ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ପମ୍ପାଲୋ ଗ୍ରାମ ପଞ୍ଚାୟତ ତରଫରୁ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ବାହାନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା,ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସାହାଣୀ,

ନାୟବ ସରପଞ୍ଚ ଭାରତୀ ପଣ୍ଡା,ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ଦାଶ,ପଞ୍ଚାୟତ ଅଧିକାରୀ ବିବେକାନନ୍ଦ କିଷାନ ପ୍ରମୁଖ ଯୋଗ ଦେଇଥିଲେ। ଯୁକ୍ତ ଦୁଇ ପରୀକ୍ଷାରେ ବ୍ଲକ ସ୍ତରରେ ପ୍ରଥମ ହୋଇଥିବା ମଧୁସ୍ମିତା ଦାସ, ସୁଚିଶ୍ମିତା ସେଠୀ,ଆଦିତ୍ୟ ଭୋଇ ଓ ମାଟ୍ରିକ ରେ ପ୍ରଥମ ହୋଇଥିବା ବିଷ୍ଣୁ ପ୍ରସାଦ ଜେନା,















