ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) :– ବାଣପୁର ର ଦ୍ଵି ଦିଵସୀୟ ୨ୟ ରାଜ୍ୟ ସ୍ତରୀୟ ନ୍ରୃତ୍ୟ ପ୍ରତିଯୋଗିତା ବାଲୁଗାଁ ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବଙ୍କ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ତତ୍ଵାଵଧାରକ ମହେଶ ପ୍ରଧାନ ଙ୍କ ସାମଗ୍ରିକ ପରିଚାଳନା ରେ ଏହି ପ୍ରତିଯୋଗିତାରେ ରାଜ୍ୟ ର ବହୁ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରତିଯୋଗୀମାନେ ଯୋଗଦେଇ ସେମାନଙ୍କ ପ୍ରତିଭା ର ପ୍ରଦର୍ଶନ କରିଥିଲେ।

ପ୍ରଥମ ସନ୍ଧ୍ୟା ର ଏହି ପ୍ରତିଯୋଗିତାରେ ବିଚାରକ ଭାବେ ନ୍ରୃତ୍ୟ ଗୁରୁ ମାନେ ଯୋଗଦେଇ କ୍ରୃତୀ କଳାକାର ମାନଙ୍କର କ୍ରୃତୀତ୍ଵ ର ମୂଲ୍ୟାଙ୍କନ କରିଥିଲେ। ଦ୍ବିତୀୟ ଦିବସର ସନ୍ଧ୍ୟାରେ ଅନୁଷ୍ଠାନ ର ଶିଶୁ କଳାକାର ମାନଙ୍କ ପ୍ରଦର୍ଶନୀ ସାଂସ୍କୃତିକ ଵିଚିତ୍ରା ପରେ ପୁରସ୍କାର ବିତରଣୀ ସମାରୋହ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ କବି ଓ ଗାଳ୍ପିକ ସୁଶାନ୍ତ କୁମାର ଦାଶ ଙ୍କ ପ୍ରାରମ୍ଭିକ ସୂଚନା ପରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ର ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ,















