• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

Proprietor Abhimanyu Maharana by Proprietor Abhimanyu Maharana
May 29, 2025
in ଓଡ଼ିଶା, ପୁରୀ, ହୋମ୍
0
ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ
Share on FacebookShare on TwitterWhatsapp

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ ମା କେ ନାମ” ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍‌ଘାଟନ କରିଥିଲ l ଆଗାମୀ ୧୫ ଦିନ ଧରି ଚାଲୁ ରହିବାକୁ ଥିବା ଏହି ଅଭିଯାନ ରେ ପ୍ରାୟ ୧.୫ କୋଟି ଚାଷୀଙ୍କ ସହିତ ସରକାର ସିଧାସଳଖ ସାକ୍ଷାତକାର କରି ସେମାନଙ୍କୁ ନୂତନ କୃଷି ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଅବଗତ କରାଇବେ ।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, କୃଷକମାନଙ୍କ ମଧ୍ୟରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ବିହନ କିସମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ, ଆଜିଠାରୁ ୧୨ ଜୁନ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଭାରତ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଅଭିଯାନ ମାଧ୍ୟମରେ ଦେଶର ୭୦୦ ଜିଲ୍ଲାର ପ୍ରାୟ ୧ କୋଟି ୫୦ ଲକ୍ଷ ଚାଷୀଙ୍କ ନିକଟରେ ସରକାର ପହଞ୍ଚିବ ଏବଂ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ବିଷୟରେ ସେମାନଙ୍କୁ ଅବଗତ କରାଇବ।

ପ୍ରତ୍ୟେକ ଜିଲ୍ଲା ସ୍ତରରେ ତିନୋଟି ଦଳ ଗଠନ କରାଯାଇ କୃଷି, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ବିଷୟ ବସ୍ତୁ ଗୁଡ଼ିକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନେ ମିଳିତ ଭାବରେ ଗ୍ରାମୀଣ କୃଷକମାନଙ୍କୁ ଏ ବିଷୟରେ ବୁଝାଇବେ। ପ୍ରତ୍ୟେକ ଦଳ, ଦୈନିକ ଦୁଇଟି ଗାଁ ଗସ୍ତ କରି ପ୍ରତ୍ୟେକ ଗାଁ’ରେ ୨୫୦ ଜଣ ଚାଷୀଙ୍କୁ ଭେଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ କଲ୍ୟାଣ ଯୋଜନା ଗୁଡ଼ିକୁ ବୁଝାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ ନୂତନ ଜ୍ଞାନ କୌଶଳର ପ୍ରୟୋଗାତ୍ମକ ଦିଗ ଗୁଡ଼ିକ ଉପରେ ଚାଷୀଭାଇ ଓ ଭଉଣୀମାନଙ୍କ ସହ ଆଲୋଚନା କରିବେ ।

ଗବେଷଣାଲବ୍‍ଧ କୃଷି ସୂଚନା କିପରି ଭାବରେ ଚାଷୀ ଭାଇ ଭଉଣୀମାନଙ୍କ ନିକଟରେ ପହଞ୍ଚିବ ସେ ବିଷୟରେ ପଦକ୍ଷେପ ମାନ ନିଆଯିବ। ବିଶେଷ କରି ମୃତ୍ତିକାର ସ୍ଵାସ୍ଥ୍ୟ ପରୀକ୍ଷା, ମୃତ୍ତିକା ସ୍ଵାସ୍ଥ୍ୟକାର୍ଡର ବ୍ୟବହାରିତା, ସାର ପରିଚାଳନା, ଜଳବାୟୁ ପ୍ରତିରୋଧ କୃଷି ଇତ୍ୟାଦି ବିଷୟରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସେ ପୁଣି କହିଥିଲେ ଯେ, ଆମ ସରକାର, ରାଜ୍ୟର ଧାନଚାଷୀ ଭାଇ ଭଉଣୀମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବା ଏବଂ ସେମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଐତିହାସିକ ପଦକ୍ଷେପ ନେଇଛନ୍ତି ।

ଏହା କେବଳ ସମ୍ଭବ ହୋଇପାରିଛି ଆମ ସରକାରର କୃଷକ ଭାଇଭଉଣୀମାନଙ୍କ ପାଇଁ ନୂଆ ନୂଆ ଯୋଜନା ଏବଂ ଚାଷୀମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତା ଭାବ ଯୋଗୁଁ । କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ ଯେ, ଓଡ଼ିଶା ରାଜ୍ୟ, ଆଜି ସାରା ଭାରତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କଠାରୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟ କରୁଛନ୍ତି, ଯାହାକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୮୦୦ ଟଙ୍କା ଅଧିକ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଚାଷୀର ଆୟ ବଢିଲେ ଦେଶର ଆୟ ବଢେ।କେବଳ ଚାଷ କ୍ଷେତ୍ର ନୁହେଁ, ସୁଭଦ୍ରା ଭଳି ଯୋଜନା ଯୋଗୁଁ ଆଜି ରାଜ୍ୟର ଅନେକ ମହିଳା ଲାଭାନ୍ୱିତ।

ମହିଳାଙ୍କର ସଶକ୍ତିକରଣ କଥା ହେଉ ଅବା କୃଷିର ଭିତ୍ତିଭୂମି ବିକାଶ, ସବୁଥିରେ ଓଡ଼ିଶା ସାରା ବିଶ୍ୱରେ ଦୃଷ୍ଟାନ୍ତ ହେବ, ଏହା ଆମର ବିଶ୍ୱାସ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ମନ୍ତ୍ରୀ, ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଏକ ସ୍ୱତନ୍ତ୍ର ମାଧ୍ୟମ, କୃଷକ ମାନଙ୍କୁ ଯାନ୍ତ୍ରିକ ସଶକ୍ତ କରାଇବା ପାଇଁ। ଏହି ଅଭିଯାନ, ଓଡିଶାରୁ ଆରମ୍ଭ ହେଉଛି ଏବଂ ଏହାର ଉପଲବ୍ଧତା ଓଡ଼ିଶାର କୃଷକଙ୍କ ନିକଟରେ ପହଂଚିବ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓଁ ପ୍ରକାଶ ମିଶ୍ର,

ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପ୍ରମୁଖ ଶାସନ ସଚିବ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ଓୟୁଏଟିର କୁଳପତି, ପ୍ରଫେସର୍ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ମଙ୍ଗିଲାଲ୍ ଜାଟ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ ।ପୂର୍ବରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ରେ ଅତିଥି ମାନେ କୃଷି ବିଜ୍ଞାନ କେନ୍ଦ୍ର ଠାରେ ପହଞ୍ଚିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

May 7, 2026
ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

May 7, 2026
ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

May 7, 2026
ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

May 7, 2026

Recent News

ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

May 7, 2026
ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

May 7, 2026
ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

May 7, 2026
ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

May 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

May 7, 2026
ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version