• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ନାର୍ଯ୍ୟ ଆରକ୍ଷଣ ଦାବିରେ ପ୍ରଦେଶ କଂଗ୍ରେସର ୨୪ ଘଂଟିଆ ଗଣଧାରଣା

Proprietor Abhimanyu Maharana by Proprietor Abhimanyu Maharana
May 23, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ନାର୍ଯ୍ୟ ଆରକ୍ଷଣ ଦାବିରେ ପ୍ରଦେଶ କଂଗ୍ରେସର ୨୪ ଘଂଟିଆ ଗଣଧାରଣା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ନାର୍ଯ୍ୟ ଆରକ୍ଷଣ ଦାବିରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆଜି ଦିବା ୧୦ ଘଟିକାରୁ ୨୪ ଘଂଟିଆ ଧାରଣା ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଧାରଣା ସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଯେ କେନ୍ଦ୍ର ସରକାର ତରବରିଆ ଭାବେ ଭୟରେ ଜାତି ଜନଗଣନା କରିବାପାଇଁ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏହାର ସମସ୍ତ ଶ୍ରେୟ ରାହୁଲ ଗାନ୍ଧୀଙ୍କର । ରାହୁଲ ଗାନ୍ଧୀ କହି ଆସିଛନ୍ତି ଯାହାର ସଂଖ୍ୟା ଯେତେ ତାହାର ହକ ସେତେ ।

ସେହି ନିମୟରେ ସେ ସଂସଦ ଭିତରେ ଏବଂ ସଂସଦ ବାହାରେ ଶାଣିତ ସ୍ୱରରେ ଜାତି ଜନଗଣନା ପ୍ରସଙ୍ଗ ଉପସ୍ଥାପନ ଦୀର୍ଘଦିନ ଧରି କରି ଆସୁଥିଲେ । ସେତେବେଳେ ଜାତି ଜନଗଣନାକୁ ପ୍ରଧାନମନ୍ତ୍ରୀ ମୋଦି, ଅମିିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କ ଠାରୁ ବହୁ ନେତା ତୀବ୍ର ବିରୋଧ କଲେ । ଏପରିକି ଲୋକସଭାରେ ତାଚ୍ଛଲ୍ୟ କରି ବିଜେପିର ସଦସ୍ୟମାନେ ରାହୁଲ ଗାନ୍ଧୀଙ୍କର ଜାତି କ’ଣ ବୋଲି ପଚାରିଲେ । ବିଜେପି ପକ୍ଷରୁ ଜାତିଭିତ୍ତିକ ଜନଗଣନାକୁ ସହରୀ ନକ୍ସଲ ଚିନ୍ତାଧାରା ବୋଲି କୁହାଯାଇଥିଲା । ଦେଶକୁ ଭାଗ ଭାଗ କରିବାପାଇଁ ଜାତି ଜନ ଗଣନା କରାଯାଉଛି ବୋଲି ବିଜେପି ନେତୃବୃନ୍ଦ ଅଭିଯୋଗ କହିଥିଲେ ।

ତେଣୁ ଆଜି ଯଦି ଜାତିଜନଗଣନା ସମ୍ଭବ ହୋଇଛି ତାହା କେବଳ ରାହୁଲ ଗାନ୍ଧୀଙ୍କ ଅବିରତ ସଂଗ୍ରାମ ପାଇଁ । ଓବିସି ବର୍ଗ ପାଇଁ ମଣ୍ଡଳ କମିଶନ ଯେଉଁ ରିପୋର୍ଟ ଦେଲେ ସେଥିରେ ନିଯୁକ୍ତି ଏବଂ ଶିକ୍ଷାକ୍ଷେତ୍ରରେ ଓବିସି ବର୍ଗଙ୍କୁୂ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବାପାଇଁ ମନମୋହନ ସିଂ ସରକାର ଧାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ ସମ୍ବିଧାନର ୯୩ତମ ସଂଶୋଧନ କରି ମନମୋହନ ସିଂ ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି ମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କଲେ । ଯାହାଫଳରେ ଏମସ, ଆଇଆଇଟି, ଆଇଆଇଏମ ଏବଂ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଓବିସି ବର୍ଗ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣର ସୁଯୋଗ ପାଇଲେ ।

ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଜନସଂଖ୍ୟାର ସମୁଦାୟ ୫୪ ପ୍ରତିଶତ ହେଉଛନ୍ତି ଓବିସି ବର୍ଗର । ଆଜିର ଓଡ଼ିଶାର ମୋହନ ସରକାର ଏହି ବର୍ଗକୁ ଉପେକ୍ଷା କରି ସାଧାରଣ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରଖିଛନ୍ତି । ବ୍ୟବହାରିକ ଶିକ୍ଷା ପାଠ୍ୟକ୍ରମରେ ୬୦- ୯୦ ହଜାର ସିଟ ଖାଲି ପଡୁଥିବା ବେଳେ ଏହି ଘୋଷଣାର ମୂଲ୍ୟ କିଛି ନାହିଁ । ଇଂଜିନିୟରିଂ, ମେଡିକାଲ ଓ ବୈଷୟିକ ଶିକ୍ଷାକ୍ଷେତ୍ରରେ ଏହା ଲାଗୁ ହୋଇପାରିବ ନାହିଁ । ତେଣୁ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ପ୍ରବଞ୍ଚନା । ରାଜ୍ୟରେ ଏସ୍‌ସି, ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୩୮.୭୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଉଥିବା ବେଳେ ମେଡିକାଲ ଓ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ମାତ୍ର ୨୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି ।

ଆମର ଦାବି –

 ଓବିସି ଏବଂ ଏସିବିସି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ଆରକ୍ଷଣ ଏବଂ ଏହି ବର୍ଗର ବେକାର ଯୁବକ ଯୁବତୀ ମାନଙ୍କପାଇଁ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ।

