• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
May 29, 2025
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମନୋରଞ୍ଜନ, ମହାନଗର, ହୋମ୍
0
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ
Share on FacebookShare on TwitterWhatsapp

ଭୁବନେଶ୍ବର/ ସିଙ୍ଗାପୁର (ଓଡ଼ିଶା ତାଜା ନ୍ୟୁଜ୍) :-  ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଆ ସମାଜ ସିଙ୍ଗାପୁର(ଓ.ଏସ.ଏସ) ର ସହଯୋଗରେ ଆର.ଆର.ଇଭେଣ୍ଟସ ସିନେ ପ୍ରଡକ୍ସନ୍ସ (ଆର.ଆର.ଇ.ସି.ପି.)ଦ୍ବାରା ପ୍ରାୟୋଜିତ ଏହି ଉତ୍ସବକୁ କେନ୍ଦ୍ର କରି ଓଡ଼ିଶାଠାରୁ ସିଙ୍ଗାପୁର ପର୍ଯ୍ୟନ୍ତ ପ୍ରଶଂସାର ସୁଅ ଛୁଟିଥିବା ଲକ୍ଷ୍ୟ କରାଯାଇଛି। ଦେଶ ବାହାରେ ଓଲିଉଡ ପୁରସ୍କାର ପ୍ରଦାନ କରାଯିବାର ଏହା ଦ୍ଵିତୀୟ ଅବସର ଥିଲା। ଏହା ପୂର୍ବରୁ ଆର.ଆର.ଇ.ସି.ପି ଦ୍ବାରା ଗତବର୍ଷ ଓଡ଼ିଆ ସିନେମା ଇତିହାସରେ ପ୍ରଥମ ଥର ପାଇଁ ପୁରସ୍କାର ବିତରଣ ଉତ୍ସବ ଦୁବାଇଠାରେ ଆୟୋଜନ କରାଯାଇଥିଲା।

ସିଙ୍ଗାପୁର ସମାରୋହର ବିଷୟ ବସ୍ତୁ ଥିଲା ବିଦେଶ ମାଟିରେ ଓଡ଼ିଆ ଅସ୍ମିତାକୁ ପରିଚିତ ଓ ପ୍ରତିଷ୍ଠିତ କରାଇବା। ଭାରତ ବାହାରେ ଓଡ଼ିଆ ସିନେମା ପୁରସ୍କାର ପ୍ରଦାନ କରି ଓଡ଼ିଶାର ଯୋଗ୍ୟ କଳାକାରମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ସମାରୋହର ଅସଲ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଆୟୋଜକ ତଥା ଆର.ଆର.ଇ.ସି.ପିର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରମେଶ ବାରିକ ପ୍ରକାଶ କରିଛନ୍ତି।ଏହି ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଓଡ଼ିଆ ଅସ୍ମିତାର ସ୍ଵାକ୍ଷର ବହନ କରି ସିଙ୍ଗାପୁର ମାଟିରେ ଓଡ଼ିଶାର କଳା, ସଂସ୍କୁତି, ସଙ୍ଗୀତ, ନୃତ୍ୟ ଏବଂ ଅଭିନୟର ଯେଉଁ ଦିବ୍ୟ ଏବଂ ଭବ୍ୟ ଝଲକ ଦେଖିବାକୁ ମିଳିଲା ତାହା ଅନନ୍ୟ ଓ ଅଭୂତପୂର୍ବ ଥିଲା।

ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୫ ସିଙ୍ଗାପୁର ନାମରେ ନାମିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସିଙ୍ଗାପୁର ସ୍ଥିତ ୱାନ୍ ୱାର୍ଲଡ ଇଣ୍ଟରନେସନାଲ ସ୍କୁଲର କ୍ୱାଣ୍ଟମ ଆରେନା ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଉତ୍ସବର ଗୁରୁତ୍ଵ ଓ ଗାରିମାକୁ ଦୃଷ୍ଟିରେ ରଖି ବିଶାଳକାୟ କ୍ୱାଣ୍ଟମ ଆରେନାକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା। ସମାବେଶରେ ଆର.ଆର.ଇ.ସି.ପିର ବରିଷ୍ଠ ପଦାଧିକାରୀ, ସିଙ୍ଗାପୁର ଓଡ଼ିଆ ସମାଜର ତୁଙ୍ଗ ନେତୃବର୍ଗ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ସିଙ୍ଗାପୁରଠାରେ ଅବସ୍ଥାପିତ ଶତାଧିକ ଓଡ଼ିଆ ଅଧିବାସୀ ସେମାନଙ୍କ ପରିବାର ଓ ପରିଜନଙ୍କ ସହିତ ଯୋଗ ଦେଇଥିଲେ । ଓଲିଉଡ ପୁରସ୍କାର ମହୋତ୍ସବ ପ୍ରଥମ ଥର ପାଇଁ ସିଙ୍ଗାପୁରଠାରେ ଆୟୋଜିତ ହେଉଥିବାରୁ ଏହାକୁ କେନ୍ଦ୍ର କରି ଉଭୟ ଆୟୋଜକ ଏବଂ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅସୀମ ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ଦୃଷ୍ଟି ଗୋଚର ହୋଇଥିଲା। ସମଗ୍ର ପ୍ରେକ୍ଷାଳୟର ପରିବେଷ୍ଟନୀ ଉତ୍ସବ ମୁଖର ହୋଇ ଉଠିଥିଲା।

ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ମଞ୍ଚ ଉପରେ ପୁରସ୍କାର ଟ୍ରଫି ପ୍ରଦର୍ଶନ ପୂର୍ବକ ଫାଇଭ ଷ୍ଟାର ଚଳଚ୍ଚିତ୍ର ଉତ୍ସବର ଶୁଭାରମ୍ଭ ଘଟିଥିଲା। ଏହା ପୂର୍ବରୁ ପହଲଗାମର ଆତଙ୍କବାଦୀ ଆକ୍ରମଣରେ ନିହତ ନାଗରିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ସିଙ୍ଗାପୁରଠାରେ ଭାରତୀୟ ବ୍ୟାପାର କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ କେ. ରାମମୂର୍ତ୍ତି, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଆକାଶ ଦାସ ନାୟକ, ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ବୋଷ, କାଇଜେନ ଗ୍ରୁପର ପ୍ରତିଷ୍ଠାତା ସ୍ଵାଦିପ ଛୋଟରାୟ ଏବଂ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସେମାନଙ୍କ ସହିତ ମଞ୍ଚ ଉପରେ ଆୟୋଜକ ସଂସ୍ଥା ଆର.ଆର.ଇ.ସି.ପିର ଅଧ୍ୟକ୍ଷ ରମେଶ ବାରିକ, ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ ଏବଂ ସମ୍ପାଦକ ହେମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି କେ. ରାମମୂର୍ତ୍ତି ତାଙ୍କ ଭାଷଣରେ ଓଡ଼ିଶାର କଳା ଓ ସଂସ୍କୃତି ମହାନ ବୋଲି ଅବତାରଣା କରିଥିଲେ। ମହାଶ୍ୱେତା ରାୟ ମାତୃଭୂମିର ସୁରକ୍ଷା ପାଇଁ ସଦା ଜାଗ୍ରତ ସେନାନୀଙ୍କୁ ସ୍ୟାଲୁଟ ଜଣାଇବା ପାଇଁ ଆହ୍ଵାନ ଜଣାଇଥିଲେ। ପ୍ରଶାନ୍ତ କୁମାର ଜଗଦେବ, ଆକାଶ ଦାସ ନାୟକ ଏବଂ ସୁବ୍ରତ ନାୟକ ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ଆର,ଆର.ଇ.ସି.ପି ଓ ରମେଶ ବାରିକଙ୍କର ସାଧୁ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ରମେଶ ବାରିକ ତାଙ୍କର ସମ୍ବୋଧନରେ ସମସ୍ତଙ୍କର ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଅର୍ପଣ କରିଥିଲେ। ପରବର୍ତ୍ତୀ ଫାଇଭ ଷ୍ଟାର ପୁରସ୍କାର ଉତ୍ସବ ଲଣ୍ଡନରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ବାରିକ ଘୋଷଣା କରିଥିଲେ। ଏହି ଅବସରରେ ଲଣ୍ଡନ ସମାରୋହର ପ୍ରମୁଖ ଆୟୋଜକ ୱାର୍ଲଡ ଓଡ଼ିଶା ସୋସାଇଟିର ମହା ସଚିବ ତଥା ୟୁକେ ଓଡ଼ିଆ ସମାଜର ପୂର୍ବତନ ସାଧାରଣ ସମ୍ପାଦକ ମଞ୍ଚେଷ୍ଟର ନିବାସୀ ଶିବ ରଞ୍ଜନ ବିଶ୍ଵାଳ ଉପସ୍ଥିତ ଥିଲେ।

