• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତୁହାକୁ ତୁହା ବର୍ଷା ସହରସାରା ଜଳାର୍ଣ୍ଣବ ରାସ୍ତାଘାଟ ଜନଶୂନ୍ଯ

Proprietor Abhimanyu Maharana by Proprietor Abhimanyu Maharana
May 29, 2025
in ଓଡ଼ିଶା, ପୁରୀ, ହୋମ୍
0
ତୁହାକୁ ତୁହା ବର୍ଷା ସହରସାରା ଜଳାର୍ଣ୍ଣବ ରାସ୍ତାଘାଟ ଜନଶୂନ୍ଯ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ପୁରୀ ସହର ସମେତ ସଦର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ତୁହାକୁ ତୁହା ଝିପିଝିପି ବର୍ଷା ସାଙ୍ଗକୁ ପବନ ବହିବା ଯୋଗୁ ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରଚଣ୍ଡ ରୌଦ୍ରତାପରୁ ଆଶ୍ବସ୍ତି ମିଳିଛି ।ଦୀର୍ଘ ବର୍ଷର ବ୍ଯବଧାନ ପରେ ଚଳିତବର୍ଷ ସଅଳ ମୌସୁମୀ ଆସିବାରୁ ଚଳିତବର୍ଷ ଭଲ ଫସଲ ହେବା ନେଇ ଚାଷୀକୂଳ ଆଶା ବ୍ୟକ୍ତ କରିଛି ।ବିଲବାଡିରେ ବର୍ଷା ପାଣି ହେବାରୁ ଚାଷୀ ଧାନଚାଷ ଲାଗି ତତ୍ପରତା ପ୍ରକାଶ କରିଛି । ଲଘୁଚାପଜନିତ ଲଗାଣ ବର୍ଷାରେ ବଡଦାଣ୍ଡ ସମେତ ସହର ତଳି ଅଞ୍ଚଳରେ ପାଣି ଜମିଥିବା ଦେଖାଯାଇଛି ।

ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଲାଗିରହିଥିଲା । ରାତି ୧୨ଟାରୁ ଆରମ୍ଭ ହୋଇ ବୁଧବାର ଦିନ ତମାମ ତୁହାକୁ ତୁହା ବର୍ଷା ଯୋଗୁ ବଡଦାଣ୍ଡରେ ବର୍ଷା ପାଣିର ସୁଅ ଛୁଟିବା ସହ ପ୍ରବଳ ବର୍ଷାରେ ସହରର ଅଧିକାଂଶ ସ୍ଥାନରେ ଜଳମଗ୍ନ ହୋଇପଡିବା ଆଶଙ୍କା ରହିଛି । ରଥଯାତ୍ରା ପାଇଁ ଆଗରୁ ବଡଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ବଡନାଳ ଗୁଡିକ ସଫେଇ କାର୍ଯ୍ୟ ସରିଯାଇଛି । ବଡଦାଣ୍ଡ ନାଳ ସହ ସଂଯୋଗ କରୁଥିବା ବାଙ୍କିମୁହାଣ ନାଳ ଏବଂ ସାହି ନାଳ ଗୁଡିକ ଏପର୍ଯ୍ୟନ୍ତ ସଫା ହୋଇନଥିବାରୁ ବର୍ଷାଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ବୋଲି କୁହାଯାଉଛି । ଆଗକୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିବା ପରେ ନିଷ୍କାସନ ପାଇଁ ପୌରସଂସ୍ଥା ପକ୍ଷରୁ ବିଧିବଦ୍ଧ ଭାବେ ଯୋଜନା କରାନଗଲେ ବର୍ଷାଜଳରେ ସହର ଉବୁଟୁବୁ ହେବାର ସମ୍ଭାବନା ରହିଛି ।

ରଥଯାତ୍ରା ପାଖେଇ ଆସୁଥିବାରୁ ଗୁରୁବାର ଦିନ ଠାରୁ ମେଡିକାଲ ଛକ ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବଡଦାଣ୍ଡରେ ପିଚୁ ପଡୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ନବୀକରଣ କରାଯାଇନଥିବାରୁ ବର୍ଷାଜଳ ଦୀର୍ଘ ସମୟ ଧରି ଜମିରହୁଛି । ବର୍ଷା ଲାଗି ରହିଥିବାରୁ ସହରର ତଳି ଅଞ୍ଚଳ ବସ୍ତିରେ ପାଣି ଜମି ରହିବା ଯୋଗୁ ବାସିନ୍ଦାମାନଙ୍କ ସମସ୍ଯା ବଢିଯାଇଛି । ଖାଲଖମା ରାସ୍ତାରେ ବର୍ଷାଜଳ ଜମି ରହିବା ଯୋଗୁ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଟିଆପଡା ଓ ସିଦ୍ଧମହାବୀର ରେଳ ଫାଟକ ଠାରୁ ରାସ୍ତା ଗୁଡିକ ଖାଲଖମା ଯୋଗୁ ମରଣଯନ୍ତା ପାଲଟିଛି । ସାହି ଗଳିକନ୍ଦିର ଉଭୟ ପାର୍ଶ୍ବ ଛୋଟ ଛୋଟ ନାଳ ଗୁଡିକ କେତେକ ସଫେଇ କାର୍ଯ୍ୟ ସରିଥିବା ବେଳେ ଅଧିକାଂଶ ସାହିର ନାଳ ଗୁଡିକ ଏପର୍ଯ୍ୟନ୍ତ ସଫେଇ ହୋଇନଥିବାରୁ ବର୍ଷାଜଳ ରାସ୍ତାରେ ଜମୁଛି ।

ତୁହାକୁ ତୁହା ବର୍ଷା ଯୋଗୁ ସିଦ୍ଧମହାବୀର,ଭାରତୀପୁର, ସେନାପତି ବଗିଚା, କୁମୁଟିପାଟଣା, ଟିକରପଡା, ଗୁଣ୍ଡିଚା ବିହାର, ରାମଚଣ୍ଡୀ ବାଲିକୁଦ ବସ୍ତି, ସର୍ବୋଦୟ ନଗର,ମଧୁବନ, ମାଟିତୋଟା, ସୁଜାତାନଗର ସମେତ ଅବକାଶଲେନ,ରାୟବାହାଦୁର ଲେନ,ଷ୍ଟେସନ ଅଞ୍ଚଳ ବସ୍ତି ଓ ସାହି ମାନଙ୍କରେ ବର୍ଷାଜଳ ଜମୁଥିବାରୁ ଯାଆଆସ କରିବା ପାଇଁ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନଯାକ ବର୍ଷା ଲାଗି ରହିଥିବାରୁ ବଡଦାଣ୍ଡ ସମେତ ନବକଳେବର ରୋଡ, ଚକ୍ରତୀର୍ଥ ରୋଡ, ବଳିଆପଣ୍ଡା, ମଙ୍ଗଳାଘାଟ , ଭିଆଇପି ରୋଡ ଓ ବେଳାଭୂମି ରାସ୍ତାଘାଟ ଜନଶୂନ୍ଯ ହୋଇପଡିଛି । କାଁ ଭାଁ ଲୋକ ମାନେ ଯାଆଆସ କରୁଥିବା ବେଳେ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନଙ୍କ ସଂଖ୍ୟା ମଧ୍ଯ ହ୍ରାସ ପାଇଛି । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

May 7, 2026
ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

May 7, 2026
ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

May 7, 2026
ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

May 7, 2026
ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version