No Result
View All Result
ସାଂସଦ ଙ୍କ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ରାକେଶ ଓ ଗୋପ ବ୍ଲକ ପାଇଁ ରାଜଲଷ୍ମୀ ଙ୍କୁ ଚୟନ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ ଜିଲ୍ଲା :- ଜଗତସିଂହପୁର ଲୋକ ସଭା ସାଂସଦୀୟ କ୍ଷେତ୍ରରେ ମୋଟ ୭ ଟି ବିଧାନସଭା କ୍ଷେତ୍ର ରହୁଥିବା ହେତୁ ସାଂସଦ ଙ୍କ ଦାୟିତ୍ୱ କ୍ରମଶଃ ବୃଦ୍ଧି ପାଉଛି l ସେଥିପାଇଁ ଗତ କଲି ପୁରୀ ଜିଲ୍ଲାର ସମସ୍ତ ସରକାରୀ ବିଭାଗ ପାଇଁ ପ୍ରତିନିଧି ଚୟନ ପ୍ରକ୍ରିୟା ହୋଇଛି l ସେଥିମଧ୍ୟରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାୟାଳୟ ନିମନ୍ତେ ଅସ୍ତରଙ୍ଗ ବ୍ଲକ ଅଧୀନସ୍ତୁ ପାଟଳଦା ପଞ୍ଚାୟତ ବଡନାନପଡା ଗ୍ରାମର ଜଣାଶୁଣା ବିଜେପି ଯୁବନେତା ରାକେଶ କୁମାର ଶ୍ଵାଳଙ୍କୁ ପୁରୀ ଜିଲ୍ଲା ସାଂସଦଙ୍କ ପ୍ରତିନିଧ୍ (ସ୍ଵାସ୍ଥ୍ୟ ବିଭାଗ) ଭାବେ ମନୋନୀତ କରାଯାଇଛି ।
ଏହି ଅବସରରେ ରାକେଶ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଜଗତସିଂହପୁର ସାଂସଦ ଡ. ବିଭୂ ପ୍ରସାଦ ତରାଇ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପୁରୀ ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗର ଅଗ୍ରଗତି ପାଇଁ ସଦାସର୍ବଦା କାର୍ଯ୍ୟ କରିବେ ବୋଲି ରାକେଶ କହିଛନ୍ତି ।
ଠିକ ସେହିପରି କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକ ଅଧିନସ୍ତ 14 ପଞ୍ଚାୟତ ନିମନ୍ତେ ରାଜଲଷ୍ମୀ ଦାଶ ଙ୍କୁ ଜଗତସିଂହପୁର ସାଂସଦ ଙ୍କ ଗୋପ ବ୍ଲକ ପ୍ରତିନିଧି ଭାବେ ଚୟନ କରାଯାଇଛି l ଏହି ଅବସରରେ ଉଭୟ ଙ୍କୁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରିଛନ୍ତି l

No Result
View All Result