No Result
View All Result
୫ଟି ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ କୁ ଯିବ ବସ ।
ମହିଳା ମାନଙ୍କ ପାଇଁ ୫୦ ଭାଗ ରିହାତି ।
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କୁ ଉନ୍ନତ ମାନର ବସ ସେବା ଯୋଗାଇବା ଲକ୍ଷ୍ୟ ରେ ପୁରୀ ଠାରୁ ତିରୁପତି, ଅଯୋଧ୍ୟା,ଉଜ୍ଜ୍ୱୟିନୀ,ହାଇଦ୍ରାବାଦ ଓ ଭିଲାଇ ପର୍ଯ୍ୟନ୍ତ ସୁପର ପ୍ରିମିୟମ ବସ ସେବା ସହ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା (ଆଇଇଏମଏସ) ର ଶୁଭାରମ୍ଭ ହୋଇଛି । ଆଜି ମଧ୍ୟ ଶୂନ୍ୟ ଦୁର୍ଘଟଣା ଦିବସ ପାଳିତ ହୋଇଥିଲା । ଆଜି ଅପରାହ୍ନ ରେ ମାଳତୀ ପାଟପୁର ବସ ଷ୍ଟାଣ୍ଡ ଠାରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବସ ସେବା ଓ ଆଇଇଏମଏସ ର ଶୁଭାରମ୍ଭ କରିଥିଲେ ।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ସଡକ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏ ବର୍ଷକ ମଧ୍ୟରେ ପ୍ରାୟ ସବୁ ପୂରଣ କରିଛନ୍ତି।ସରକାର ଆଜି ୮ ଟି ସୁପର ପ୍ରିମିୟମ ବସ ସେବା ଆରମ୍ଭ କରିଛନ୍ତି।ତେବେ ପୁରୀ କୁ ଗୁରୁତ୍ୱ ଦେଇ ୫ ଟି ବସ ପୁରୀ ରୁ ଯାଉଛି। ଏହି ବସ ମାଳତୀ ପାଟପୁର ରୁ ତିରୁପତି, ଅଯୋଧ୍ୟା, ଉଜୟିନୀ ହାଇଦ୍ରାବାଦ ଓ ଭିଲାଇ କୁ ଯିବ ବୋଲି ଡା ପାତ୍ର କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,
ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରୱାଲ,ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳ ଓ ଡା ଦେବେନ୍ଦ୍ର ନାଥ ତରାଇ ପ୍ରମୁଖ ଯୋଗ ଦେଇ ସରକାରଙ୍କ ର ଏହି ପଦକ୍ଷେପ ଦ୍ଵାରା ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କର ଗମନାଗମନ ସୁନ୍ଦର, ସୁଖଦ ଓ ଶୃଙ୍ଖଳିତ ହୋଇ ପାରିବ ବୋଲି କହିଥିଲେ।ସଡକ ସୁରକ୍ଷା ର ନିୟମ ମାନି ସୁରକ୍ଷିତ ଭାବେ ଘରକୁ ଫେରିବାକୁ ସେମାନେ ଅନୁରୋଧ କରିଥିଲେ। ଏହି ଆରାମ ଦାୟକ ବସସେବାରେ ମହିଳା ମାନଙ୍କ ପାଇଁ ଶତକଡା ୫୦ ଭାଗର ରିହାତି ରହିଛି।
ଏହି ବସ ମାଳତୀ ପାଟପୁର ରୁ ତିରୁପତି, ଅଯୋଧ୍ୟା ଓ ଉଜୟିନୀ କୁ ପ୍ରତି ସପ୍ତାହରେ ଥରେ ଯିବା ଆସିବା କରିବ।ସେହିପରି ହାଇଦ୍ରାବାଦ ଓ ଭିଲାଇ କୁ ଦୈନିକ ବସ ଯିବା ଆସିବା କରିବ ବୋଲି ପୁରୀ ପରିବହନ ନିଗମ ମ୍ୟାନେଜର ରଶ୍ମି ସାମଲ ସୂଚନା ଦେଇଥିଲେ।ଅପରପକ୍ଷରେ ଆଇଇଏମଏସ ବ୍ୟବସ୍ଥା ଦ୍ଵାରା ବେଗ ନିୟନ୍ତ୍ରଣ ସହ ଦୁର୍ଘଟଣା କୁ ପ୍ରତିହତ କରାଯାଇ ପାରିବ। ପୂର୍ବରୁ ପୁରୀ ରୁ ଉତ୍ତରା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଥିବା ବେଳେ ବର୍ତ୍ତମାନ ପୁରୀ ରୁ କୋଣାର୍କ ଓ କୋଣାର୍କ ରୁ ପିପିଲି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।
ଏହି ବ୍ୟବସ୍ଥା ଦ୍ଵାରା ସିସିଟିଭି ମାଧ୍ୟମରେ ନିର୍ଦ୍ଧାରିତ ବେଗ ଠାରୁ ଅଧିକ ଗତି ରେ ଗଲେ ତାହାର ଚିହ୍ନଟ କରି ସିଧାସଳଖ ଉଲ୍ଲଘଂନ କାରୀ ଙ୍କ ପାଖକୁ ଚାଲାଣ ପହଞ୍ଚିଯିବ ବୋଲି ଆରଟିଓ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନୋଡାଲ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ଏସଡିପିଓ ଆର ଏନ ଭଞ୍ଜ ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପରିବହନ ବିଭାଗ ର ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result