No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ବଜ୍ରାଘାତ ଯୋଗୁଁ ଏକ ଶିଶୁ ସହ ୪ ଛେଳିର ମୃତ୍ୟୁ ହୋଇଥିବା ଜଣାଯାଇଛି. ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଳକ୍ ସେରଙ୍ଗ ଥାନା ଅନ୍ତର୍ଗତ କୁମୁଡ଼ିଆ ଗ୍ରାମରେ। ମୃତକ ହେଲେ ବାମ୍ବୁଡ଼ା ଗମାଙ୍ଗଙ୍କ ୭ ବର୍ଷର ପୁଅ ଅମିତ ଗମାଙ୍ଗ। ବଜ୍ରାଘାତରେ ମୃତ୍ୟୁ ହେବାପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି. ଘଟଣାରୁ ପ୍ରକାଶ, ଗତକାଲି ଘରଠାରୁ କିଛି ଦୂରରେ ଅମିତ ଗାଧୋଇ ଥିବାବେଳେ ବଜ୍ରଘାତ ହୋଇଥିଲା ।
ଏଥିରେ ଅମିତ ଗୁରୁତର ହେବାସହ ସେଠାରେ ଥିବା ୪ଗୋଟି ଛେଳିର ମୃତ୍ୟୁ ଘଟିଥିଲା । ପରେ ପରିବାର ଲୋକ ସଙ୍ଗେସଙ୍ଗେ ଅମିତକୁ ଗୁମ୍ମା ଡାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ. ହେଲେ ଡ.ଆଲୋକ କୁମାର ଶିଶୁକୁ ମୃତ ଘୋଷଣା କରିଥିଲେ. ସେରଙ୍ଗ ଥାନାରେ ଏହି ଘଟଣା ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି. ପ୍ରଶାସନ ଏହି ଗରିବ ପରିବାରକୁ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି.


No Result
View All Result