No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ସଚେତନ ନାଗରିକ ମଞ୍ଚ, ଓଡିଶା (ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ) ର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ : ମୁଖ୍ୟ ଅତିଥିଭାବେ ସନ୍ତୋଷ କୁମର ସେଠି – ଉପ ନିର୍ଦ୍ଦେଶକ ଡି.ଆଇ.ପି.ଆର୍.ଓ, ପୁରୀ ଯୋଗ ଦେଇଥିଲେ l ସମ୍ମାନିତ ଅତିଥିଭାବେ ପ୍ରମୋଦ କୁମାର କର – ବ୍ଳକ ଶିକ୍ଷାଧୁକାରୀ, ପୁରୀ ଯୋଗ ଦେଇଥିଲେ l ମାଧବ ଚନ୍ଦ୍ର ପୂଜାପଣ୍ଡା- ପୂର୍ବତନ ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ, ପୁରୀ l ଭଗବାନ ମହାସୁଆର, – ସମାଜସେବୀ, ବରିଷ୍ଠ ସେବାୟତ ।
ସଚେତନ ନାଗରିକ ମଞ୍ଚ ର ରାଜ୍ୟ ସଭାପତି ପ୍ରସନ୍ନ କୁମର ଦାଶ ଓ ସଦସ୍ୟ ମାନେ ହେଲେ ଚକ୍ରଧର ମହାପାତ୍ର, ସମାଜସେବୀ, ଉପଦେଷ୍ଟା l ଗୌରୀଶଙ୍କର ସିଂହାରୀ, ସମାଜସେବୀ, ଉପଦେଷ୍ଟା l ଶିବସୁନ୍ଦର ମିଶ୍ର, ଶିକ୍ଷାବିତ୍, ଉପଦେଷ୍ଟା l ହରିଶଙ୍କର ମିଶ୍ର, ସ୍ତମ୍ଭକାର, ଉପଦେଷ୍ଟା l ନାରାୟଣ ଦାଶ, ସାମ୍ବାଦିକ, ଉପଦେଷ୍ଟା l ରାଜକୁମାର ମହାନ୍ତି, ଉପଦେଷ୍ଟା l ପ୍ରସନ୍ନ ଦାଶ, ରାଜ୍ୟ ସଭାପତି l ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଉପ-ସଭାପତି l ମନୋଜ କୁମାର ସାମଲ, ଉପ ସଭାପତି, ତନ୍ମୟ ଚାଟାର୍ଜି, ସମ୍ପାଦକ ଅମର ମହାପାତ୍ର, ଯୁଗ୍ମ ସମ୍ପାଦକ l
ଅଶୋକ କୁମାର ରାଜ୍ୟ, ସହ-ସମ୍ପାଦକ, ପ୍ରଭୁତି ଙ୍କ ସହାୟତା ରେ ମେଧାବୀ ବୃତ୍ତି ସମ୍ମାନ -2024.- 2025 ପ୍ରଦାନ କରାଯାଇଥିଲା l ରାଜ୍ୟ ର ଗୋଟିଏ ଅଗ୍ରଣୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ ପୂର୍ବ ବର୍ଷ ପରି ଚଳିତ ବର୍ଷ ବି ପୁରୀ ସହରର ସମସ୍ତ A1 ଛାତ୍ର ଛାତ୍ରୀ ମାନଙ୍କୁ 25 ତାରିଖ ଦିନ 10 ଘଟିକା ସମୟରେ ପୁରୀ ର ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୁରୀ ସହରର ଗର୍ବ ଓ ଗୌରବ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହା ଏକ ପ୍ରୟାସ l
ଏଥିରେ ପୁରୀ ଟାଉନ ର 6 ଟି ବିଦ୍ୟାଳୟ ର ମୋଟ 37 ଜଣ A-1 ରେ ଉପସ୍କୃତ ହୋଇଥିଲେ l ଅବଶିଷ୍ଟ ବ୍ଲକ ଗୁଡିକ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅବିଭାବକ ମାନେ ଉପସ୍ଥିତ ଥିଲେ l ଆସନ୍ତା ମାସ ପ୍ରଥମ ସପ୍ତାହ ରେ ଗୋପ, ନିମାପଡା, କାକଟପୁର, ଅସ୍ତରଙ୍ଗ, ସାକ୍ଷୀଗୋପାଳ ଆଦି ଗୋପ ର ଏ -1 ପାଇଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଗୋପ – ନିମାପଡା ଶାଖାର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଏକ ପ୍ରେସ ରିଲିଜ ଦ୍ଵାରା ସୂଚିତ କରିଛନ୍ତି l

No Result
View All Result