• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇ.ଆଇ.ଏମ୍ – ଏସ୍ ଏବେ ବିଜନେସ୍ ଆଡମିନିଷ୍ଟ୍ରେସନ୍ରେ ଫୁଲ ଟାଇମ ମାଷ୍ଟର – ସମ୍ବଲପୁର

Proprietor Abhimanyu Maharana by Proprietor Abhimanyu Maharana
December 28, 2019
in ଓଡ଼ିଶା, ହୋମ୍
0
ଆଇ.ଆଇ.ଏମ୍ – ଏସ୍ ଏବେ ବିଜନେସ୍ ଆଡମିନିଷ୍ଟ୍ରେସନ୍ରେ ଫୁଲ ଟାଇମ ମାଷ୍ଟର  – ସମ୍ବଲପୁର
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) 28.12.2019 ଭୁବନେଶ୍ୱର :-  ଦେଶର ନୂଆ ପିଢ଼ିର ଆଇଆଇଏମ୍ଗୁଡ଼ିକ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଅଭିନବ ମ୍ୟାନେଜମେଂଟ୍ ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍-ସମ୍ବଲପୁର ପକ୍ଷରୁ ୧୩ତମ ବାର୍ଷିକ ଆଇଏସ୍ଡିଏସ୍ଆଇ ସ୧ିଳନୀ ଆୟୋଜନ କରାଯାଇଛି ଯାହା ହେଉଛି ଇଣ୍ଡିଆନ ସବକଂଟିନେଂଟ୍ ଡିସିସନ୍ ସାଇନ୍ସେସ୍ ଇନଷ୍ଟିଚ୍ୟୁଟ୍ (ଆଇଏସ୍ଡିଏସ୍ଆଇ)ର ଆନ୍ତର୍ଜାତିକ ସ୧ିଳନୀ । ଏହି ତିନିଦିନିଆ ସ୧ିଳନୀର ବିଷୟବସ୍ତୁ ହେଉଛି “ଡିଜିଟାଲ ପରବର୍ତି ଯୁଗରେ ଶିଳ୍ପ ପରିବର୍ତନର ପରିଚାଳନା” । ଏହି ସ୧ିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷାବିତ, ଗବେଷକ ଏବଂ ପ୍ରାକ୍ଟିସନର୍ମାନଙ୍କୁ ଗବେଷଣା ଉପସ୍ଥାପନ କରିବା ଲାଗି ଏକ ମଂଚ ପ୍ରଦାନ କରିବା, ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ରହୁଥିବା ଆହ୍ୱାନ, ସୁଯୋଗ, ଉଦୀୟମାନ ରଣନୀତି ଏବଂ ଆନାଲିଟିକ୍ସ ଟୁଲସ୍ ଓ ପଦ୍ଧତି ଉପରେ ଗଭୀର ଜ୍ଞାନ ପ୍ରଦାନ କରିବା ଏବଂ ଅଭିନବ ଚିନ୍ତାଧାରା ଓ ଫଳାଫଳର ସନ୍ଧାନ କରିବା ଏବଂ ଅନୁଭୂତି ବାଂଟିବା । ଏହି ସ୧ିଳନୀରେ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ୟୁରୋପ, ନ୍ୟୁଜିଲ୍ୟାଣ୍ଡ୍ ଓ ଦକ୍ଷିଣ ଆଫ୍ରିକାର ୩୦୦ରୁ ଅଧିକ ପ୍ରଫେସର, ସ୍କଲାର୍ ଓ ଶିଳ୍ପ ପ୍ରବନ୍ଧକ ଯୋଗ ଦେଇଥିଲେ । ଏହି ତିନିଦିନିଆ ସ୧ିଳନୀରେ ୨୦୦ରୁ ଅଧିକ ଗବେଷଣା ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା । ଭାରତରୁ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରହିଥିଲେ ବିଭିନ୍ନ ଆଇଆଇଏମ୍, ଆଇଏସ୍ବି, ଏମ୍ଡିଆଇ, ବିଭିନ୍ନ ଆଇଆଇଟି, ଜେଏନୟୁ, ବିଭିନ୍ନ ଏନ୍ଆଇଟି ଓ ଏକ୍ସଏଲ୍ଆରଆଇର ନିର୍ଦେଶକ ଓ ଡିନ୍ମାନେ । ଏହି ଅବସରରେ ପ୍ରଫେସର ମହାଦେଓ ଜୈସୱାଲ, ସଭାପତି, ଆଇଏସ୍ଡିଏସ୍ଆଇ ଓ ନିର୍ଦେଶକ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ସମ୍ବଲପୁର କହିଛନ୍ତି ଯେ, “ସାରା ଦୁନିଆ ଏବେ ଡିଜିଟାଲ୍ରୁ ଡିଜିଟାଲ୍ ପରବର୍ତି ଯୁଗ ଆଡ଼କୁ ଗତି କରୁଛି । ଆଧୁନିକ ଓ ଅଭିନବ ପ୍ରଯୁକ୍ତି ଆମର ପରୀକ୍ଷା ନେବ ଏବଂ ଆମ ପାଇଁ ନୂଆ ଓ ଜଟିଳ ଆହ୍ୱାନ ସୃଷ୍ଟି କରିବ । ପ୍ରଯୁକ୍ତିର ଅଭ୍ୟୁଦୟ ସହିତ, ଏହି ଯୁଗରେ ତିଷ୍ଠି ରହିବା ଲାଗି ଆମକୁ ମଧ୍ୟ ନିଜକୁ ପୁନଃ ଆବିସ୍କାର କରିବାକୁ ହେବ । ଆଇଆଇଏମ୍ ସମ୍ବଲପୁରର ଗବେଷଣା ୩ ଡି’ (ଡିଜିଟାଲାଇଜେସନ୍, ଡି-କାର୍ବନାଇଜେସନ୍ ଓ ବ୍ୟବସାୟର ଡେମୋକ୍ରାଟାଇଜେସନ୍) ଉପରେ ପର୍ଯ୍ୟବେସିତ ଯାହା ପ୍ରମୁଖ ବିଷୟବସ୍ତୁ ସହିତ ବେଶ ଖାପଖାଉଛି । ଏହି ସ୧ିଳନୀ ଶିଳ୍ପକୁ ବର୍ତମାନ ଏବଂ ଭବିଷ୍ୟତର ବିକାଶ ଉପରେ ଅପ୍ଡେଟ୍ ରଖିବା ଏବଂ ଆମେ ପ୍ରବେଶ କରିବାକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ସମୟକୁ ନେଇ ସମସ୍ତ ଅଂଶୀଦାରଙ୍କୁ ପ୍ରସ୍ତୁତ କରିବାରେ ସହାୟକ ହେବ । ଡିଜିଟାଲ ପରବର୍ତି ଯୁଗରେ କ୍ୱାଂଟମ୍ କମ୍ପ୍ୟୁଟିଂ, ବ୍ଲକ୍ ଚେନ୍ ସିଷ୍ଟମ୍ ଓ ବିଟ୍ କଏନ୍ ମୁଦ୍ରା ଦେଖିବାକୁ ମିଳିବ ଏବଂ ଏସବୁ ଶିଳ୍ପ ସମେତ ପରିଚାଳନା ଏବଂ ପ୍ରଶାସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଆଣିବ । ଡିଜିଟାଲ ପରବର୍ତି ଯୁଗରେ ପ୍ରାସଙ୍ଗିକ ରହିବା ଲାଗି ବିଶ୍ୱବିଦ୍ୟାଳୟ, ମ୍ୟାନେଜ୍ମେଂଟ ଅନୁଷ୍ଠାନ ଏବଂ ଶିଳ୍ପକୁ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଲାଗି ନିଜକୁ ବ୍ୟବସ୍ଥିତ କରିବାକୁ ପଡ଼ିବ ।’’ ଏହି ତିନି ଦିନିଆ ସ୧ିଳନୀରେ କର୍ମଶାଳା, ପ୍ୟାନେଲ୍ ଆଲୋଚନା ଏବଂ ସାରା ବିଶ୍ୱ ଏବଂ ଦେଶରୁ ଆସିଥିବା ଅତିଥିମାନଙ୍କ ପ୍ରମୁଖ ବକ୍ତବ୍ୟ ଆୟୋଜନ କରାଯାଇଥିଲା । ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଥିଲେ ପ୍ରଫେସର ରୋନାଲ୍ଡ ଉହଲିଗ୍, ନ୍ୟାସନାଲ୍ କଲେଜ ଅଫ୍ ପ୍ରଫେସନାଲ୍ ଷ୍ଟଡିଜ୍, ସାନ୍ ଡିଗୋ, ଯୁକ୍ତରାଷ୍ଟ୍ର ଆମେରିକା, ପ୍ରଫେସର ଆଂଟୋନି ପୌଲରାଜ, ଏଂଟ୍ରପ୍ରେନ୍ୟୁଅରସିପ୍, ମାର୍କେଟିଂ ଏବଂ ମ୍ୟାନେଜମେଂଟ ସିଷ୍ଟମସ୍ ବିଭାଗ, ନଂଟିଙ୍ଗହାମ ୟୁନିଭର୍ସିଟି ବିଜନେସ୍ ସ୍କୁଲ, ଚୀନ୍, ପ୍ରଫେସର ବିଜୟ ଆର କନନ, ସଭାପତି, ଡିସିସନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍, ୟୁଏସ୍ଏ, ଶ୍ରୀଯୁକ୍ତ ଅନୁରାଗ ବାତ୍ରା, ଅଧ୍ୟକ୍ଷ ଓ ମୁଖ୍ୟ ସଂପାଦକ, ବିଡବ୍ଲୁ ବିଜନେସ ୱାର୍ଲଡ, ପ୍ରଫେସର
ରୁନା ସରକାର, ଆଇଆଇଏମ୍ କାଲକାଟା, ପ୍ରଫେସର କମଲେଶ ମେହତା, ନ୍ୟାସ୍ନାଲ ୟୁନିଭର୍ସିଟି, ସାନ୍ ଡିଗୋ, ୟୁଏସ୍ଏ, ପ୍ରଫେସର ରାମଚନ୍ଦ୍ରନ ନଟରାଜନ, କଲେଜ ଅଫ୍ ବିଜନେସ୍, ଟେନେସି ଟେକ୍ ୟୁନିଭର୍ସିଟି କୁକଭିଲେ,
ୟୁଏସ୍ଏ, ପ୍ରଫେସର ଅରୁଣ ଏଲିଆସ୍, ଭିକ୍ଟୋରିଆ ବିଜନେସ୍ ସ୍କୁଲ, ନ୍ୟୁଜିଲ୍ୟାଣ୍ଡ, ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ଆଇପିଏସ୍, କଟକ ଓ ଭୁବନେଶ୍ୱର ପୁଲିସ କମିସନର, ପ୍ରଫେସର ବି ମେତ୍ରୀ, ନିର୍ଦେଶକ, ଆଇଆଇଏମ୍ ତ୍ରିଚି, ପ୍ରଫେସର ଭାରତ ଭାସ୍କର, ନିର୍ଦେଶକ, ଆଇଆଇଏମ୍ ରାୟପୁର ଓ ପ୍ରଫେସର ଚନ୍ଦନ ଚୌଧୁରୀ, ବରିଷ୍ଠ ସହକାରୀ ଡିନ, ଆଇଏସ୍ବି ହାଇଦ୍ରାବାଦ । ସମସ୍ତ ଅଧିବେଶନ ପ୍ରମୁଖ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ରହିଥିଲା ଏବଂ ଡିଜିଟାଲ ପରବର୍ତି ଯୁଗରେ କିଭଳି ତିଷ୍ଠି ରହିହେବ ତାହାକୁ ନେଇ ମ୍ୟାନେଜମେଂଟ୍ ଅନୁଷ୍ଠାନ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁପାରିସ କରିଥିଲା ଏବଂ ଏହି ଯୁଗରେ ବି ସ୍କୁଲଗୁଡ଼ିକଭର ଭୂମିକା ଉପରେ ଆଲୋକପାତ କରିଥିଲା । ନେତୃବୃନ୍ଦମାନେ ଉପଲ୨ ସମ୍ବଳକୁ ବିନିଯୋଗ କରି କିଭଳି ପାରମ୍ପରିକ ଦକ୍ଷତାକୁ ବ୍ୟବହାର କରିବେ ଏବଂ ଦକ୍ଷତାକୁ ପୂର୍ଣ୍ଣ ବିନିଯୋଗ କରିବା ଉପରେ ଅଧିବେଶନରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିପାଇଁ ଦରକାର ନୂଆ ଭାବନା, ପରିବର୍ତିତ ବଜାରକୁ ବୁଝିବା, ନୂତନ ରଣନୀତି ଦିଗ ନିର୍ଧାରଣ କରିବା ଏବଂ ଲୋକମାନଙ୍କୁ ସଶକ୍ତ କରିବା । ନିଜ ଲକ୍ଷ୍ୟ ଅନୁସାରେ ବଜାରକୁ ପୁର୍ନଗଠିତ କରିବା ଏବଂ ଅଧିକ ପ୍ରସଙ୍ଗିକ ଏବଂ ଅନୁପ୍ରାଣିତ କରିବା ଭଳି ଢଙ୍ଗରେ ନୂତନ ବଜାର ଏବଂ ପ୍ରଯୁକ୍ତିର ସମ୍ଭାବ୍ୟ ସୁଯୋଗକୁ ହାସଲ କରିବା ଲାଗି ନେତୃବୃନ୍ଦଙ୍କୁ କିଛି ବଡ଼ ଏବଂ ଭିନ୍ନ ଚିନ୍ତା କରିବାକୁ ପଡ଼ିବ । ସେମାନଙ୍କୁ ନୂତନ ଲକ୍ଷ୍ୟ ଓ ରଣନୀତି, ଅଭିନବ ବ୍ୟବସାୟ ମଡେଲ୍ ଓ ବ୍ରାଣ୍ଡସ୍, ନେଟୱର୍କ ଓ ଆନ୍ଦୋଳନର ସୁଯୋଗକୁ ହାସଲ କରି ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଏବଂ ଲୋକମାନଙ୍କ ଜୀବନରେ ବାସ୍ତବ ପରିବର୍ତନ ଆଣିବାକୁ ହେବ ।
ଇଣ୍ଡିଆନ ସବକଂଟିନେଂଟ ଡିସିସନ୍ ସାଇନ୍ସେସ୍ ଇନଷ୍ଟିଚ୍ୟୁଟ (ଆଇଏସ୍ଡିଏସ୍ଆଇ) ହେଉଛି ଡିଏସ୍ଆଇର ଏକ ଆଂଚଳିକ ଶାଖା ଯାହା ହେଉଛି ଏକ ବିବିଧ ଶୃଙ୍ଖଳାର ଗବେଷଣା ସଂସ୍ଥା ଯାହା ବିଜ୍ଞାନର ଉନ୍ନତି ଏବଂ ପ୍ରବନ୍ଧ ଞ୍ଚ(ମ୍ୟାନେଜରିଆଲ) ନିଷ୍ପତି କ୍ଷେତ୍ରରେ ଶିକ୍ଷା ଓ ଗବେଷଣାର ପ୍ରଥା ପ୍ରତି ଉତ୍ସର୍ଗୀକୃତ । ଏହି ଅନୁଷ୍ଠାନ ଗବେଷଣା ଏବଂ ଉନ୍ନତି କ୍ଷେତ୍ରରେ ଉକ୍ରର୍ଷର ପ୍ରସାର କରୁଛି ଏବଂ ସ୍ନାତକ ଛାତ୍ରଛାତ୍ରୀ, ଫାକଲ୍ଟି ଓ ଶିଳ୍ପ ପ୍ରାକ୍ଟିସନର୍ଙ୍କ ବର୍ତମାନ ଏବଂ ଭବିଷ୍ୟତ ବିକାଶ ଆବଶ୍ୟକତାକୁ ପୂରଣ କରୁଛି । ଏହି ଲକ୍ଷ୍ୟ ହାସଲ କରିବା ଲାଗି ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶନ, ସ୧ିଳନୀ ଏବଂ ଅନ୍ୟାନ୍ୟ ସେବା ଜରିଆରେ ନିଷ୍ପତି ବିଜ୍ଞାନର ବିବିଧ ଶୃଙ୍ଖଳାର ଜ୍ଞାନକୁ ବିକଶିତ ଓ ପ୍ରସାର କରୁଛି ।

ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଂଟ୍ ସମ୍ବଲପୁର ବିଷୟରେ : ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଂଟ୍ ସମ୍ବଲପୁର (ଆଇଆଇଏମ୍-ଏସ୍) ହେଉଛି ଦେଶର ନୂଆ ପିଢ଼ିର ଆଇଆଇଏମ୍ଗୁଡ଼ିକ ମଧ୍ୟରେ ଅନ୍ୟତମ ସବୁଠୁ ପ୍ରତିଭାବାନ ଓ ଉଜସ୍ୱୀ ପ୍ରବନ୍ଧ ଅନୁଷ୍ଠାନ ଯାହା ଭାରତର ଓଡ଼ିଶା ସ୍ଥିତ ସମ୍ବଲପୁରରେ ଅବସ୍ଥିତ । ୨୦୧୫ରେ ଭାରତ ସରକାରଙ୍କ ଏମ୍ଏଚ୍ଆରଡି ତରଫରୁ ଆଇଆଇଏମ୍ ସମ୍ବଲପୁରକୁ ସ୍ଥାପନ କରାଯାଇଥିଲା ଏବଂ ଏହାକୁ ଆଇଆଇଏମ୍ ୨୦୧୭ ନିୟମ ଅନୁସାରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ଅନୁଷ୍ଠାନ ଭାବେ ଘୋଷଣା କରାଯାଇଥିଲା । ଉଦ୍ୟମିତା ନୂତନତ୍ୱ ଏବଂ ପରୀକ୍ଷଣ ଭିତିକ ଶିକ୍ଷାଦାନ କ୍ଷେତ୍ରରେ ପ୍ରାରମ୍ଭରୁ ଏହି ଅନୁଷ୍ଠାନ ସକାରାତ୍ମକ ପଦକ୍ଷେପ ଗ୍ରହଣ କରୁଛି । ପାହାଡ଼ ଓ ନଦୀ ଏବଂ ସଂଖ୍ୟାଧିକ ବୃହତ ମାନୁଫାକଚରିଂ ଶିଳ୍ପ ଘେରରେ ଅବସ୍ଥିତ ଆଇଆଇଏମ୍-ଏସ୍ ଏବେ ବିଜନେସ୍ ଆଡମିନିଷ୍ଟ୍ରେସନ୍ରେ ଫୁଲ ଟାଇମ ମାଷ୍ଟର (ଏମ୍ବିଏ) ଓ ପିଏଚ୍ଡି ପ୍ରୋଗ୍ରାମ ପ୍ରଦାନ କରୁଛି ଏବଂ ଭବିଷ୍ୟତରେ ଅଧିକ ପାଠ୍ୟକ୍ରମରେ ଯୋଡ଼ାଯିବ । ଲିଙ୍ଗ ବିବିଧତା ଏବଂ “ଫ୍ଲିପଡ କ୍ଲାସରୁମ୍” ନାମକ ସ୍ୱତବ ପରୀକ୍ଷଣ ଶିକ୍ଷା ଶାସ୍ତ୍ର ଜରିଆରେ ଏହି ଅନୁଷ୍ଠାନ ଅନ୍ୟ ଆଇଆଇଏମ୍ଗୁଡ଼ିକୁ ପଛରେ ଛାଡ଼ି ଦେଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version