• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉତ୍କଳ ହସ୍ପିଟାଲ ପକ୍ଷରୁ ‘ଟୁ ମିନିଟ ଆକ୍ସନ ଫର ଓରାଲ କ୍ୟାନସର ପ୍ରୋଟେକ୍ସନ’ କ୍ୟାମ୍ପେନର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
May 28, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଉତ୍କଳ ହସ୍ପିଟାଲ ପକ୍ଷରୁ ‘ଟୁ ମିନିଟ ଆକ୍ସନ ଫର ଓରାଲ କ୍ୟାନସର ପ୍ରୋଟେକ୍ସନ’ କ୍ୟାମ୍ପେନର ଶୁଭାରମ୍ଭ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍କଳ ହସ୍ପିଟାଲ ପକ୍ଷରୁ ମର୍କ ସ୍ପେଶିଆଲିଟିଜ୍ ପ୍ରାଇଭେଟ ଲିମିଟେଡ ସହ ସହଭାଗିତାରେ ବିଶ୍ୱ ତମ୍ବାଖୁ ନିଷେଧ ଦିବସ ଅବସରରେ ହାସଟ୍ୟାଗ ଆକ୍ଟଏଗେନ୍‌ଷ୍ଟଓରାଲକ୍ୟାନସର ସହିତ “ଟୁ-ମିନିଟ ଆକ୍ସନ ଫର୍ ଓରାଲ କ୍ୟାନ୍‌ସର ପ୍ରୋଟେକ୍ସନ” କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ଜାତୀୟସ୍ତରୀୟ ପ୍ରୟାସ ଲୋକମାନଙ୍କୁ ଦର୍ପଣର ବ୍ୟବହାର କରି ନିଜ ପାଟିର ଏକ ସ୍ୱ-ପରୀକ୍ଷଣ କରିବା ପାଇଁ ପ୍ରୋତ୍ସାହିତ କରି ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବା ମୁଖ କର୍କଟ ମାମଲାର ମୁକାବିଲା କରିବାକୁ ଲକ୍ଷ୍ୟ ରଖିଛି । ଏହି କ୍ୟାମ୍ପେନ ମାଧ୍ୟମରେ ବିଶେଷଜ୍ଞମାନେ ଲୋକମାନଙ୍କୁ ପାଟିରେ ଧଳା କିମ୍ବା ଲାଲ ଦାଗ, ଶୁଖୁ ନଥିବା ଅଲ୍‌ସର କିମ୍ବା ଅସ୍ପଷ୍ଟ ରକ୍ତସ୍ରାବ, ଲଗାତାର ଫୁଲା କିମ୍ବା ସ୍ୱର ପରିବର୍ତନ ଭଳି ଚେତାବନୀପୂର୍ଣ୍ଣ ସଙ୍କେତଗୁଡିକୁ ଯାଂଚ କରିବାକୁ ଅନୁରୋଧ କରିଛନ୍ତି ।

ଏହି ପଦକ୍ଷେପ ମାଧ୍ୟମରେ ହସ୍ପିଟାଲ ଯାଉଥିବା ରୋଗୀମାନେ ଏହି ସ୍ୱ-ପରୀକ୍ଷଣ କରିପାରିବେ ଯେଉଁଠାରେ ଦର୍ପଣଗୁଡିକୁ ହସ୍ପିଟାଲର ଅପେକ୍ଷା ସ୍ଥାନରେ ଚିନ୍ତାଶୀଳ ଭାବେ ସ୍ଥାପନ କରାଯାଇଛି । ଏହି କ୍ୟାମ୍ପେନର ଶୁଭାରମ୍ଭ ଅବସରରେ ରେଡିଏଶନ ଅଙ୍କୋଲୋଜି ବିଭାଗର ଡାଇରେକ୍ଟର ଓ ସିନିୟର