• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୃଜନର ଉପସରଣମ – ଯେଉଁଠାରେ ଓଡିଶୀ ନୃତ୍ୟ ଓ ଯୁବପିଢିଙ୍କ ଉଜ୍ଜ୍ୱଳ ସ୍ୱପ୍ନଗୁଡିକ ହୋଇଥାଏ ମୁଖ୍ୟ ଆକର୍ଷଣ

Proprietor Abhimanyu Maharana by Proprietor Abhimanyu Maharana
May 19, 2025
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ସୃଜନର ଉପସରଣମ – ଯେଉଁଠାରେ ଓଡିଶୀ ନୃତ୍ୟ ଓ ଯୁବପିଢିଙ୍କ ଉଜ୍ଜ୍ୱଳ ସ୍ୱପ୍ନଗୁଡିକ ହୋଇଥାଏ ମୁଖ୍ୟ ଆକର୍ଷଣ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ ୧୯୯୩ରେ ଏହାର ପ୍ରଥମ ଅନୁଷ୍ଠାନ ଆରମ୍ଭ କରିବା ପରଠାରୁ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ଦୁନିଆରେ ତାଲିମ, ସୃଜନଶୀଳତା, ପ୍ରଦର୍ଶନ ଓ ଉତ୍କର୍ଷତା କ୍ଷେତ୍ରରେ ସବୁବେଳେ ସଫଳ ହେବା ପାଇଁ ଚେଷ୍ଟା କରିଆସିଛି । ‘ଉପସରଣମ- ଉତ୍କର୍ଷତା ଦିଗରେ ଅଗ୍ରସର ହେବା’ ହେଉଛି ସୃଜନର ଗୁରୁତ୍ୱପୂର୍ଣ୍ଣ ତାଲିମ ଶାଖାର ବାର୍ଷିକ ପ୍ରଦର୍ଶନୀ । ଚଳିତ ବର୍ଷ ସୃଜନ ପକ୍ଷରୁ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପଠାରେ ଆସନ୍ତା ମେ’ ୧୮ ତାରିଖରେ ଉପସରଣମ୍ ୨୦୨୫ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିବା ବେଳେ ଡଃ ମୃତ୍ୟୁଞ୍ଜୟ ରଥ ନିଜର ବକୃତା ଓ ଅଭିଜ୍ଞତା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଏହି ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ବାଦ୍ୟଯନ୍ତ୍ରବାଦକ  ଶ୍ରୀ ଅବନିକାନ୍ତ ଦାସ, ଗୁରୁ ପଙ୍କଜ ଚରଣ ଓଡିଶର ରିସର୍ଚ୍ଚ ଫାଉଣ୍ଡେଶନର ନିର୍ଦ୍ଦେଶକ ଶ୍ରୀ ଶରତ ଦାସ, ଲୋକପ୍ରିୟ ସିତାର ବାଦକ ଶ୍ରୀ ରବିଶଙ୍କର ପ୍ରଧାନ, ପ୍ରତିଷ୍ଠିତ ଓଡିଆ ସାମ୍ବାଦିକ, କବି ଓ ଲେଖକ ଶ୍ରୀ କେଦାର ମିଶ୍ର ଙ୍କ ସମେତ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍ ଆର୍ଟସ୍‌, କମ୍ୟୁନିକେଶନ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍‌ର ଡିନ ଶ୍ରୀ ରତିକାନ୍ତ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହାପରେ ୭୫ ଜଣ ପ୍ରତିଭାଶାଳୀ ଯୁବ ନୃତ୍ୟଶିଳ୍ପୀ ମଂଚରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ । ସେମାନେ ସ୍ୱର୍ଗତଃ କିମ୍ବନ୍ଦନ୍ତୀ ଓଡିଶୀ ନୃତ୍ୟଗୁରୁ ଓ ସୃଜନ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟବାସର ପ୍ରତିଷ୍ଠାତା ଗୁରୁ କେଳୁଚରଣ ମହାପାତ୍ର ଓ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ସଂରଚନା ଉପସ୍ଥାପନ କରିଥିଲେ । ପ୍ରଥମ ଉପସ୍ଥାପନା ଥିଲା ଏକ ଦିବ୍ୟ ଶ୍ଳୋକ ‘ନିଳାଦ୍ରୌ ଶଂଖ-ମଧ୍ୟେ (ଜଗନ୍ନାଥ ବନ୍ଦନା) , ଏହା ହେଉଛି ଏକ ପ୍ରାର୍ଥନା ଯାହା ଆମକୁ ଇଶ୍ୱରୀୟ ଭାବନାର ନିକଟତର କରିଥିଲା,

ଏଥିସହିତ ବ୍ରହ୍ମଦାରୁ ସ୍ମରାମିର ଉପସ୍ଥାପନା କରାଯାଇଥିଲା ଯାହା ସକଳ ଶକ୍ତିର ଉତ୍ସ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଏକ ଆବାହନ ଥିଲା । ପ୍ରକୃତ ଭକ୍ତଙ୍କ ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ହେଉଛି ସବୁଠାରୁ ବଡ ଆଶୀର୍ବାଦ । ଶ୍ରୀ ରୁପକ କୁମାର ପରିଡାଙ୍କ ସଂଗୀତ ରଚନା ଓ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ମୂଳ କୋରିଓଗ୍ରାଫି ସହିତ ସୃଜନର ପ୍ରତିଭାଶାଳୀ ସଦସ୍ୟ ଡାଏନା ଘୋଷଙ୍କ ଦ୍ୱାରା ନବୀକରଣ ହୋଇଥିବା ଗ୍ରୁପ କମ୍ପୋଜିଶନକୁ ନୃତ୍ୟଶିଳ୍ପୀ ଆରାଧ୍ୟା, ଆୟେଶା, ବିଦ୍ୟା ଭାରତୀ, ଲାରଣ୍ୟା, ମନସ୍ମିତା, ସାଧନା ସୋନାଲିକା, ସାଇ ସମ୍ପୂର୍ଣ୍ଣା, ସାଇ ସ୍ୱସ୍ତିକା, ଶ୍ରେୟା ସଙ୍ଗୀତ୍ରା, ଶ୍ରେୟାଶ୍ରୀ ଓ ସ୍ୱସ୍ତିକା ପ୍ରଶଂସନୀୟ ମଂଚ ଉପସ୍ଥିତି ସହ ଉପସ୍ଥାପନ କରିଥିଲେ ।

ଏହାପରେ ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗୀକୃତ କରାଯାଇ ବିଷ୍ଣୁ ସହସ୍ରନାମ (ବିଷ୍ଣୁ ବନ୍ଦନା)ରୁ ଆଉ ଏକ ଶକ୍ତିଶାଳୀ ଶ୍ଳୋକ ଶାନ୍ତାକାରମ ଭୁଜଗଶୟନମ ଉପସ୍ଥାପନ କରାଯାଇଥିଲା । ଡଃ ବିଜୟ କୁମାର ଜେନାଙ୍କ ସଙ୍ଗୀତ ରଚନା ଓ ଚିିତାକର୍ଷକ ସ୍ୱରରେ ପ୍ରସ୍ତୁତ ହୋଇଥିବା ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ଆକର୍ଷଣୀୟ ମୂଳ କୋରିଓଗ୍ରାଫିକୁ ସୃଜନର ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ବେହେରାଙ୍କ ଏକ ଗ୍ରୁପ କମ୍ପୋଜିଶନରେ ପୁନଃପ୍ରସ୍ତୁତ କରାଯାଇଥିଲା । ଯୁବ ନୃତ୍ୟଶିଳ୍ପୀ ଆପୋର୍‌ଧା, ବର୍ଣ୍ଣାଳୀ, ବିଦିଶା, ଚିତ୍ରା, ଗାର୍ଗୀ, ଲୋକୋସ୍ମିତା, ଓମ୍‌ ପ୍ରିୟା, ଏସ୍ ଗୌତମୀ, ସାତ୍ୱିକା, ସମ୍ରିଧି, ସଂଚିତା, ସ୍ମୃତି, ଶ୍ରୀରୂପା, ସ୍ୱାତୀ, ବର୍ଣ୍ଣାଳୀ ଆଦି ସେମାନଙ୍କର ଯୁବ ବୟସ ସତ୍ୱେ ପରିପକ୍ୱତା ସହ ଏକ ଗ୍ରୁପ କମ୍ପୋଜିଶନର ଉପସ୍ଥାପନା କରିଥିଲେ ।

