No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠିି ସଂଖ୍ୟା -୧୨୬୩୭/୦୩.୦୫.୨୦୨୫ ପ୍ରକାରେ ଶିକ୍ଷକ ମାନଙ୍କ ଲେବୁଲ ୧ରୁ ୨କୁ ପଦୋନ୍ନତି ସକାଶେ ଓଟିଇଟି ବାଧ୍ୟତାମୂଳକ କରାଯାଇଛି । ଗତ ୧୧.୦୨.୨୦୧୧ରିଖ ପୂର୍ବରୁ ଯେଉଁ ଶିକ୍ଷକ ମାନେ ଓଟିଇଟି ପାସ୍ କରିନାହାନ୍ତି ସୋମନଙ୍କୁ ପଦୋନ୍ନତି ଦେବାକୁ ବାରଣ କରାଯାଇଛି । କିନ୍ତୁ ଏହି ନିର୍ଦ୍ଦେଶନାମା ପ୍ରାଥମିକ ଶିକ୍ଷକ ମାନଙ୍କ କ୍ୟାଡର ନିୟମ ୨୦୧୯ର ପରିପନ୍ଥୀ ଅଟେ ବୋଲି ଶିକ୍ଷକ ମାନେ କହିଛନ୍ତି । ଏନସିଇଟିର ନିୟମ ପ୍ରକାରେ ଶିକ୍ଷକ ମାନଙ୍କ ନିଯୁକ୍ତି ସକାଶେ ଓଟିଇଟି ଆବଶ୍ୟକ ରହିଛି ।
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷକ ମାନଙ୍କ ପଦୋନ୍ନତି ସକାଶେ ଓଟିଇଟି ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରୀ କରିଛି । ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସଂପୃକ୍ତ ନିର୍ଦ୍ଦେଶନାମା ସମଗ୍ର ପ୍ରାଥମିକ ଶିକ୍ଷକ ମାନଙ୍କୁ ମର୍ମାହତ କରିଛି । ଶିକ୍ଷକ ମାନଙ୍କ ବହୁ ସମସ୍ୟା ରହିଥିଲେ ମଧ୍ୟ ବହୁ ସମୟରେ ଭିନ୍ନ ଭିନ୍ନ ଶିକ୍ଷକ ସଂଘ ସହ ରାଜ୍ୟ ସରକାର ବହୁବାର ଆଲୋଚନା କରିଥିଲେ ମଧ୍ୟ ଶିକ୍ଷକ ମାନଙ୍କ କୌଣସି ଦାବିକୁ ରାଜ୍ୟ ସରକାର ଗ୍ରହଣ କରିନଥିବା ନେଇ ଶିକ୍ଷକ ସଂଘ ଦାବି କରିଛି ।
ଏହି ପରିପ୍ରେକ୍ଷୀରେ ଶିକ୍ଷକ ପଦୋନ୍ନତି ସକାଶେ ଓଟିଇଟି ବାଧ୍ୟତାମୂଳକକୁ ବାଦ୍ ଦେଇ ଶିକ୍ଷକ ନିଯୁକ୍ତିରେ ଓଟିଇଟି ବାଧ୍ୟତାମୂଳକ କରିବା ପାଇଁ ଶିକ୍ଷକ ସଂଘ ଦାବି ଜଣାଇଛି । ଗୁରୁବାର ହିଞ୍ଜିଳିକାଟୁ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳକୃଷ୍ଣ ପାତ୍ରଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଂଘ ସଭାପତି କାହ୍ନୁଚରଣ ସାହୁ, ସମ୍ପାଦକ ପି. ଶିଶିର କୁମାର, ସାଗରିକା ଦାଶ, ବିଚିତ୍ରାନନ୍ଦ ବିଶ୍ୱାଳ, କୃଷ୍ଣଚନ୍ଦ୍ର ପାତ୍ର, ଯାଦବ ସାହୁ, ଅରୁଣ ସେଠି, ଗୋପାଳକୃଷ୍ଣ ସ୍ୱାଇଁ, ରଘୁନାଥ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result