ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡର କୌଣସି ସୁବିଧା ସୁଯୋଗ ଲୋକେ ପାଇପାରୁନାହାନ୍ତି। ଗଜପତି ଜିଲ୍ଲାର ଜଣେ ଯକୃତ ରୋଗୀ ଆନ୍ଧ୍ର ଶିକାକୁଲମ ନର୍ସିହୋମରେ ଆୟୁଷ୍ମାନ ସ୍ୱାସ୍ଥ୍ୟକାର୍ଡ କାମ ନ କରିବାରୁ ବହୁ କଷ୍ଟରେ ଧାର କରଜ କରି ଚିକିତ୍ସା ପାଇଥିଲେ. ଏଠାରେ ସୂଚନାଯୋଗ୍ୟଯେ, ପୂର୍ବ ସରକାରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ରେ ଚିକିତ୍ସା ନିମନ୍ତେ ପୁରୁଷଙ୍କ ନିମନ୍ତେ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଥିଲା । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାରେ ସ୍ବାସ୍ଥ୍ୟ କାର୍ଡ ପ୍ରଚଳନ କରିଥିଲେ ।

ସେତେବେଳେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ମନା କରିଦେଇଥିଲେ। ହେଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ ଆୟୁଷ୍ଠାନ କାର୍ଡ ଯୋଜନା କାର୍ଯ୍ୟକାରୀ କରାଯିବ ଏବଂ ସେଥିରେ ବହୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଦେଶର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିବ ବୋଲି ଡିଣ୍ଡିମ ପିଟିଥିଲେ | ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲା | ଚଳିତବର୍ଷ ଏପ୍ରିଲ ମାସରେ କଟକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ଼ା ମୁଖ୍ୟଅତିଥ୍ ଭାବେ ଯୋଗଦେଇ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ କରିଥିଲେ।

ଉକ୍ତ ସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇ ଆୟୁଷ୍ମାନ ଯୋଜନାରେ ସ୍ବାସ୍ଥ୍ୟକାର୍ଡରେ କଣ କଣ ସୁବିଧା ରହିଛି ବଖାଣି ଥିଲେ | ଏପରିକି ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକଙ୍କୁ ଏହି ଆୟୁଷ୍ମାନ କାର୍ଡର ସୁବିଧା ମିଳିବ ବୋଲି କହିଥିଲେ | ଯେତେ ପର୍ଯ୍ୟନ୍ତ ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳି ନ ଥୁବ ସେ ପର୍ଯ୍ୟନ୍ତ ପୂର୍ବ ସରକାରଙ୍କ ବିଏସ୍କେୱାଇ କାର୍ଡ କାର୍ଯ୍ୟକାରୀ ହେବ ବୋଲି କହିଥିଲେ। କିନ୍ତୁ ଏହାର ବାସ୍ତବ ଚିତ୍ର ପୁରା ଭିନ୍ନ ରହିଛି. ଯାହା ସୂଚାଉଛି ଆଦିବାସୀ ଅଧ୍ୟଷିତ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମର ଦେବରାଜ ଜେନାଙ୍କ କ୍ଷେତ୍ରରେ I ଶ୍ରୀ ଜେନା ୨୦୨୨ ମସିହାରୁ ଯକୃତ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ।















