• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

 ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଜନ ସଚେତନତା

Proprietor Abhimanyu Maharana by Proprietor Abhimanyu Maharana
May 30, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
 ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଜନ ସଚେତନତା
Share on FacebookShare on TwitterWhatsapp

ବିଏମ୍ ସିର 31 ତମ ସାଧାରଣ ପରିଷଦ ବୈଠକ : ତୁରନ୍ତ ଡ୍ରେନ କାମ ସାରିବାକୁ ନିଷ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ବିଏମ୍ ସି :- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)31ତମ ସାଧାରଣ ପରିଷଦ ବୈଠକ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଅଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ସିଟି ଇଂଜିନିୟର ଶ୍ରୀ ବିଳାଶ କୁମାର ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

ବୈଠକରେ ଷାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମସ୍ତ କର୍ପୋରେଟର, ଲାଇନ ଡିପାର୍ଟମେଣ୍ଟର ପ୍ରତିନିଧି, ବିଏମ୍ ସିର ସମସ୍ତ ଉପବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଆଗୁଆ ମୌସୁମୀ ବର୍ଷା ଆସିଯାଇଥିବାରୁ, ବିଏମ୍ ସି ଅଂଚଳରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଡେଙ୍ଗୁ ଯେପରି ନ ବ୍ୟାପେ, ସେଥିପ୍ରତି ସମସ୍ତେ ସଜାଗ ରହିବା ସହ ରୋଗୀ ସଂଖ୍ୟା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯିବ । ଯଦି କାହାଘରେ ଡେଙ୍ଗୁରୋଗୀ ଚିହ୍ନଟ କରାଯାଏ, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଘର ଓ ତାଙ୍କର ଆଖପାଖ ଅଂଚଳରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

ଯେଉଁମାନଙ୍କୁ ଜ୍ୱର ହେଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ରକ୍ତ ନମୁନା ତୁରନ୍ତ ପରୀକ୍ଷା କରାଇବା ପାଇଁ କୁହାଯାଇଛି । କ୍ୟାପିଟାଲ ହସପିଟାଲ, ପଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଆରଏମ୍ ଆର୍ ସି ଏବଂ ଏମ୍ସରେ ଡେଙ୍ଗୁ ରକ୍ତ ନମୁନା ପରୀକ୍ଷା କରାଯାଉଛି । ଜୁନ୍ ପ୍ରଥମ ସପ୍ତାହରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ । ପ୍ରତ୍ୟେକ ଓ୍ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି । ଜନ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବର୍ଷା ଦିନ ଆସିଯାଇଥିବାରୁ ଏଣିକି ରାସ୍ତା ପାର୍ଶ୍ୱ ଏବଂ ବିଭିନ୍ନ ହୋଟେଲରେ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ ।

ଡ୍ରେନରୁ ପଙ୍କୋଦ୍ଧାର କରିବା ଏବଂ ମୁକୁଳା ଡ୍ରେନଗୁଡିକ ଉପରେ ସ୍ଲାବ ପକାଇବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବର୍ଷା ଆରମ୍ଭ ହେବା ପୂର୍ବରୁ ସେହି କାମ ସବୁ ଶେଷ କରିବାକୁ କୁହାଯାଇଛି । ତେବେ 80 ପ୍ରତିଶତରୁ ଅଧିକ କାମ ଶେଷ ହୋଇଯାଇଥିବା କୁହାଯାଇଛି । ଇସ୍କନ ମନ୍ଦିରଠାରେ ବର୍ଷା ପାଣି ହେଉଥିବାରୁ ସେଠାରେ 1.6 କିଲୋମିଟର ଡ୍ରେନେଜ୍ ଚ୍ୟାନେଲ ନିର୍ମାଣ ଓ ବମିଖାଲଠାରେ ବକ୍ସ ଡ୍ରେନ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏହା ବାଦ ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମୁଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ବୈଠକରେ ସ୍ଥିର ହୋଇଛି ।

ପ୍ରତ୍ୟେକ ଓ୍ୱାର୍ଡରେ ବହୁମୁଖୀ ଓ୍ୱାର୍ଡ ଅଫିସ ନିର୍ମାଣ କରାଯିବ । ତଳେ ଓ୍ୱାର୍ଡ ଅଫିସ ଏବଂ ଉପରେ କମ୍ୟୁନିଟ୍ ହଲ୍, ଡେ କେୟାର ସେଣ୍ଟର ଆଦି ରହିବ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇସାରିଥିବା ନେଇ ମାନନୀୟା ମେୟର ଗୃହକୁ ଅବଗତ କରାଇଥିଲେ । ଏକ ନମ୍ବର ହାଟରୁ ବାହାରୁଥିବା ବର୍ଜ୍ୟରୁ ବୟୋ ଗ୍ୟାସ୍ ପ୍ରସ୍ତୁତ କରିବା ପାଇଁ ଦୈନିକ 3 ମେଟ୍ରକ ଟନ୍ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇଥିବା ଏକ ମେସିନ ବସିବ । ଏହା ବ୍ୟତୀତ ଅଏଲ ଇଣ୍ଡିଆ କରିଥିବା ଚୁକ୍ତି ଅନୁଯାୟୀ 200 ମେଟ୍ରିକ୍ ଟନ୍ ବର୍ଜ୍ୟ ପ୍ରକ୍ରିୟାକରଣ କରି ସେଥିରୁ ବାୟୋ ଗ୍ୟାସ୍ ଉତ୍ପାଦନ କରିବା ପାଇଁ ଟେଣ୍ଡର ଡାକିସାରିଛି ।

ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । ଚଳିତ ବର୍ଷ ସହରରେ ବୃକ୍ଷ ରୋପଣ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ । ଚଳିତ ବର୍ଷ ଆଉ 20ଟି ସ୍ଥାନରେ ମିଆଓ୍ୱାକି ପଦ୍ଧତିରେ ଜଙ୍ଗଲ ସୃଷ୍ଟି କରାଯିବା ସହ ନୂଆ ନୂଆ ସ୍ଥାନରେ ଜଙ୍ଗଲ ସୃଷ୍ଟି କରାଯିବ । ବୃକ୍ଷ ରୋପଣ କରିବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ । ଯେଉଁ ଓ୍ୱାର୍ଡରେ ପାର୍କ ନାହିଁ ସେହି ସବୁ ଓ୍ୱାର୍ଡରେ ପାର୍କ ନିର୍ମାଣ କରାଯିବ । ବିଡିଏ ପାଖରେ ଯେଉଁସବୁ ବଡ ବଡ ପାର୍କ ରହିଛି, ସେଗୁଡିକୁ ବିଏମ୍ ସିକୁ ଆଣିବା ପାଇଁ ଯୋଜନା କରାଯାଉଛି । ସଂପ୍ରତି ବିଏମ୍ ରେ ଗୋଟିଏ ଓଡିଏ କୋର୍ଟ (Odisha Development Authorities Act 1982 )ରହିଛି ।

ତେଣୁ ଆହୁରି 3ଟି ଓଡିଏ କୋର୍ଟ ପ୍ରତିଷ୍ଠା କରିବା ପାଇଁ ବିଏମ୍ ସି ପକ୍ଷରୁ ଯୋଜନା କରାଯାଇଛି । ଏହା ଦ୍ୱାରା ଲୋକମାନଙ୍କ ସମସ୍ୟାର ଶିଘ୍ର ସମାଧାନ ହୋଇପାରିବ । ବିଏମ୍ ସି ଅଂଚଳରେ ଯେଉଁମାନେ ବିନା ଅନୁମତିରେ ବା ପ୍ଲାନ ଅନୁମୋଦନ ବିନା ନିର୍ମାଣ କରୁଛନ୍ତି କିମ୍ବା ଜବର ଦଖଲ କରିଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂପ୍ରତି ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଥିବାରୁ ଏଣିକି କୌଣସି ବ୍ୟକ୍ତି, ଅନୁଷ୍ଠାନ, ପ୍ରତିଷ୍ଠାନ କିମ୍ବା ସରକାରୀ ଦପ୍ତରରେ ବୋରଓ୍ୱେଲ୍ ଖନନ କରନ୍ତି, ତେବେ ସେମାନେ ବିଏମ୍ ସିଠାରୁ ଅନୁମତି ନେବେ ।

ବିନା ଅନୁମତିରେ ବୋର ଓ୍ୱେଲ ଖନନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଯେଉଁ ଠିକାଦାରମାନେ ରାସ୍ତା କିମ୍ବା ଅନ୍ୟନ୍ୟ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଏନଓସି ଦେବା ପୂର୍ବରୁ ତାଙ୍କର କାର୍ଯ୍ୟକୁ ଭଲଭାବେ ଯାଞ୍ଚ କରି ଏନଓସି ଦେବା ପାଇଁ କୁହାଯାଇଛି । ସେହିପରି ଓ୍ୱାଟକୋ କିମ୍ବା ବିଦ୍ୟୁତ୍ ବିଭାଗ ରାସ୍ତା ଖୋଳିବା ପୂର୍ବରୁ ବିଏମ୍ ସିର ଅନୁମତି ନେବା ଦରକାର । ରାସ୍ତା ଖନନ କରି କାମ ସାରିବା ପରେ ସଂପୃକ୍ତ ବିଭାଗ ସେହି ରାସ୍ତାର ମରାମତି କରିବ। ଏହି 31 ତମ ସାଧାରଣ ପରିଷଦ ବୈଠକର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026
ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version