 ସ୍ଥାନ ସଂରକ୍ଷଣର ସୁଯୋଗ ହରାଇଥିବା ଓବିସି ଓ ଏସିବିସି ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇ ଏହାର କ୍ଷତି ଭରଣା କରାଯାଉ ।

 ୨୦୧୫ ମସିହାରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୈଷୟୀକ ଓ ବ୍ୟବହାରିକ ଶିକ୍ଷା କ୍ଷେତ୍ରରେ ୩୮.୭୫ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ ।

 ସମ୍ବିଧାନର ଧାରା ୧୫ (୫) ଅନୁଯାୟୀ ଘରୋଇ ଶିକ୍ଷାନୁଷ୍ଠାନରେ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ । ଏସସି-ଏସଟି, ଓବିସି ଓ ମାଇନୋରଟି ଫାଇନାନ୍ସ କର୍ପୋରେସନର ପୂର୍ନରୁଦ୍ଧାର କରାଯାଉ ।

୫ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରାଯାଇ ଉପରୋକ୍ତ ବର୍ଗର ଉଦ୍ୟୋଗୀ ମାନଙ୍କୁ ରିହାତି ଓ କମ ସୁଧରେ ଋଣ ବ୍ୟବସ୍ଥା କରାଯାଉ । ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି ଯେ ଓବିସି ବର୍ଗଙ୍କୁ ଭୁଆଁ ବୁଲାଇବା ପାଇଁ ବ୍ୟବହାରିକ ଶିକ୍ଷାକ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ସେହିଭଳି ଏସ୍‌ସି, ଏସ୍‌ଟି ମାନଙ୍କୁ ମଧ୍ୟ ବୈଷୟିକ, ମେଡିକାଲ, ଇଂଜିନିୟରିଂ ଶିକ୍ଷାକ୍ଷେତ୍ରରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ଯାହାକି ସଂପୂର୍ଣ୍ଣ ଭାବେ ଏହି ବର୍ଗଙ୍କୁ ଉପେକ୍ଷା କରାଯାଇଛି ବୋଲି ଶ୍ରୀ ଲଲ୍ଲୁ ଅଭିଯୋଗ କରିଛନ୍ତି ।

ରାଜ୍ୟର ୫୪ ପ୍ରତିଶତ ପଛୁଆବର୍ଗର ଲୋକ ନିଜ ହକ ପାଇଁ ଲଢ଼େଇ କଲେ ନିଶ୍ଚିତଭାବେ ବ୍ୟବସ୍ଥିତ ହୋଇଥିବା ସଂରକ୍ଷଣ ଲାଗୁ କରିବାପାଇଁ ସରକାର ବାଧ୍ୟ ହେବେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସହ ପ୍ରଭାରୀ ରୋଜାଲିନା ତିର୍କି, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ଅମର ପ୍ରଧାନ, ସୁରେଶ କୁମାର ରାଉତରାୟ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସମୀର ରାଉତରାୟ, ଅଶୋକ ଦାସ, ରମେଶ ଜେନା, ମାନସ ଚୌଧୁରୀ, ଡ. ଦେବାଶିଷ ପଟ୍ଟନାୟକ, ମଙ୍ଗୁ ଖିଲ, ପ୍ରଫୁଲ ପ୍ରଧାନ, ଡ. ଲଲାଟେନ୍ଦୁ ମହାପାତ୍ର, ସନ୍ତୋଷ ସିଂ ସାଲୁଜା, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ସସ୍ମିତା ବେହେରା, ପ୍ରକାଶ ମିଶ୍ର, ସୁଧାଂଶୁ ଦେଓ,

ଜାନକୀ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଣଜିତ ପାତ୍ର, ୟାସିର ନୱାଜ, ଉଦିତ ପ୍ରଧାନ, ସନ୍ତୋଷ ପ୍ରଧାନ, ବିଜୟାନନ୍ଦ ଚାଉଳିଆ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ମାନସ ମଲ୍ଲିକ, ସନ୍ତୋଷ ପ୍ରଧାନ, ଶାନ୍ତନୁ ସାହୁ, ମଧୁସ୍ମିତା ସେଠୀ, ସୁଦର୍ଶନ ଦାସ, ନଟବର ବାରିକ, ବାଙ୍କନିଧି ବେହେରା, ଅଶାକ ଦାସ, କନକଲତା ମଲ୍ଲିକ, ସଂଜୀବ ଗିରି, ଅଜୟ ସାମଲ, ରଜନୀ ମହାନ୍ତି, ହଳଧର ସେଠୀ, ନିରୁପମା ମହାପାତ୍ର, ମାନସ ଆଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ମନୋଜ ରାଉତ, ଜୟକୃଷ୍ଣ ସୁବୁଦ୍ଧି, ମିଲନ ପଟ୍ଟନାୟକ, ପ୍ରଶନ୍ନ ନାୟକ, ଗୋପନ ମାର୍ଥା, ନିରଞ୍ଜନ ନାୟକ, ପ୍ରଫୁଲ ଦାସ, ସଂଜିବ ଗିରି, ନିରୁପମା ପାତ୍ର, ରବି ମଲ୍ଲିକ, ଗିତାଞ୍ଜଳି ମହାନ୍ତି, ଶିଳ୍ପିଶ୍ରୀ ହରିଚନ୍ଦନ, ମନୋରଞ୍ଜନ ରାଉତରାୟ, ଦେବେନ୍ଦ୍ର ସାହୁ, କୁସୁମ ପ୍ରଧାନ, ସସ୍ମିତା ପଣ୍ଡା, ସାକା ସୁଜିତ କୁମାର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026

Recent News

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version