• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
May 20, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Engineer Akshaya Samal receives Prestigious Amruta Kalakar Award
Share on FacebookShare on TwitterWhatsapp

ଭୁବନେଶ୍ବର  (ଓଡ଼ିଶା ତାଜା ନ୍ୟୁଜ୍) :- କଳିଙ୍ଗ ଭାରତୀ ଏବଂ ଅକ୍ଷୟ ମିତ୍ର ପ୍ରତିଷ୍ଠାନର ପ୍ରତିଷ୍ଠାତା ଜାତୀୟ ସଭାପତି ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ସମ୍ମାନସ୍ପଦ ଅମୃତ କଳାକାର ପୁରସ୍କାର ପ୍ରଦାନ କରାଯାଇଛି। ସୁଦୂର ହରିୟାଣାର ଗୁରୁଗ୍ରାମଠାରେ ଅବସ୍ଥାନ କରୁଥିବା ଇଂ. ସାମଲ ଓଡ଼ିଶା ମାଟି ଓ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ପ୍ରୋତ୍ସାହନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ଦୃଷ୍ଟିରୁ ଏହି ପୁରସ୍କାର ପାଇଁ ବିବେଚିତ କରାଯାଇଥିବା ଅମୃତ କଳାକାର ଅନୁଷ୍ଠାନର ସଭାପତି ବସନ୍ତ କୁମାର ଦାସ ଏବଂ ସଂସ୍ଥାପକ ସମ୍ପାଦକ ରାଜ କିଶୋର ଗୋଚ୍ଛାୟତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜୟଦେବ ଭବନଠାରେ ଅମୃତ କଳାକାର ଦ୍ୱାରା ଆୟୋଜିତ ‘ଆମ ମାଟି, ଆମ ଭାଷା” ଶୀର୍ଷକ ଏକ ଅନନ୍ୟ ସାଙ୍ଗୀତିକ କାର୍ଯ୍ୟକ୍ରମ ଅବସରରେ ଇଂ. ସାମଲଙ୍କୁ ବିଶିଷ୍ଟ ଅତିଥି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ଼ଃ ଚନ୍ଦ୍ର ଶେଖର ହୋତା, ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ପ୍ରତିଷ୍ଠିତ ପ୍ରକାଶକ ବନୋଜ ତ୍ରିପାଠୀ ଏବଂ ପ୍ରସିଦ୍ଧ କବି ଡ଼ଃ ଅଶୋକ କୁମାର ପୁହାଣ ପ୍ରମୁଖ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଇଂ. ଅକ୍ଷୟ ସାମଲ ତାଙ୍କର ଉତ୍କୃଷ୍ଟ ଜନସେବା ଏବଂ ଉତ୍ସର୍ଗୀକୃତ ମାନବ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିଛନ୍ତି। ଇଂ. ସାମଲଙ୍କର ତତ୍ତ୍ଵାବଧାନରେ କଳିଙ୍ଗ ଭାରତୀ ପ୍ରତିଷ୍ଠାନ ଜାତୀୟ ରାଜଧାନୀ କ୍ଷେତ୍ରରେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଭାଷା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ହସ୍ତକଳା, ଖାଦ୍ୟ ସାମଗ୍ରୀ ଏବଂ ପରିପାଟୀକୁ ଦୀର୍ଘ ତିନି ଦଶନ୍ଧି ଧରି ଲୋକପ୍ରିୟ କରିବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିବା ଲକ୍ଷ୍ୟ କରାଯାଇଛି। କଳିଙ୍ଗ ମ୍ୟାନେଜମେଣ୍ଟ କନସଲଟାନ୍ସିର ସଂସ୍ଥାପକ ଇଂ. ସାମଲ ଏହି ସଂସ୍ଥା ଜରିଆରେ ମୁଖ୍ୟତଃ ତାଙ୍କର ଜନ୍ମମାଟି ମାହାଙ୍ଗା ଅଞ୍ଚଳର ତିନିଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିପାରିଛନ୍ତି। ଇଂ. ସାମଲ କୋଭିଡ ମହାମାରୀ କାଳରେ ସମୟକ୍ରମେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇ ଶତାଧିକ ଦୁର୍ଲଭ ଜୀବନକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିବାରେ ସକ୍ଷମ ହୋଇଥିବା ଜଣାଯାଇଥିଲା।

