ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଦୁର୍ଗମ କୃଷ୍ଣପୁର ଗ୍ରାମକୁ ବିକାଶ ଅପହଞ୍ଚ । ରାସ୍ତା ,ପାନୀୟ ଜଳ ,ବିଦ୍ୟୁତ୍ ଏଠି ସାତ ସପନ । ଦୀର୍ଘ ପଚିଶ ବର୍ଷର ବିଜେଡି ସରକାର ରେ ମିଛ ପ୍ରତିଶ୍ରୁତି ଦେଇ ଅନ୍ଧାର ରେ ରଖିଛନ୍ତି କୃଷ୍ଣପୁର ବାସୀଙ୍କୁ । ପ୍ରଚାର ପ୍ରସାରରେ ସୀମିତ କୃଷ୍ଣପୁର ର ବିକାଶ । ଆମେ କହୁଛୁ ଗଜପତି ଜିଲ୍ଲା ଦୁର୍ଗମ ପଞ୍ଚାୟତ ଢେପା ଗୁଡ଼ା ର କୃଷ୍ଣପୁର ଗ୍ରାମର କଥା । ପଞ୍ଚାୟତ ସମିତି ଠାରୁ ମାତ୍ର 25 କିଲୋମିଟର ଦୁରତାରେ ଅବସ୍ଥିତ ଏହି ଗାଆଁ । ଗାଆଁ କୁ ଯିବାକୁ ହେଲେ ମୃତ୍ୟୁ ସହ ସଂଗ୍ରମବକରି ଯିବାକୁ ପଡ଼େ । ପଥୁରିଆ ଘାଟି ରାସ୍ତା ସହ ବିପଦ ପୂର୍ଣ୍ଣ ବୁଲାଣି ।

ମୋଟର ସାଇକେଲ କଥା ଛାଡ଼ନ୍ତୁ ଚାଲିକି ଯିବା ମଧ୍ୟ କଷ୍ଟ ସାଧ୍ୟ । ନିଜ ପଞ୍ଚାୟତ ସମିତି କୁ ଯିବାକୁ ହେଲେ ଦୀର୍ଘ 80 କିଲୋମିଟର ନିକଟତମ ଜିଲ୍ଲା ଦେଇ ବୁଲିକୁ ଯିବାକୁ ହୁଏ । ତାହା ମଧ୍ୟ ସକାଳେ ଗଲେ ସଂଜରେ ଘରେ ପହଞ୍ଚିବା ପଡେ । ବହୁ ପୁରାତନ କାଳୁ ଏହି ଗାଆଁ ରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ତତ୍କାଳୀନ ସରକାର ଅଣଦେଖା କରି ଆସିଛନ୍ତି ଗ୍ରାମବାସୀଙ୍କୁ । ଆଦିବାସୀ କହି ବୋଧେ ଅବହେଳା କରିଛନ୍ତି ତତ୍କାଳୀନ ସରକାର ।

ବର୍ଷ ତମାମ ଜଳ କଷ୍ଟ ଭୋଗୁଥିବା ବେଳେ ଗ୍ରୀଷ୍ମ ଋତୁରେ ତାହା ସ୍ଥିତି କିପରି ଥିବ ଅନୁମାନ କରିପାରୁଥିବ । 20/25 ଆଦିବାସୀ ପରିବାର ଏହି ଗ୍ରାମ ରେ ବସବାସ କରୁଥିବାବେଳେ ଗ୍ରାମରେ ରହିଛି ଦୁଇଟି ନଳ କୂପ । ନଳକୂପ ରୁ ବାହାରୁଛି ଲୌହ ଯୁକ୍ତ ପାଣି । ଯାହା କି ବ୍ୟବହାର ଯୋଗ୍ୟ ନୁହ । ତାହାବି ଦୀର୍ଘ ସମୟ ପରେ । ବିଦ୍ୟୁତ୍ ସେବା ନଥିବା ରୁ ଅନ୍ଧାର ରେ କାଳ କାଟୁଛନ୍ତି ଗ୍ରାମ ବାସୀ । ଆଜିର ଡିଜିଟାଲ ଯୁଗରେ ଏହି ମାନକ ପାଇଁ ଟେଲିଭିଜନ ହେଉଛି ସ୍ବପ୍ନ । ଆଉ ଅନ୍ୟାନ୍ୟ ବିଦ୍ୟୁତ୍ ଚାଳିତ ସାମଗ୍ରୀ କଥା ଦୂରରେ । ପିଲାଙ୍କ ଶିକ୍ଷାର ମୂଳଦୁଆ କହୁଥିବା ଅଙ୍ଗନବାଡ଼ି କେନ୍ଦ୍ର କଥା କହିଲେ ଏହା ଦିର୍ଘ ବର୍ଷ ହେଲା ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି । ଯେଉଁ କାରଣ ରୁ ପିଲାମାନ ଙ୍କ ଶିକ୍ଷା ଦାନ ରେ ବାଧା ସୃଷ୍ଟି ହେଉଛି ।

ଜୀବନ ଜୀବିକା ଲାଗି ମଧ୍ୟ ପର୍ଯ୍ୟାପ୍ତ ଚାଷ ଜମି ନଥିବା ହେତୁ ଜଙ୍ଗଲ ଜାତ ଦ୍ରବ୍ୟ ତଥା ମହୁଲ ଟୁଲ ସଂଗ୍ରହ କରି ବିକ୍ରୀ କରିଥାନ୍ତି । ବାରମ୍ବାର ତମାମ ସମସ୍ୟା ଉପରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ନିଘୋଡ଼ ନିଦ୍ରାରେ ବିଭାଗୀୟ ଅଧିକାରୀ । ତତ୍କାଳୀନ ସରକାର ମିଛ ପ୍ରଚାର ପ୍ରସାର କରି ବିକାଶ ର ଢିଣ୍ଡୁମ ପିଟୁ ଥିବା ବେଳେ ଏ ହେଉଛି ବିକାଶ ର ବିକଳ ଚିତ୍ର । ଆଶା ଅଛି ମୋହନ ସରକାର ଉପରେ ,ବଦଳିବ କୃଷ୍ଣପୁର ଗ୍ରାମର ମାନଚିତ୍ର । ତାହାକୁ ହିଁ ଲୋକଙ୍କ ଅପେକ୍ଷା ।