ଉତ୍ସବରେ ଅନ୍ୟତମ ଅତିଥି ଭାବରେ ସୂର୍ଯ୍ୟ ରଥ, ଦେବସ୍ମିତା ମହାନ୍ତି, ଡଃ. ଅମ୍ରିତ ପାଟ୍ଟଯୋଶୀ ଏବଂ ମହମ୍ମଦ ଆଲିମ ପ୍ରମୁଖ ସାମିଲ ହୋଇଥିଲେ। ଆର. ଆର.ଇ.ସି.ପି.ର ସିଇଓ ଶାଶ୍ଵତୀ ପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରସ୍କାର ମହୋତ୍ସବ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ ହୋଇଥିଲା। ଓଡ଼ିଆ ସମାଜ ସିଙ୍ଗାପୁର ତରଫରୁ ସମସ୍ତ ବନ୍ଦୋବସ୍ତକୁ ସୁସମ୍ପାଦନା କରିବାରେ ସଭାପତି ସୁବ୍ରତ ନାୟକ, ଉପ-ସଭାପତି ରୂପକ ସାହୁ, ସମ୍ପାଦକ ହେମନ୍ତ ରାଉତ, ସହ-ସମ୍ପାଦକ ଲୋପାମୁଦ୍ରା ବେହେରା ଏବଂ ଟିମ୍ ସଦସ୍ୟ ଶରତ ମହାନ୍ତି, ଆଲୋକ ପଣ୍ଡା, ବସନ୍ତ ଦାସ, ସବ୍ୟସାଚୀ ମିଶ୍ର, ସ୍ଵାଗତିକା ବିଶ୍ଵାଳ, ପ୍ରସନ୍ନ କୁମାର ଜେନା, ଶୁଭା ତ୍ରିପାଠୀ, ନିରଞ୍ଜନ ବିଶ୍ଵାଳ, ପ୍ରମୋଦ ସାହୁ, ରଞ୍ଜିତ ସାହୁ, ସୀତାଂଶୁ ଗଡ଼ନାୟକ ଓ ତିରୁମାଳା ପାତ୍ର ପ୍ରମୁଖ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ।

ଫାଇଭ ଷ୍ଟାର ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଜୀବନ ତମାମ ଯୋଗଦାନ ପାଇଁ ସବ୍ୟସାଚୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଖ୍ୟାତ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ଉତ୍କୃଷ୍ଟ ଅଭିନୟ ଏବଂ ସ୍ୱନାମଧନ୍ୟ ଅଭିନେତା ଆକାଶ ଦାସ ନାୟକଙ୍କୁ ପୁରୁଷ ବିଭାଗର ଶ୍ରେଷ୍ଠ ଅଭିନେତା (ଜୁରୀ) ପୁରସ୍କାର ପ୍ରଦାନ କରାଯାଇଥିଲା। ସୃଜନଶୀଳ ପାରଦର୍ଶିତାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିବା ଅନ୍ୟାନ୍ୟ କଳାକାରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାବାର ପାଇଁ ତୃପ୍ତି ଶତପଥୀ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଅଶୋକ ପତି, ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ ମହାନ୍ତି, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟ, ଶ୍ରେଷ୍ଠ ପୁରୁଷ ଅଭିନୟ ପାଇଁ ଅର୍ଦ୍ଧେନ୍ଦୁ ସାହୁ, ଶ୍ରେଷ୍ଠ ମହିଳା ଅଭିନୟ ପାଇଁ ପୁନମ ମିଶ୍ର, ଶ୍ରେଷ୍ଠ ସୁପରଷ୍ଟାର ଯୋଡ଼ି ଭାବରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ, ଶ୍ରେଷ୍ଠ ଯୋଡ଼ିସ୍ଵରାଜ ବାରିକ (ପୁରୁଷ), ଭୂମିକା ଦାସ (ମହିଳା), ଶ୍ରେଷ୍ଠ ତାରକା କଳାକାର ଭାବରେ ଅପ୍ସରା ରାଣୀ , ଶ୍ରେଷ୍ଠ ସହଯୋଗୀ ଅଭିନେତା ତ୍ରିଭୁବନ ପଣ୍ଡା, ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ ଅନନ୍ୟା ମିଶ୍ର, ଶ୍ରେଷ୍ଠ ହାସ୍ୟ ଅଭିନେତା ହରିହର ମହାପାତ୍ର, ଶ୍ରେଷ୍ଠ ଖଳନାୟକ ଶୁଭାଶିଷ ଶର୍ମା,

