No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଏହି ଜିଲ୍ଲା ଅନ୍ତର୍ଗତ ହାଜିପୁର ସ୍ତ ମହାପୁରୁଷ ପଞ୍ଚସଖା ଙ୍କ ଧ୍ୟାନପୀଠ ଧ୍ୟାନକୁଦ ଠାରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ଶ୍ରୀ ଜୀଉ ମାନଙ୍କ ରଥଯାତ୍ରା ପାଇଁ ପ୍ରସ୍ଥିତି ବୈଠକ ମଙ୍ଗଳବାର ଧ୍ୟାନକୁଦ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଠାକୁର ରାଜା ପ୍ରମୋଦ କୁମାର ନନ୍ଦୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ତଥା ବିଶ୍ୱାବସୁ ବିଭୁଦତ୍ତ ସାହୁ, ମନ୍ଦିର ର ଆଚାର୍ଯ୍ୟ ପ୍ରେମସାଗର ବାବା ଅରକ୍ଷିତ ଦାସ,ବିଡ଼ିଓ ଆୟୁଷି ପତି, ତହସିଲଦାର ସଞ୍ଜୟ କୁମାର ବେହେରା,
ଥାନା ଅଧିକାରୀ ସବ୍ୟସାଚୀ ରାଉତ, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସଭ୍ୟା ଦିପ୍ତିମୟୀ ରାୟ, ସରପଞ୍ଚ ଆରତୀ ଭୂୟାଁ, ସମିତି ସଭ୍ୟ ସନ୍ତୋଷ କୁମାର ନାୟକ, ପାନୀୟ ଜଳ ପ୍ରକଳ୍ପ ର କନିଷ୍ଠ ଯନ୍ତ୍ରୀ ସ୍ଵାଗତିକା ସ୍ୱାଇଁ, ଜଳସେଚନ, ଓ ସିଏଚସୀ ର କର୍ମକର୍ତ୍ତା ମନ୍ଦିର ମୁଦିରସ୍ତ ବିଜୟ କୁମାର ମିଶ୍ର, କୋଠ କରଣ ବାମଦେବ ସ୍ୱାଇଁ, ଅକ୍ଷୟକୁମାର ଭୂୟାଁ ଙ୍କ ସହ ମନ୍ଦିରର ସମସ୍ତ ସେବାୟତ ଉପସ୍ଥିତ ଥିଲେ l ବିଶେଷ କରି ରଥଯାତ୍ରା ସମୟରେ ଏଠାରେ ପ୍ରବଳ ଜନସାଧାରଣ, ଭକ୍ତ, ଶ୍ରଦ୍ଧାଳୁ ଙ୍କ ଭିଡ ହୋଇଥାଇଏ l
ଏହି ଭିଡ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ, ଆଇନ ଶୃଙ୍ଖଳା ରକ୍ଷା କରିବାପାଇଁ ମନ୍ଦିର କମିଟି ପକ୍ଷରୁ ଥାନା ଅଧିକାରୀ ଙ୍କୁ କୁହାଯାଇଥିଲା, ସେହିପରି ବିଡ଼ିଓ ଙ୍କୁ ପାନୀୟ ଜଳ ଓ ପରିମଳ ଵେବସ୍ତା, ଆଲୋକୀକରଣ ପାଇଁ କୁହାଯାଇଥିଲା l ଏହି ସବୁ କାର୍ଯ୍ୟ ଠିକ ଭାବରେ ହେବ ବୋଲି ପ୍ରଶାସନିକ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ l ତେବେ ଚଳିତ ବର୍ଷ ଅଧିକ ଜନସମାଗମ ହେବ ବୋଲି ସମ୍ପାଦକ ଶ୍ରୀ ସାହୁ ବୈଠକରେ ଉଥାପନ କରିଥିଲେ ଏଣୁ ଏହିସବୁ ଦୃଷ୍ଟି ଦେବାକୁ ପ୍ରଶାସନ ଅଧିକାରୀ ମାନଂକୁ କହି ଥିଲେ l ତେବେ ଶ୍ରୀଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରଶାସନ ର ସହଯୋଗ ଲୋଡ଼ାଯାଇଥିଲା ଶେଷରେ ମନ୍ଦିରର ଆଚାର୍ଯ୍ୟ ବାବା ଅରକ୍ଷିତ ଦାସ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟ ବାଦ ଦେଇଥିଲେ l

No Result
View All Result