No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଗୋପ ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ଜଣେ ଡାକ୍ତର ରହିଛନ୍ତି ଯିଏ କୀ ବିଗତ 17 ବର୍ଷ ଧରି ନିଜର ଜନ୍ମଦିନକୁ ରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ନିଜର ଜନ୍ମଦିନ ପାଳିଥାନ୍ତି l ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଶିବପ୍ରସାଦ ମଙ୍ଗରାଜଙ୍କ 62 ତମ ଜନ୍ମଦିନ ଗୋପ ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି l ଏଥିଲେ ସମସ୍ତ ଷ୍ଟାଫ୍ ଓ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ ବ୍ୟକ୍ତି ବିଶେଷ ଏବଂ ଚିକିତ୍ସିତ ହେଉଥିବା ଏକାଧିକ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ଗହଣରେ ପାଳିତ ହୋଇଯାଇଛି ଜନ୍ମଦିନ l

ମଧ୍ୟାର୍ହ୍ନ ରେ ସ୍ଥାନୀୟ ଅଞ୍ଚଳ ବାସି ଙ୍କ ପକ୍ଷରୁ ଗୋପ ନିକଟସ୍ତ ମା ଜାଗୁଳାଇ ମନ୍ଦିର ପ୍ରାଙ୍ଗରେ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଥିଲା ଜନ୍ମଦିନ ପାଳନ ହୋଇଥିଲା l ସଦାସର୍ବଦା ଓ ନିରବଚିର୍ଣ୍ଣ ଭାବେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତି ଡାକ୍ତର ମଙ୍ଗରାଜ l ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜଣେ ମାତ୍ର ଡାକ୍ତର ଯିଏ କୀ ସମସ୍ତ ରୋଗୀ ଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସହାୟକ ହୋଇଥାନ୍ତି, ଯଦିଓ ସିଏ ସ୍ତ୍ରୀ ରୋଗ ବିଶେଷଜ୍ଞ କିନ୍ତୁ ସମସ୍ତ ରୋଗୀ ତାଙ୍କୁ ହି ଅପେକ୍ଷା କରିଥାନ୍ତି l

ଅତ୍ୟନ୍ତ ଦରଦୀ ମଣିଷ ଟିଏ ! ଡାକ୍ତର ମଙ୍ଗରାଜ କହିଲେ ଗୋପ,କୋଣାର୍କ, ଚାରିଛକ, ନିମାପଡା ଆଦି ଅଞ୍ଚଳର ହାଜର ଯାହାର ବ୍ୟକ୍ତି ଙ୍କ ଅତିପରିଚିତ l ତାଙ୍କର ଜନ୍ମଦିନ ରେ ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଉପହାର ଓ ଉପ ଢ଼ୋକନ ଆଦି ପ୍ରଦାନ କରିଥିଲେ l ବରିଷ୍ଠ ସାମ୍ବାଦିକ ଭାରତୀ ଭୂଷଣ ଉପାଧ୍ୟାୟ, ସୁବାସ ସେନାପତି, ସଚ୍ଚିଦାନନ୍ଦ ଗୋଛାୟତ, ସଞ୍ଜୟ ସେନାପତି, ପ୍ରଶାନ୍ତ ରାୟ, ଦୀପ୍ତି ରଞ୍ଜନ ସେଠୀ ପ୍ରଭୁତି ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଗୋପ ବ୍ଲକ ବିଜେପି ଯୁବମୋର୍ଚା ସଭାପତି ଶିବ ପ୍ରସାଦ ସ୍ୱାଇଁ,ଗୋପ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ଔଷଧ ଦୋକାନୀ ଙ୍କ ସମେତ ଧୁଶାସନ ପୃଷ୍ଠି ପ୍ରମୁଖ ବ୍ୟକ୍ତି ବିଶେଷ ଡାକ୍ତର ମଙ୍ଗରାଜ ଙ୍କ ଜନ୍ମଦିନ ରେ ଦୀର୍ଘାୟୁ କାମନା କରିଥିଲେ l

No Result
View All Result