No Result
View All Result
ଗଜପତି ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗଡ଼ :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ବିଜୟ କୁମାର ଦାଶ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶଙ୍କର କେରକେଟା ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ମୁଖ୍ୟତଃ ବ୍ଲକର ପି.ଅନ୍ତରଡ଼ା, କେରେଡାଙ୍ଗ,
ନୂଆଗଡ଼ ଓ ଲୁହାଙ୍ଗର ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରୁ ନେଟୱର୍କ, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ, ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ଭଳି ସମୁଦାୟ ମୋଟ ୪୬ ଗୋଟି ସମସ୍ୟାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୧୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ଥିବାବେଳେ ୩୩ ଗୋଟି ଗ୍ରାମ ଭିତ୍ତିକ ସମସ୍ୟାର ଅଭିଯୋଗ ଆସିଥିଲା ଓ ସେଥିମଧ୍ୟରୁ ୪ ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରିଥିଲେ ଜିଲ୍ଲା ପ୍ରଶାସନ ।
ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏଥିସହ ୧୧ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା, ୧୦ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା, ୨ଜଣ ଭିନ୍ନକ୍ଷମଙ୍କୁ ୱିଲଚର ବଣ୍ଟନ କରିଥିଲେ । ଏଭିଯୋଗ ଶୁଣାଣିରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର,ତହସିଲଦାର ମୋନାଲିସା ଆଚର୍ଜୀ, ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀଗଣ ଏବଂ ଜନପ୍ରତିନିଧି ଉପସ୍ଥିତ ଥିଲେ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରୁ ଜୟସେନ୍ ରଇତ ଙ୍କ ରିଫୋର୍ଟ ଓଡ଼ିଶା ତାଜା ନ୍ଯଜ୍ ।


No Result
View All Result