No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲାଜଜ୍ କୋର୍ଟ ସ୍ଥାନାନ୍ତର ବିରୁଦ୍ଧରେ ପୁରୀ ବାର ଆସୋସିଏସନ ପକ୍ଷରୁ ସଭାପତି ପ୍ରେମାନନ୍ଦ ମହାନ୍ତି ଓ ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁଙ୍କ ନେତୃତ୍ୱରେ କଚେରି ଛକରୁ ଏକ ନୀରବ ଶୋଭାଯାତ୍ରା ଦୋଳମଣ୍ଡପ ସାହି ଦେଇ ସିଂହଦ୍ବାର ଠାରେ ପହଞ୍ଚିଥିଲା । ସେଠାରେ ଆଇନଜୀବୀ ମାନେ ଏକ ମାନବଶୃଙ୍ଖଳ କରିଥିଲେ । ଜିଲ୍ଲା କୋର୍ଟ ଟି ବାଲୁଖଣ୍ଡ ମଧୁର ଅଞ୍ଚଳକୁ ଉଠିଯିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏହାର ପ୍ରତିବାଦରେ ଫେବୃୟାରୀ ୨୮ ତାରିଖରୁ ସଂଘ କାର୍ଯ୍ଯାଳୟ ସମ୍ମୁଖରେ ସତ୍ଯାଗ୍ରହ ଚାଲୁରହିଛି ।
ଗଞ୍ଜାମ ଓ ଭୁବନେଶ୍ଵର କୋର୍ଟ ସେହି ସ୍ଥାନରେ ଥିବାବେଳେ ପୁରୀ କୋର୍ଟକୁ ଉଠାଇ ଦେବା ପାଇଁ ମସୁଧା ଚାଲିଛି । ପୁରୀ କୋର୍ଟ ସମ୍ମୁଖରେ ଥିବା ତହସିଲ, ଡିଆରଡିଏ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ମିଶ୍ରଣ କଲେ ୫ ଏକର ଜମି ହୋଇପାରିବ । ଏ ସଂପର୍କରେ ସଂଘ ମୁଖ୍ଯ ବିଚାରପତି, ମୁଖ୍ଯମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଶୋଭାଯାତ୍ରାରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଆଇନଜୀବୀ ଅଂଶଗ୍ରହଣ କରିଥିଲେ ।
ଏଥିରେ ବରିଷ୍ଠ ଆଇନଜୀବୀ ଜୟଦେବ ମିଶ୍ର , ଅନିଲ ରାୟ, ଆଦିତ୍ୟ ହୃଦୟ ମିଶ୍ର , ଜ୍ୟୋତିପ୍ରକାଶ ମିଶ୍ର , ରୁଦ୍ର ନନ୍ଦନ ମିଶ୍ର , ପୁଷ୍କର ମହାପାତ୍ର , ଶୁଭେନ୍ଦୁ ଦାଶ , ରମେଶ ପ୍ରାସାଦ ସିଂହ, ପ୍ରିୟଦର୍ଶନ ପଟ୍ଟନାୟକ, ଗୋପାଳ ପଣ୍ଡା, ଶ୍ରୀକାନ୍ତ ପରିଜା ,ସୋମନାଥ ଦାସ,ସାରଦା ପ୍ରସାଦ ସାମଲ, ଭାଗବତ ପ୍ରସାଦ ପଟ୍ଟନାୟକ,କର୍ଣ୍ଣଵୀର ମହାପାତ୍ର , ସମୀର ଘୋଷ, ବିଭୁଦତ୍ତ ପଟ୍ଟନାୟକ, ଜ୍ୟୋତି ରାଉତରାୟ, ବିଭୂତି ଶଙ୍କର ତ୍ରିପାଠୀ , ସୁଶାନ୍ତ ମିଶ୍ର, ବିମଳେନ୍ଦୁ ଦାସ ରମେଶ ଚନ୍ଦ୍ର ପ୍ରଧାନ, କାଳୀ ଚରଣ ନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସୁକାନ୍ତ ପ୍ରଧାନ, ଅନିଲ କୁମାର ସାହୁ, ବିଶ୍ବଜିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result