ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଲୋକ ଙ୍କ ପାଖରେ ପହଞ୍ଚି ପାରୁନି
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଗୋପ ବ୍ଲକ ରେ ଜିଲ୍ଲାପାଳ ପୁରୀ ଙ୍କ ୨ୟ ତ୍ରୈମାସିକ ମିଳିତ ଅଭିଯୋଗ ଶୁଣାଣି ଶିବିର-୨୦୨୫ ଅନୁଷ୍ଠିତ ହୋଇଥିଲା l ଗତ ସୋମବାର ଗୋପ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ, ରେ ଆୟୋଜିତ ହୋଇଥିଲା l ପୂର୍ବାହ୍ଣ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ ହୋଇଥିବା ସତ୍ତ୍ୱେ କାର୍ଯ୍ୟକ୍ରମ ଆରମ୍ବରେ ବିଳମ୍ବ ହୋଇଥିଲା l ୭ ଟା ପରିବର୍ତ୍ତେ ଆଠଟା ପରେ କାର୍ଯ୍ୟକ୍ରମ ର ଆରମ୍ଭ ହୋଇ 10 ଟା 30 ରେ ଶେଷ ହୋଇଥିଲା l ଏଥିରେ ମୋଟ 32 ଜଣ ଅଭିଯୋଗକାରୀ ଉପସ୍ଥିତି ହୋଇଥିବା ସ୍ଥଳେ ଅଧିକାଂଶ ଙ୍କ ର ପୁନରାବୃତ୍ତି ହୋଇଥିଲା l ମାନେ ପୂର୍ବରୁ କରିଥିବା ଅଭିଯୋଗ ର ସମାଧାନ ହୋଇନଥିବା ହେତୁ ପୁନଃ ଅଭିଯୋଗ କରିବାକୁ ପଡିଥିଲା l
ଏହି ଜନଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ପୁରୀ -ସରତ ଚନ୍ଦ୍ର ବେହେରା , ଉପ ଜିଲ୍ଲାପାଳ ପୁରୀ – ରାଜକିଶୋର ଜେନା, ଅତିରକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ, ପ୍ରକଳ୍ପ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଠି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ – ଲଲାଟେନ୍ଦୁ ମିଶ୍ର, ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ, ଉପାଧକ୍ଷ ବନୋରଞ୍ଜନ ପଟ୍ଟନାୟକ, ବିଡ଼ିଓ – ଛବିରାଣୀ ସାହୁ ଙ୍କ ସମେତ ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଓ ଅଧିକାରିଣୀ ଉପସ୍ଥିତ ରହିଥିଲେ l ଉକ୍ତ କାର୍ଯ୍ୟକ୍ରମ କରିବାର ମୁଖ୍ୟ କାରଣ ଟି ହେଉଛି ଗ୍ରାମାଞ୍ଚଳମାନଙ୍କରେ ବସବାସ କରୁଥିବା ନିରୀହ ଗରିବ ଶ୍ରେଣୀର ବ୍ୟକ୍ତି ବିଶେଷ ଙ୍କୁ କିପରି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ l
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କ ରେ ସଠିକ ଭାବେ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ବ୍ୟକ୍ତି ଙ୍କ ନିକଟରେ ପହଞ୍ଚି ପାରୁନାହିଁ l ତା ସତ୍ତ୍ୱେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଲୋକ ଙ୍କୁ ୱାର୍ଡ ଅନୁଯାଇ ସୂଚିତ କରାଯାଉଅନାହିଁ lଏପରି କୀ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ କାର୍ଯ୍ୟକ୍ରମ ସମ୍ପର୍କ ରେ ପୂର୍ବ ରାତି 9:48 ରେ ଏକ ଗ୍ରୁପ ମଧ୍ୟରେ ସୂଚିତ କରାଯାଇଥିଲା l ତାହା ପୁଣି ସାମୁହିକ ଭାବେ ନୁହେଁ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ପୂର୍ବରୁ ସୂଚିତ ନ କରିବା ପଛରେ କାହାର ହାତ ରହୁଛି ?
ଯେବେଠୁଁ ଶ୍ରୀମତୀ ସାହୁ ଗୋପ ବ୍ଲକ ର ଦାୟିତ୍ୱ ନେଲେଣି ସେବେଠୁ କୌଣସି ସରକାରୀ କାର୍ଯ୍ୟକ୍ରମ ରେ ପୂର୍ବରୁ ସୂଚିତ ହେଉନାହିଁ କୀ ସଠିକ ଭାବେ ପରିଚାଳିତ ହେଉନାହିଁ l ଯଦିଓ ଓଡିଶା ରେ ଡବଲ ଇଞ୍ଜିନ ସରକାର ବା ଲୋକ ଙ୍କ ସରକାର ଚାଲିଛି କିନ୍ତୁ ଗୋପ ବ୍ଲକ ବିଡିଓ ଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ? ଏହା ପୁଣି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିଲେ ମଧ୍ୟ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି l ଏହା କଣ ମୋହନ ସରକାର ଙ୍କ ସରଳତା ସୁଯୋଗ ର ଫାଇଦା ଉଠାଉଛନ୍ତି କୀ ଗୋପ ବିଡିଓ ? ସାଧାରଣ ରେ ଚର୍ଚ୍ଚା ହେଉଛି ଗୋପ ବ୍ଲକ ର ଦୁର୍ନୀତି ସମ୍ପର୍କ ରେ ନିୟମିତ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ସତ୍ତ୍ୱେ କାହା ସୁରକ୍ଷା ବଳୟ ଭିତରେ ଗୋପ ବ୍ଲକର ବିଡିଓ ?