେଇଛନ୍ତି -” ବିଦ୍ୟୁତ ବିଭାଗ ଜାଣି ଶୁଣି ଆମ ମାନଙ୍କୁ ହଇରାଣ କରୁଛି ଏବଂ ବିଦ୍ୟୁତ ଚୋରୀ ଘଟଣାକୁ ସମ୍ପୂର୍ଣ ଭାବେ ଖଣ୍ଡନ କରିଛନ୍ତି l

No Result
View All Result