No Result
View All Result
ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଖାରଜ : ସ୍ୱାଧୀନ ବିଧାୟକଙ୍କ ଦୁର୍ନୀତି ଆଗରେ ମୁଣ୍ଡ ନନୁଆଁଇବା ଅନାସ୍ଥାର କାରଣ – ବିଜେଡି
ଫସରଫାଟିଲା ବିଧାୟକ ସାରଦା ପ୍ରଧାନଙ୍କ ଷଡଯନ୍ତ୍ର
କୋରମ ଅଭାବରୁ ଆଗତ ହୋଇପାରିଲାନି ଅନାସ୍ଥା
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜୀ ସେଠୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ଆଜି ଖାରଜ ହୋଇଯାଇଛି । ସମୁଦାୟ ୮୬ ଜଣ ସଦସ୍ୟଙ୍କ ମଧ୍ୟରୁ କେବଳ ୬ଜଣ ଆଜିର ଅନାସ୍ଥା ବୈଠକରେ ଉପସ୍ଥିତ ରହିବାରୁ ଏହି ଅନାସ୍ଥା କାଟ୍ ଖାଇବା ସହ ବିଜୁ ଜନତା ଦଳର ସମର୍ଥୀତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ନିଜ ପଦବୀ ବଜାୟ ରଖିଛନ୍ତି ବୋଲି ଦଳ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମ ହୋଇ ଆସୁଥିଲା । ସ୍ୱାଧୀନ ବିଧାୟକ ଶ୍ରୀ ସାରଦା ପ୍ରଧାନଙ୍କ ଚାପରେ ଆଗତ ଅନାସ୍ଥା ପ୍ରସ୍ତାବ ପାଇଁ ମେ’ ୧୩ ତାରିଖରେ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆବଶ୍ୟକୀୟ ସମର୍ଥନ ଜୁଟାଇ ନପାରିବା କାରଣରୁ କିଛି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଆଳ ଦେଖାଇ ଏହାକୁ ଷଡଯନ୍ତ୍ର ପୂର୍ବକ ଘୁଞ୍ଚାଇ ଦିଆଯାଇଥିଲା । ଆଜି ନିର୍ବାଚନ ଅଧିକାରୀ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସଭ୍ୟସଭ୍ୟାମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଲେ ନାହିଁ ।
୮୬ ଜଣ ଭୋଟରଙ୍କ ମଧ୍ୟରୁ କେବଳ ୬ଜଣ ଉପସ୍ଥିତ ଥିବା କାରଣରୁ ଅନାସ୍ଥା ପ୍ରସ୍ତାବ ଆଲୋଚନା ହୋଇପାରିଲାନାହିଁ । ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତ ସମିତିରେ ବେନିୟମ ଓ ଦୁର୍ନୀତି କରିବା ପାଇଁ ବିଧାୟକ ସାରଦା ପ୍ରଧାନଙ୍କ ଚାପ ଆଗରେ ମୁଣ୍ଡ ନ ନୁଆଁଇବାରୁ ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । କିନ୍ତୁ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ପିଆର୍ଆଇ ସଦସ୍ୟମାନେ ବିଧାୟକଙ୍କ ଏହି ଷଡଯନ୍ତ୍ରଙ୍କୁ ବୁଝିପାରି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦାନରୁ ବିରତ ରହିଲେ । ନିଶ୍ଚିନ୍ତକୋଇଲି ବ୍ଲକରେ ଜନମତର ବିଜୟ ହେଉଛି ବୋଲି ଡ. ମହାନ୍ତି କହିଛନ୍ତି ।


No Result
View All Result