କନ୍‌ସଲ୍‌ଟାଂଟ ଡା. ସଞ୍ଜୀବ କୁମାର ମିଶ୍ର, ମେଡିକାଲ ଅଙ୍କୋଲୋଜି ଆଣ୍ଡ ବିଏମ୍‌ଟିର କନ୍‌ସଲ୍‌ଟାଂଟ ଡା. ଚିନ୍ମୟ କୁମାର ପାଣି, ରେଡିଏଶନ ଅଙ୍କୋଲୋଜି- ଡାଇରେକ୍ଟର ଓ ସିନିୟର କନ୍‌ସଲଟାଂଟ ଡଃା. ସଞ୍ଜୟ କୁମାର ମିଶ୍ର ଏବଂ ମେଡିକାଲ ଷ୍ଟାଫମାନେ ଉପସ୍ଥିତ ଥିଲେ । ଉତ୍କଳ ହସ୍ପିଟାଲର ରେଡିଏଶନ ଅଙ୍କୋଲୋଜି ବିଭାଗର ନିର୍ଦ୍ଦେଶକ ଓ ସିନିୟର କନ୍‌ସଲ୍‌ଟାଂଟ ଡା. ସଞ୍ଜୀବ କୁମାର ମିଶ୍ର କହିଛନ୍ତି, “ ଦେଶରେ ମୁଖ କର୍କଟ ରୋଗ ବୃଦ୍ଧି ପାଇବା ସହିତ ଶୀଘ୍ର ରୋଗ ନିର୍ଣ୍ଣୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଓରାଲ ଭିଜୁଆଲ ଇନ୍ସପେକ୍ସନ (ଓଭିଆଇ), ମୁଖର ସ୍ୱ-ପରୀକ୍ଷଣ, ବାୟୋସ୍ପି ଓ ହିଷ୍ଟୋ-ପାଥୋଲୋଜିକାଲ ପରୀକ୍ଷା ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟକୁ ସକ୍ଷମ କରିଥାଏ, ଯାହାଫଳରେ ସଠିକ ସମୟରେ ଚିକିତ୍ସା କରାଯାଇପାରିଥାଏ । ଚିକିତ୍ସା ପ୍ରକ୍ରିୟାରେ ପ୍ରାରମ୍ଭିକ ପାଲିଏଟିଭ କେୟାରକୁ ଅନ୍ତର୍ଭୁକ୍ତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ରୋଗୀଙ୍କ ଜୀବନର ମାନକୁ ଉନ୍ନତ କରିବା ପାଇଁ ମୁଖ କର୍କଟ ରୋଗ ପାଇଁ ପାଲିଏଟିଭ କେୟାରରେ ପେନ୍‌ ମ୍ୟାନେଜମେଂଟ, ନ୍ୟୁଟ୍ରିସ୍‌ନାଲ ସପୋର୍ଟ, ଇମୋସ୍‌ନାଲ କାଉନ୍ସଲିଙ୍ଗ ଏବଂ କଥା କହିବା ଓ ଢୋକିବାରେ ସହଯୋଗ ଆଦି ସାମିଲ ରହିଛି । ପ୍ରାରମ୍ଭିକ ପାଲିଏଟିଭ କେୟାର କେବଳ ଯନ୍ତ୍ରଣା ଦୂର କରିନାଏ ବରଂ ରୋଗୀଙ୍କ ଜୀବନର ସାମଗ୍ରିକ ମାନକୁ ଉନ୍ନତ କରିଥାଏ, ଯାହା ରୋଗ ଦୂର କରିବା ଯାତ୍ରାରେ ସୂଚିତ ନିଷ୍ପତି ନେବାରେ ସାହାଯ୍ୟ କରିଥାଏ ।

