No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ବ୍ଯାଙ୍କ ଜୋନ ଅନ୍ତର୍ଗତ ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଥିବା ସମସ୍ତ ଇଣ୍ଡିଆନ ବ୍ଯାଙ୍କ ମଧ୍ଯରୁ ସାକ୍ଷୀଗୋପାଳ ଶାଖା ଜନତାଙ୍କୁ ବ୍ଯାଙ୍କ ସେବା ଦେବାରେ ଅଗ୍ରଣୀ ହୋଇଥିବାରୁ ଏହାର ଶାଖା ପ୍ରବନ୍ଧକ ସୁନିଲ ପ୍ରଭାକର ରଥଙ୍କୁ ଭୁବନେଶ୍ବର ଠାରେ ସମ୍ମାନିତ କରାଯାଇଛି । ବ୍ଯାଙ୍କର ଉପ ମହାନିର୍ଦ୍ଦେଶକ ସୁମନ କୁମାର ସିଂହ, ଜୋନାଲ ପରିଚାଳକ ଏମ୍ ଅରୁଣା ଶ୍ରୀ ରଥଙ୍କୁ ସମ୍ମାନିତ କରିଥିଲେ ।
ଏଥିରେ ବ୍ଯାଙ୍କର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ସମ୍ମାନିତ ହେବା ପରେ ଶ୍ରୀରଥ କହିଛନ୍ତି ଯେ ଜନତାଙ୍କୁ ବ୍ଯାଙ୍କ ସେବା ଯୋଗାଇବା ବ୍ଯାଙ୍କର ମୂଳ ଲକ୍ଷ୍ଯ । ବ୍ଯାଙ୍କର ୧୨ଟି ସେବା ଯଥା ସେଭିଙ୍ଗ ଡିପୋଜିଟ, କରେଣ୍ଟ ଓ ଫିକ୍ସି ଡିପୋଜିଟ, ଏମଏସଏମଇ, କାର ଲୋନ, ହାଉସିଂ ଲୋନ, ଏସ୍ଏଚଜି ଲୋନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ଯୋତି, ଅଟଳ ବୀମା ଯୋଜନା ଇତ୍ୟାଦିର ବ୍ଯାଙ୍କ ଭଲ ପ୍ରଦର୍ଶନ କରିଛି । ଶ୍ରୀରଥ ସମ୍ମାନିତ ହେବା ବ୍ଯାଙ୍କର ଗ୍ରାହକମାନଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି ।

No Result
View All Result