ଏହାପରେ ସ୍ଥାନୀୟ ଅଡିଟୋରିୟମ ସର୍ବବ୍ୟାପୀ ଶ୍ଳୋକ ବକ୍ରତୁଣ୍ଡ ମହାକାୟର ଆଧ୍ୟାତ୍ମିକ ବାଣୀରେ ପ୍ରତିଧ୍ୱନିତ୍ୱ ହୋଇଥିଲା, ଯାହା ମହାନ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରସିୟାଙ୍କ ସଙ୍ଗୀତ ରଚନାରେ ପ୍ରସ୍ତୁତ ହୋଇଥିଲା । ନିଜର ଚମତ୍କାର ନୃତ୍ୟ ପ୍ରଦର୍ଶନୀ ମାଧ୍ୟମରେ ନୃତ୍ୟଶିଳ୍ପୀ ଆଦ୍ୟାଶ୍ରୀ, ଅକ୍ଷିତା, ଅନୁଷ୍କା, ଅନ୍‌ଭିକା, ଦୀପାନ୍ୱିତା, ରିତିଶା, ସାନ୍‌ଭି, ସନ୍‌ଭି, ସ୍ୱସ୍ତିକା ଓ ତେଜସ୍ୱିନୀ ବିଘ୍ନହର୍ତା ଭଗବାନ ବିନାୟକଙ୍କୁ ନିଜର ପ୍ରଣାମ ଜଣାଇଥିଲେ । ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ମୂଳ କୋରିଓଗ୍ରାଫିକୁ ଏହି ସନ୍ଧ୍ୟା ପାଇଁ ସୃଜନର ବହୁମୂଖୀ ପ୍ରତିଭାବାନ ସଦସ୍ୟା ଐଶ୍ୱର୍ଯ୍ୟା ସିଂହଦେବଙ୍କ ଦ୍ୱାରା ଏକ ନୂତନ ଗ୍ରୁପ କମ୍ପୋଜିଶନରେ ସେଟ୍ କରାଯାଇଥିଲା ।

ଏକ ବିରଳ ସୁଯୋଗରେ ଦର୍ଶକମାନେ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ରଚନାରେ ପ୍ରସ୍ତୁତ ଗୁରୁ ଶ୍ରୀ କେଳୁଚରଣ ମହାପାତ୍ରଙ୍କ କାଳଜୟୀ ନୃତ୍ୟ ନିର୍ଦ୍ଦେଶନା ଗତିଭେଦ ପଲ୍ଲବୀର ପ୍ରଦର୍ଶନର ସାକ୍ଷୀ ହୋଇଥିଲେ । ପ୍ରଥମ ଥର ପାଇଁ ୧୯୬୮ରେ ଏହି ପଲ୍ଲବୀକୁ କମ୍ପୋଜ କରାଯାଇଥିଲା ଯାହା ଏହାର ସୂକ୍ଷ୍ମ ତାଳ (ରିଦିମ) ଶୈଳୀ ପାଇଁ ସୁପରିଚିତ ଅଟେ, କାରଣ ଏହାର ବିଭିନ୍ନ ଭାଗ ନୃତ୍ୟଶିଳ୍ପୀଙ୍କ ତାଳକୁ ବୁଝିବାର ଶକ୍ତିକୁ ପରୀକ୍ଷା କରିଥାଏ ।

ଯେହେତୁ ଏହା ତାଳ ଓ ଲୟର ବିବିଧତା ମାଧ୍ୟମରେ ପରିବର୍ତନ ହୋଇଥାଏ, ତେଣୁ ସଙ୍ଗୀତର ଅନ୍ତର୍ନିହିତ ନଗ୍‌ମା (ମେଲୋଡି) ସ୍ଥିର ରହିଥାଏ ଏବଂ ଲୟାତ୍ମକ ବିଭାଜନ ଓ ବିବରଣୀ ସହିତ ତାଳରେ ଭିନ୍ନ ହୋଇଥାଏ । ସ୍ପଷ୍ଟ ଓ ମଜବୁତ ଫୁଟ୍‌ୱର୍କ, ଫର୍ମେଶନ ଓ ପ୍ରଶଂସନୀୟ ଧୈର୍ଯ୍ୟ ସହିତ ନୃତ୍ୟଶିଳ୍ପୀ ଅର୍ଚିସା, ବ୍ରାହ୍ମୀ, ଗାୟତ୍ରୀ, ଗୀତ୍‌, କାବ୍ୟା, ନତାଶା, ପ୍ରତ୍ୟାଶା, ପୁଷ୍ପାଞ୍ଜଳି, ରୋଶ୍‌ନି, ସତାକ୍ଷୀ, ଶିବାଙ୍ଗୀ, ସୋମାଲିନ, ସୁସମ୍ପର୍ଣ୍ଣା, ତନିଷ୍ଠା ଓ ସାଇ ପ୍ରସାଦ ଏହି ଗୁରୁଜୀଙ୍କର ଏହି ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶନାକୁ ପ୍ରଦର୍ଶନ କରିଥିଲେ, ଯାହାକୁ ଏହି ସମାରୋହ ପାଇଁ ସୃଜନର ବରିଷ୍ଠ ସଦସ୍ୟ ଓ ଏକକ ସଙ୍ଗୀତ କଳାକାର ପ୍ରିତିଶା ମହାପାତ୍ରଙ୍କ ଦ୍ୱାରା ଗ୍ରୁପ୍ ଫର୍ମାଟରେ ନୂଆ ରୂପ ଦିଆଯାଇଥିଲା ।

