ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଶିଳ୍ପାଞ୍ଚଳ ରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର (ମାତୃପୀଠ) ଠାରେ ୩୬ତମ ରାଜ୍ୟସ୍ତରୀୟ ଶ୍ରୀଅରବିନ୍ଦ ଅଗ୍ରଦୂତ ପାଠଚକ୍ର ସମ୍ମିଳନୀ ଉଦଘାଟିତ ହୋଇଯାଇଛି,୪ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ସମଗ୍ର ଓଡ଼ିଶାରୁ ୩୫ ଗୋଟି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସମେତ ଓଡ଼ିଶା ତଥା ବିଭିନ୍ନ ରାଜ୍ୟରୁ ବିଶିଷ୍ଟ ସାଧକ ଗଣ ଯୋଗ ଦେଇଛନ୍ତି, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦୀର୍ଘ ୩୫ ବର୍ଷ ଧରି ଆୟୋଜନ ହେଉଥିବା ବେଳେ ଗଜପତି ଜିଲ୍ଲା ରେ ଏହି ସମ୍ମିଳନୀରେ ପ୍ରଥମ ପାଇଁ ପାରଳାଖେମୁଣ୍ଡି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି, କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରାଧ୍ୟାପକ ମନମୋହନ ପାତ୍ର ଫୋଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରିଥିବା ବେଳେ ଉଦଘାଟନୀ ଉତ୍ସବରେ

ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ମୁଖ୍ୟଅତିଥି ରୂପେ ଯୋଗଦେଇ ଉପସ୍ଥିତ ଯୁବ ମାତୃକର୍ମି ମାନଙ୍କୁ ନୂତନ ପୂର୍ଣ୍ଣାଙ୍ଗ ସମାଜ ଗଠନ ରେ ଅଗ୍ରଦୂତ ଭାବେ କାର୍ଯ୍ୟ କରି ଦେଶ ଗଠନ ସହ ସୁସ୍ଥ ରହି ସୁସ୍ଥ ସମାଜ ଗଠନରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପୁରାତନ ଛାତ୍ର ଛାତ୍ରୀ ଭୂମିକା ବିଷୟରେ ଆଲୋକପାତ କରିଥିଲେ, ସମ୍ମାନିତ ଅତିଥି ଭାବରେ କଟକ ମାତୃଭବନ ସମ୍ପାଦକ ପ୍ରସାଦ ତ୍ରିପାଠୀ, ପଣ୍ଡିଚେରୀ ଆଶ୍ରମ ଆରୋଭିଲ ରୁ ବରିଷ୍ଠ ସାଧକ ରାମନାରାୟଣ ପାତ୍ର, ବ୍ରହ୍ମପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଭାଗିରଥି ମହାପାତ୍ରଙ୍କ ସହ ମାତୃପୀଠ ସଭାପତି ବିଜୟ ମୁନି, ସମ୍ପାଦକ ଶ୍ରୀ ଗୌରହରି ପଟ୍ଟନାୟକ ଏବଂ ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ ପ୍ରମୁଖ ଶ୍ରୀଅରବିନ୍ଦଙ୍କ ଦର୍ଶନ ଏବଂ ଅଗ୍ରଦୂତଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।















