No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ବର୍ଷ ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧ ତାରିଖରେ ଅନୁଷ୍ଠିତ ହେବ। ତାହାର ପରଦିନ ଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ। ଅଲାରନାଥ ଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ଆନନ୍ଦ ବଜାରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା । ଅଲାରନାଥ ଙ୍କ ଅନବସର କୁ ସୁଚାରୁ ରୁପେ ପରିଚାଳନା ପାଇଁ ବିଭିନ୍ନ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସବୁ ବିଭାଗକୁ ନିର୍ଯ୍ୟାସ ଆଧାର ରେ ସମସ୍ତ ବିଭାଗ ସେମାନଙ୍କ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଯେଭଳି ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ମାନେ ଭଲ ଭାବେ ମହାପ୍ରଭୁଙ୍କ ଦର୍ଶନ କରନ୍ତି ଓ ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରାପ୍ତ ହୁଅନ୍ତି ସେଥିପାଇଁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଆନୁରୋଧ କରିଥିଲେ । ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଛାସେବୀ ନିୟୋଜନ, ଅଗ୍ନି ନିର୍ବାପକ ଓ ଜଳ ସିଞ୍ଚନ ବ୍ୟବସ୍ଥା ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏସ ଡିପିଓ ରବିନାରାୟଣ ଭଞ୍ଜ ଓ ଆଇଆଇସି ପ୍ରଞ୍ଜl.ମାହାନ୍ତି ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା,ସିସି ଟିଭି ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ରାଜକିଶ୍ୱର ଜେନା , ଜିଲ୍ଲା ପରିଷଦ ଅଧ୍ୟକ୍ଷlପ୍ରତିନିଧି ବିଦ୍ୟାଧର ସ୍ଵାଇଁ ,ଜିଲ୍ଲା ପରିଷଦ ସଭ୍ୟ କୈଳାସ ଚନ୍ଦ୍ର ପରିଡା , ବ୍ରହ୍ମଗିରି ତହସିଲି ଦାର ଶଶୀ ଭୂଷଣ ମିଶ୍ର ,ବ୍ରହ୍ମଗିରି ବିଡିଓ ଅମେୟ କୁମାର ପଣ୍ଡା,
ଆରଡ଼ବୁଲୁ ସହକାରୀ ଯନ୍ତ୍ରୀ ଶର୍ମିଷ୍ଠା ବାଳା ପୁଷ୍ଟି, ପୁତ ବିଭାଗ ଯନ୍ତ୍ରୀ ଜିତେନ୍ଦ୍ର ପ୍ରଧାନ ,ଏବଂ ଅଲାରନାଥ ମନ୍ଦିର ସେବାୟତ ବୃନ୍ଦ, ମନ୍ଦିର ପରିଚାଳନା କମିଟି ମେମ୍ବର ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ ମେମ୍ବର ମାନେ ଧାର୍ଯ୍ୟ ସମୟ ଅନୁସାରେ ନୀତିକାନ୍ତି ସମ୍ପର୍ଣ୍ଣ ପାଇଁ ସେବାୟତ ମାନଙ୍କୁ ଅନୁରୋଧ କରାଯାଇଥିଲା ।

No Result
View All Result