ସନ୍ଧ୍ୟାର ଏକମାତ୍ର ନୃତ୍ୟ ପରେ ଉପସ୍ଥାପନାଗୁଡିକୁ ଦୃଢ ଆଧ୍ୟାତ୍ମିକତା ଓ ଭକ୍ତିପୂର୍ଣ୍ଣ ଅର୍ପଣ ସହ ଜାରି ଥିଲା । କାର୍ଯ୍ୟକ୍ରମରେ ଶେଷ ପ୍ରଦର୍ଶନ ଥିଲା ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଶ୍ରୀ ଶିବ ପଂଚକ୍ଷରାୟ ସ୍ତୋତ୍ରମ ‘ନାଗେନ୍ଦ୍ର ହାରାୟ’ । ଏହାର ମୂଳ କୋରିଓଗ୍ରାଫି ଓ ସଙ୍ଗୀତ ରଚନା କିମ୍ବନ୍ଦନ୍ତୀ ନୃତ୍ୟଗୁରୁ ଗୁରୁ ଶ୍ରୀ କେଳୁଚରଣ ମହାପାତ୍ର ଓ ପଣ୍ଡିତ ଭୁବନେଶ୍ୱର ମିଶ୍ର କରିଥିବା ବେଳେ, ଏହାର ନୂତନ ଗ୍ରୁପ କମ୍ପୋଜିଶନକୁ ସୃଜନର ସମର୍ପିତ ସଦସ୍ୟ ଜି. ସଞ୍ଜୟ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରିଥିଲେ । ନୃତ୍ୟଶିଳ୍ପୀ ଆଞ୍ଜେଲ, ବିଶାଖା, ଚିନ୍ମୟୀ, ସାଇ ସ୍ମୃତି, ଶ୍ରେୟାଙ୍ଗଶ୍ରୀ, ଶ୍ରେୟାଂଶୀ, ଶୁଭାଙ୍ଗୀ, ଶୁଭଲକ୍ଷ୍ମୀ, ସୁଲଗ୍ନା, ସୁମେରା, ସ୍ୱାଗତିକା ଓ ସ୍ୱାଗତ ଆତ୍ମବିଶ୍ୱାସ ଓ ଭକ୍ତିର ସହ ପ୍ରତ୍ୟେକ ଶବ୍ଦ ନ-ମ-ଶି-ବା-ୟକୁ ପ୍ରଦର୍ଶିତ କରିଥବଲେ ।

ଉପସରଣମ ୨୦୨୫ ଓଡିଆ ଅଭିନୟ ‘ନାଚନ୍ତି ରଙ୍ଗେ ଶ୍ରୀ ହରି’ର ଏକ ସୁନ୍ଦର ଉତ୍ସାହପୂର୍ଣ୍ଣ ଓ ସମନ୍ୱିତ ପରିବେଶଷ ସହ ଶେଷ ହୋଇଥିଲା । ଏହି ଓଡିଆ ସଙ୍ଗୀତ ଭଗବାନ ଶ୍ରୀକୃଷ୍ଣଙ୍କ ଆନନ୍ଦ ତଡବ, ଗୋପୀମାନଙ୍କ ସହ ତାଙ୍କର ଆନନ୍ଦମୟ ନୃତ୍ୟକୁ ଉପସ୍ଥାପନ କରିଛି ଯେତେବେଳେ ସେମାନେ ନୃତ୍ୟ ଓ ସଙ୍ଗୀତର ସୌନ୍ଦର୍ଯ୍ୟରେ ନିମଜ୍ଜିତ ହୋଇଥାନ୍ତି । ଗୁରୁ ଶ୍ରୀ କେଳୁଚରଣ ମହାପାତ୍ରଙ୍କ ମୂଳ ନୃତ୍ୟ ନିର୍ଦ୍ଦେଶନା ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ରଚନା ଦର୍ଶକମାନଙ୍କ ମଧ୍ୟରେ ଆନନ୍ଦରର ରସ ସୃଷ୍ଟି କରିଥିଲା ।

