No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା,ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସଂପୂର୍ଣ୍ଣ ରୋକିବା ଲାଗି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ମେ ୩୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବ୍ୟାପକ ଜନ ସଚେତନତା ଅଭିଯାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ନିମନ୍ତେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଶୁଭାରମ୍ଭ କରିଛନ୍ତି। ନିଶାଦ୍ରବ୍ୟ ସମାଜ ପାଇଁ କ୍ଷତିକାରକ।
ବିଶେଷ ଭାବେ ଯୁବଶକ୍ତି ଏହାର କୁପରିଣାମର ଶିକାର ହେଉଛନ୍ତି। ତେଣୁ ଏହି ରଥ ଜିଲ୍ଲାରେ ଯୁବପିଢିଙ୍କ ସମେତ ଜନ ସାଧାରଣଙ୍କ ମଧ୍ୟରେ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।ନିଶା ନୁହେଁ, ଜୀବନକୁ ବାଛିବା ନିମନ୍ତେ ସଂକଳ୍ପ ନେବା ପାଇଁ ଯୁବ ସମାଜ ଓ ଜନ ସାଧାରଣଙ୍କୁ ଏହି ରଥ ସଚେତନ କରିବ। ଏହି ରଥ ଜିଳ୍ଲାର ସାତଟି ବ୍ଲକ୍ ର ୧୧୧ ଟି ଗ୍ରାମ ପଞ୍ଚାୟତ ପରିଭ୍ରମଣ କରିବ । ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ।

No Result
View All Result