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ଅମିତ ନାୟକ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଶ୍ରେଷ୍ଠ ପୁରୁଷ ଗାୟକ ସତ୍ୟଜିତ ପ୍ରଧାନ, ଶ୍ରେଷ୍ଠ ମହିଳା ଗାୟିକା ଦୀପ୍ତିରେଖା ପାଢ଼ୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଜୁରୀ ପୁରସ୍କାର ମଧ୍ୟରେ ପୁରୁଷ ବିଭାଗରେ ସହଯୋଗୀ ଅଭିନେତା ଶ୍ରୀତମ ଦାସ, ସହଯୋଗୀ ଅଭିନେତ୍ରୀ ଭାବରେ ବିଦୁସ୍ମିତା ଦାସ ମନ୍ତ୍ରୀ, ଶ୍ରେଷ୍ଠ ମହିଳା ଅଭିନେତ୍ରୀ ରାଗୀଣି ସୂତ୍ରଧର, ଶ୍ରେଷ୍ଠ ଖଳନାୟକ ବବି ମିଶ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ସୁଧାଂଶୁ ସାହୁ, ଶ୍ରେଷ୍ଠ ମନୋରଞ୍ଜକ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ,ବର୍ଷର ଶ୍ରେଷ୍ଠ ପୁରୁଷ ଷ୍ଟାଇଲ୍ ଆଇକନ ଦେବାଶିଷ ପାତ୍ର, ଶ୍ରେଷ୍ଠ ମହିଳା ଷ୍ଟାଇଲ୍ ଆଇକନ୍ ସୂର୍ଯ୍ୟମୟୀ ମହାପାତ୍ର, ଶ୍ରେଷ୍ଠ ଉଦୀୟମାନ ଅଭିନେତ୍ରୀ ବିଦ୍ୟା ମହାନ୍ତି, ଶ୍ରେଷ୍ଠ ପ୍ରତିଭାବାନ ଅଭିନେତ୍ରୀ ଲିପିକା ସେନାପତି ଏବଂ ଓଲିଉଡର ‘ଦୀଭା’ ଭାବରେ ଶୀତଲ ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

ସମାରୋହର ବିଶେଷ ଆକର୍ଷଣ ଉଦୀୟମାନ କଳାକାରମାନଙ୍କ ଦ୍ବାରା ପ୍ରସ୍ତୁତ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଥିଲା। ଉତ୍ସବର ପ୍ରାରମ୍ଭରେ ଗୁରୁ ସୁସ୍ମିତା ପାଲଙ୍କ ନିର୍ଦ୍ଦେଶନାରେ ଗୁରୁ ଦେବ ପ୍ରସାଦ ଦାସ ନୃତ୍ୟଧାରାର କଳାକାରମାନେ ବେଶ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସତ୍ୟଜିତ ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ଜଗନ୍ନାଥ ଭଜନ ବେଶ ହୃଦୟସ୍ପର୍ଶୀ ଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଦୀପ୍ତିରେଖା ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଅର୍ଚ୍ଚନା ପାଢ଼ୀ ଓ ଶିବାନୀ ସଙ୍ଗୀତା ପ୍ରମୁଖଙ୍କ ଗାୟନର ମଧୁର ମୂର୍ଚ୍ଛନା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା।

ସମଗ୍ର କାର୍ଯ୍ୟକ୍ରମକୁ ତାରକା ଉପସ୍ଥାପିକା ଉଷାସୀ ମିଶ୍ର , ଉପସ୍ଥାପକ ଶ୍ରୀତମ ଦାସ ଏବଂ ସୁଦକ୍ଷ ଉଦଘୋଷିକା ଲିପ୍ସା ମିଶ୍ର ଆଚାର୍ଯ୍ୟ ତଥା ସୁପ୍ରିୟା ନାୟକ ପ୍ରମୁଖ ବେଶ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସବ୍ୟସାଚୀ ମିଶ୍ର, ସ୍ଵାଗତିକା ମିଶ୍ର, ସ୍ଵାଗତିକା ଜଗଦେବ, ସୁବୋଧ ମହାପାତ୍ର, ନୀଳମାଧବ ପଟ୍ଟନାୟକ, ମନୋଜ ରାଉତ, ଗୀତାଞ୍ଜଳି ପାତ୍ର, ମୋହିତ ଚକ୍ରବର୍ତ୍ତୀ, ଅରୁନ୍ଧତୀ ଚକ୍ରବର୍ତ୍ତୀ, ସନ୍ଧ୍ୟାରାଣୀ ମହାରଣା, ସିନୁ ସୁନ୍ଦର ପାଢ଼ୀ ଏବଂ ସୁଜାତା ପାଢ଼ୀ ପ୍ରମୁଖ ସାମିଲ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version