ଏହି ସନ୍ଧ୍ୟାର ନବୀକରଣ ରଚନାକୁ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଓ ସୃଜନର ବରିଷ୍ଠ ଅଧ୍ୟାପିକା ଶ୍ରୀମତି ରାଜଶ୍ରୀ ପ୍ରହରାଜ ପ୍ରସ୍ତୁତ କରିଥିଲେ ଯିଏକି ପ୍ରତ୍ୟେକ ବିବରଣୀକୁ ଧ୍ୟାନ ଦେବା ସହ ନିଜର ସକ୍ଷମତା ଓ ମାର୍ଗଦର୍ଶନ ପାଇଁ ପରିଚିତ ଅଟନ୍ତି । ତାଙ୍କ ପ୍ରଶିକ୍ଷଣରେ ନୃତ୍ୟଶିଳ୍ପୀ ଅଭିସିକ୍ତା, ଅମ୍ରିତା, ଆଞ୍ଜେଲିନା, ଦୀପ୍ରନ୍ୱିତା, ପଲ୍ଲୀଶ୍ରୀ, ପ୍ରାଚୀ, ପ୍ରିୟା, ସଗୁନ, ଶିଳ୍ପା, ଶେ୍‌ରୟା, ଶୃତି ଜ୍ୟୋତ୍ସ୍ନା, ସୁଶ୍ରୀ ସଙ୍ଗୀତ ଓ ରାଜ କୁମାର ଏହି ନୃତ୍ୟକୁ ପୂର୍ଣ୍ଣ ଭାବରେ ପାଳନ କରିଥିଲେ, ଯାହା ପ୍ରତ୍ୟେକ ଷ୍ଟେପ ସହ ଆତ୍ମବିଶ୍ୱାସ ଓ ଉତ୍ସାହକୁ ନିସୃତ କରିଥିଲା, ଉଦୀୟମାନ ନୃତ୍ୟଶିଳ୍ପୀ ଭାବେ ସେମାନଙ୍କର ଦୃଢ ନିଷ୍ଠାକୁ ପ୍ରଦର୍ଶିତ କରିଥିଲା ।

ଶ୍ରୀ ଦେବୀପ୍ରସାଦ ମିଶ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ସୁଗମ ପରିଚାଳନା ସୁନିଶ୍ଚିତ କରିଥିବା ବେଳେ ସେ ନିଜର ଚମତ୍କାର ଲାଇଟ ଡିଜାଇନିଂ ସହ ମଂଚ ଓ ନୃତ୍ୟଶିଳ୍ପୀମାନଙ୍କୁ ଉଜ୍ଜ୍ୱଳିତ କରିଥିଲେ । ସୃଜନରେ ଓଡିଶୀର ବାସସ୍ଥାନରେ ଯୁବ ପ୍ରତିଭାମାନଙ୍କୁ ବିକଶିତ ଓ ପ୍ରୋତ୍ସାହିତ କରିବା ସହ ଯୁବ ବୟସରୁ ସେମାନଙ୍କଠାରେ ନୃତ୍ୟ ଓ ପ୍ରଦର୍ଶନରେ ଶାସ୍ତ୍ରୀୟତା ଓ ବୃତିଗତତାର ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସ୍ଥାପିତ ଉପସରଣମ୍ ୨୦୨୫ ଏକ ବଡ ସଫଳତା ଥିଲା ।

ଅଧ୍ୟାପକ, ସୃଜନର ସମସ୍ତ ସଦସ୍ୟ, ପୂର୍ବତନ ଛାତ୍ରଛାତ୍ରୀ, ବରିଷ୍ଠ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଓଡିଶୀ ନୃତ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରାରେ ସହଯୋଗ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହା ଜୀବନର ଏକ ମାଧ୍ୟମ ଭାବେ କଳା ଉପରେ ଏବଂ ଆଗାମୀ ପିଢିଗୁଡିକ ପର୍ଯ୍ୟନ୍ତ କିଭଳି ପରମ୍ପରା ଓ ମୂଲବୋଧକୁ ଅନୁକରଣ ଓ ସଂରକ୍ଷଣ କରାଯାଇପାରିବ ତାହା ଉପରେ ଆମର ବିଶ୍ୱାସକୁ ଆହୁରି ସୁଦୃଢ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version