ପେଶାରେ ଜଣେ ପ୍ରଡକ୍ସନ ଇଞ୍ଜିନିୟର ଭାବରେ ଦୀର୍ଘ ୨୩ ବର୍ଷ କାଳ ବିଭିନ୍ନ ନାମି ଦାମୀ କମ୍ପାନୀରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବା ପରେ ନିଜର ଜନ୍ମଭୂମିର ସେବା କରିବା ଉଦ୍ଦେଶ୍ୟରେ ଇଂ. ସାମଲ ଚାକିରୀରୁ ଅବ୍ୟାହତି ନେଇଛନ୍ତି । ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ପ୍ରତିଷ୍ଠାତା ସଭାପତି, ଉତ୍କଳ ଜ୍ୟୋତି ଦାତବ୍ୟ ସଙ୍ଗଠନର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଏବଂ ସାରା ଦେଶର ୨୧ଟି ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ସହିତ ସକ୍ରିୟ ଭାବରେ ସମ୍ପୃକ୍ତ ରହିଆସିଥିବା ଇଂ. ସାମଲଙ୍କର ଜାତୀୟ ସ୍ତରରେ ପ୍ରବାସୀ ଓଡ଼ିଆମାନଙ୍କର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବ୍ୟାପକ ଅବଦାନ ରହିଛି। ଇଂ ସାମଲଙ୍କ ଦ୍ୱାରା ନୂଆଦିଲ୍ଲୀ ଠାରେ ଆୟୋଜିତ ଆନ୍ତର୍ଜାତିକ ଜଗନ୍ନାଥ ମହୋତ୍ସବରେ ଛଟି ଦେଶର ଶ୍ରଦ୍ଧାଳୁ ଏବଂ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ ଓ ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ।

ଏକଦା ୮ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଥିବା ଜୈନିକ ବ୍ୟକ୍ତିଙ୍କର ଗରିବ ଓ ଅସହାୟ ବିଧବା ପତ୍ନୀଙ୍କୁ ଘଟଣାର ପ୍ରମୁଖ ସାକ୍ଷୀ ହିସାବରେ ଶ୍ରୀ ସାମଲ, ଦୀର୍ଘ ୮ ବର୍ଷ ଧରି କୋର୍ଟ ରେ ମକଦ୍ଦମା ଲଢ଼ି ସନ୍ତୋଷ ଜନକ କ୍ଷତି ପୂରଣ ପ୍ରଦାନ କରାଇ ଖୁବ୍ ସୁନାମ ଅର୍ଜନ କରିଛନ୍ତି। ଇଂ. ସାମଲ ନିଜର ଜନ୍ମମାଟି ମାହାଙ୍ଗାର ସର୍ବାଙ୍ଗୀନ ଉନ୍ନୟନ ଅଭିପ୍ରାୟରେ ନିକଟରେ ଅକ୍ଷୟ ମିତ୍ର ପ୍ରତିଷ୍ଠାନର ସ୍ଥାପନା କରିଛନ୍ତି। ଇଂ ସାମଲ ଭୂମିପୁତ୍ର ହୋଇଥିବାରୁ ମାହାଙ୍ଗାର ତୃଣମୂଳ ସ୍ତରର ସମସ୍ୟା ଓ ସେଗୁଡ଼ିକର ସମାଧାନର ସୂତ୍ର ସମ୍ପର୍କରେ ଅଙ୍ଗାଙ୍ଗୀ ଭାବେ ପରିଚିତ ଅଛନ୍ତି। ଅକ୍ଷୟ ମିତ୍ର ଅନୁଷ୍ଠାନ ଜରିଆରେ ଇଂ. ସାମଲ ମାହାଙ୍ଗା ଅଞ୍ଚଳର ଥିବା ତାଙ୍କର ଅସଂଖ୍ଯ ପ୍ରସଂଶକ ଓ ସମର୍ଥକମାନଙ୍କୁ ନେଇ ସେହି ଇଲାକାରେ ଶିକ୍ଷା, କୃଷି, ଶିଳ୍ପ ତଥା ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ଯୁବକ, ମହିଳା ଏବଂ କୃଷକ ମାନଙ୍କୁ ସ୍ୱାବଲମ୍ବୀ କରାଇ ନୂଆ ମାହାଙ୍ଗା ଗଢି ତୋଳିବା ପାଇଁ ତାଙ୍କର ସ୍ବପ୍ନ ଓ ଯୋଜନା ଥିବା ପ୍ରକାଶ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

June 16, 2025
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

June 16, 2025

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version