କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ନାରାୟଣୀ ହିଲଟପ ଉପରେ ଛୁରୀ ଓ ମରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ମୋବାଇଲ ଛଡାଇ ନେଉଥିବା ବେଳେ ୨ ନାବାଳକଙ୍କୁ କାବୁ କରିଛି ଟାଉନ ପୁଲିସ। ଉଭୟ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବହୁଦିନ ଧରି ଏମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି। ଜନଗହଳି ସ୍ଥାନ ଛାଡି ନିରୋଳା ସ୍ଥାନରେ ଚୋରି କରିବାକୁ ଯୋଜନା କରି ନାରାୟଣୀ ହିଲ ଟପ ରାସ୍ତାକୁ ସେମାନେ ବାଛିଥିଲେ ।