ରୋଗୀ ଓ ସେମାନଙ୍କ ପରିବାରଗୁଡିକ ପାଇଁ ସାମଗ୍ରିକ ସହଯୋଗ ସୁନିଶ୍ଚିତ କରିବା ପାଇଁ ପାଲିଏଟିଭ ସେବାଗୁଡିକର ସଚେତନତା ଓ ସୁଗମତା ରହିଥିବା ଉଚିତ ।” ଏସମ୍ପର୍କରେ ଉତ୍କଳ ହସ୍ପିଟାଲର ମେଡିକାଲ ଅଙ୍କୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡା. ଚିନ୍ମୟ କୁମାର ପାଣି କହିଛନ୍ତି, “ଏହି କ୍ୟାମ୍ପେନ ଲୋକମାନଙ୍କୁ ପ୍ରତି ମାସରେ ଦୁଇ ମିନିଟର ଏକ ସରଳ ସ୍ୱ-ପରୀକ୍ଷା କରାଇବାକୁ ପ୍ରୋତ୍ସାହିତ କରୁଛି କାରଣ ଶୀଘ୍ର ଚିହ୍ନଟ ହେଉଛି ସର୍ବୋତମ ପ୍ରତିରୋଧ । ଦର୍ପଣରେ ସମଗ୍ର ପାଟିରେ ଧଳା କିମ୍ବା ଲାଲ ଦାଗ, ଦୁଇ ସପ୍ତାହ ହେବ ଶୁଖି ନଥିବା ଅଲ୍‌ସର ବା ଘା’, ଅସାଧାରଣ ରକ୍ତସ୍ରାବ କିମ୍ବା ଢିଲା ଦାନ୍ତର ଯାଂଚ କରନ୍ତୁ । ମାଢି କିମ୍ବା ବେକରେ ଫୁଲା କିମ୍ବା ଲମ୍ପ, କର୍କଷତା କିମ୍ବା ସ୍ୱର ପରିବର୍ତନ, କାନରେ କିମ୍ବା ଢୋକିବା ସମୟରେ ଲଗାତାର ଯନ୍ତ୍ରଣା ହେବା ଭଳି ପରିବର୍ତନଗୁଡିକୁ ଅନୁଭବ କରନ୍ତୁ ।

ଯଦି ଆପଣ କୌଣସି ସଙ୍କେତ ଦେଖିବାକୁ ପାଆନ୍ତି, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ବିଳମ୍ବ କରନ୍ତୁ ନାହିଁ । ସେଗୁଡିକୁ ଚିହ୍ନଟ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ କାରଣ ଶୀଘ୍ର ଯାଂଚ ଚିକିତ୍ସାର ସର୍ବୋତମ ସୁଯୋଗ ସହ ସମାନ ହୋଇଥାଏ ।” ସେହିପରି ଉତ୍କଳ ହସ୍ପିଟାଲର ରେଡିଏଶନ ଅଙ୍କୋଲୋଜି ବିଭାଗର ନିର୍ଦ୍ଦେଶକ ଓ ସିନିୟର କନ୍‌ସଲ୍‌ଟାଂଟ ଡା. ସଞ୍ଜୟ କୁମାର ମିଶ୍ର କହିଛନ୍ତି, “ଚାରିପାଶ୍ୱର୍ର ସୁସ୍ଥ ଟିସ୍ୟୁଗୁଡିକୁ ସଂରକ୍ଷିତ ରଖିବା ସହ ଟ୍ୟୁମରଗୁଡିକୁ ସଠିକ ଭାବେ ଟାର୍ଗେଟ କରି ମୁଣ୍ଡ ଓ ବେକ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ରେଡିଏଶନ ଥେରାପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସଠିକ ରେଡିଏଶନ ଚିକିତ୍ସା ସହିତ ପ୍ରାରମ୍ଭିକ ପର୍ଯ୍ୟାୟ ରୋଗ ଚିହ୍ନଟ ଫଳାଫଳକୁ ବହୁମାତ୍ରାରେ ଉନ୍ନତ କରିଥାଏ । ଆମେ ଅତ୍ୟାଧୁନିକ, ରୋଗୀ-କୈନ୍ଦ୍ରିକ କ୍ୟାନ୍‌ସର ଚିକିତ୍ସା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version