No Result
View All Result
ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) :- ପଡ଼ିଆ ବ୍ଲକ ସଦର ମହକୁମାର ଶତାଧିକ ପରିବାର ପ୍ରାୟ ଏକ ମାସ ଧରି ଅଜଣା ରୋଗରେ ପୀଡିତ ହୋଇ ରହିଛନ୍ତି । ଚିକିତ୍ସା ପାଇଁ ପଡ଼ିଆରୁ ଆରମ୍ଭ କରି ମାଲକାନଗିରି ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଯାଇଥିଲେ ମଧ୍ୟ ରୋଗ ଚିହ୍ନଟ ହୋଇପାରି ନଥିବାରୁ ଆତଙ୍କିତ ହୋଇପଡ଼ିଥିଲେ । ଏନେଇ ଖବର ପ୍ରକାଶ ପାଇଥିଲା । ସୋମବାର ଦିନ ସକାଳୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୪ଟି ମେଡିକାଲ ଟିମ୍ ପଡ଼ିଆ ଗ୍ରାମର ଖ୍ରୀଷ୍ଟିଆନ ସାହି, ମୋଟୁମଗୁଡା, ଗୁଟାଗୁଡା ଏବଂ ଶାନ୍ତି ନଗର ରେ ପହଞ୍ଚି ଆକ୍ରାନ୍ତ ରୋଗୀଙ୍କର ରକ୍ତ ନମୁନା ସଂଗ୍ରହ କରିଥିବା ଦେଖିବାକୁ ମିଳିଛି । ଆକ୍ରାନ୍ତକାରୀଙ୍କ ରକ୍ତ ନମୁନା , ଡେଙ୍ଗୁ, ମ୍ୟାଲେରିଆ ରୋଗ ସମେତ ସିବିସି,ଏଲଏଫଟି ଓ ଆରଏଫଟି ପରୀକ୍ଷା କରାଯାଇଛି ।
ଏଥିସହ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅଵିଦ ହୁସେନଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମକୁ ଗତ ଏକ ମାସ ମଧ୍ୟରେ ଆସିଥିବା ଦାଦନ ଶ୍ରମିକ ଓ ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ କୁହାଯାଇଛି । ସେହିପରି ସ୍ଥାନୀୟ ଲୋକେ ବ୍ୟବହାର କରୁଥିବା ପାନୀୟ ଜଳର ନମୁନା ନିଆଯାଇଛି । ଡ଼ଃ ପ୍ରାଣଵିକା ସିଂ, ବିଜୟ କୁମାର ପଣ୍ଡା ନେତୃତ୍ୱରେ ୪ଟି ଟିମ୍ ପ୍ରତ୍ୟକ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ଗୁଡିକୁ ପଡ଼ିଆ ବ୍ଲକ ଏଚ୍ଇଓ ନବୀନ ଚନ୍ଦ୍ର ସମରଥ ଓ ଵିପିଏମ୍ ମହାନନ୍ଦ ମିସ୍ତ୍ରୀ ଆୟୋଜନ କରିଥିବା ଜଣାପଡିଛି । ଏବଂ ଆଇଜିଡି ଏନଜିଓର କର୍ମୀ ମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

No Result
View All Result