No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ରା.ଉଦୟଗିରି ଆନୁକୁଲ୍ୟରେ ଗତମାସ ୨୯ ତାରିଖରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ୬ଷ୍ଠ ଦିନରେ ରା.ଉଦୟଗିରି, ମୋହନା, ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇସିଏର୍ (ସିଫା) ର ପ୍ରମୁଖ ବୈଜ୍ଞାନିକ ଗଣ ଯୋଗ ଦେଇ ମତ୍ସ୍ୟ ସମ୍ପଦ ଉପରେ ଗୁରୁତ୍ଵାରୋପ କରିଥିଲେ ।

କୃଷି ବିଭାଗର ସମସ୍ତ ଅଧିକାରୀ ବିଭିନ୍ନ ସରକାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପିଏମ କିଷାନ, ସିଏମ କିଷାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା, ମୃତ୍ତିକା ପରିଚାଳନା ତଥା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସମ୍ବନ୍ଧରେ ସୂଚନା ପ୍ରଦାନ କରି ଏହାଦ୍ଵାରା ଚାଷୀମାନେ କିପରି ଅଧିକ ଲାଭବାନ ହେଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ ।
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ତଥା ଅନ୍ୟାନ୍ୟ ବୈଜ୍ଞାନିକ ମାନେ ପ୍ରାକୃତିକ କୃଷି, ଜଳବାୟୁ ସହନଶୀଳ କୃଷି, କୃଷି କ୍ଷେତ୍ରରେ ଉଦ୍ୟୋଗୀକରଣ, କୃଷି ଯାନ୍ତ୍ରିକରଣ, ଡ୍ରୋନ ଦ୍ଵାରା ଫସଲର ସୁପରିଚାଳନା ସମ୍ବନ୍ଧରେ ଆଲୋକପାତ କରିଥିଲେ । କୃଷି ରଥ ମାଧ୍ୟମରେ ଏହି ସମସ୍ତ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରି ଚାଷୀ ମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୫୦୦ ଚାଷୀ ଅଂଶଗ୍ରହଣ କରିଥିଲେ ।

No Result
View All Result