No Result
View All Result
ରାଉରକେଲା (ଓଡ଼ିଶା ତାଜା ନ୍ୟୁଜ୍) :- ବୈଦିକ ସନାତନ ଧର୍ମ ଓ ସଂସ୍କୃତିର ସୁରକ୍ଷା ସହିତ ଏହାର ବ୍ୟାପକ ମାତ୍ରାରେ ପ୍ରଚାର ଓ ପ୍ରସାର ଦ୍ୱାରା ସମସ୍ତ ମାନବ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବାର କାର୍ଯ୍ୟ ଚଳାଇଥିବା ଦେଶର ଅନ୍ୟତମ ସାମାଜିକ, ସାଂସ୍କୃତିକ ସଂଗଠନ ଆର୍ଯ୍ଯ ସମାଜ ରାଉରକେଲା ଶାଖା ଦ୍ୱାରା ସ୍ଥାନୀୟ ସେକ୍ଟର-୧୯ ସ୍ଥିତ ଆର୍ଯ୍ୟ ସମାଜ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ସାପ୍ତାହିକ ସତସଙ୍ଗ ଏବଂ ଯଜ୍ଞାନୁଷ୍ଠାନ । ଏହି ଅଵସରରେ ଆୟୋଜିତ ଏକ ଧର୍ମ ସଭାରେ ଯୋଗଦେଇ ଆର୍ଯ୍ଯ ସମାଜର ସକ୍ରିୟ ସଦସ୍ୟ ହରିହର ବେହେରା ନିଜ ବକ୍ତବ୍ୟରେ ମନୁଷ୍ୟର ମାନସିକତାରେ ସୃଷ୍ଟି ହୋଇଥିବା ବିକୃତ ଭାବନା ଯୋଗୁଁ ଆଜି ଦେଶରେ କିମ୍ବା ସମଗ୍ର ବିଶ୍ୱରେ ଅନୀତି ଦୁର୍ନୀତି ଏବଂ ଅମାନବୀୟ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ପ୍ରଥମେ ବିପଥଗାମୀ ହୋଇଥିଵା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ସଂସ୍କାର ଆଣି ନିଜ ପରିବାର, ସମାଜ ଓ ଦେଶପ୍ରତି ସମର୍ପିତ ଭାବନା ନେଇ କାର୍ଯ୍ୟ କରିବାର ମାନସିକତା ନିର୍ମାଣ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । କାରଣ ଜଣେ ସଂସ୍କାରିତ ବ୍ୟକ୍ତି ସମାଜର ହିତକୁ ଗୁରୁତ୍ୱ ଦେଇ ବିବେକ ଅନୁସାରେ କାର୍ଯ୍ୟ କରିଥାଏ ଫଳରେ ବିବେକାନୁମୋଦିତ କାର୍ଯ୍ୟ ସର୍ବଦା ସମାଜର ମଙ୍ଗଳ ହିଁ କରିଥାଏ ବୋଲି ଶ୍ରୀ ବେହେରା କହିଥିଲେ । ଏହି ସତସଙ୍ଗ କାର୍ଯ୍ୟକ୍ରମରେ ବିଚି ମୋହନ ବେହେରା, ଭଗବାନ ପ୍ରଧାନ, ରାମେଶ୍ୱର ପଟେଲ, ଜୁରିଆ ବେହେରା,ବିଶ୍ୱନାଥ ସାହୁ, ଉପେନ୍ଦ୍ର ନାୟକ, ଅନୀଲ ନାୟକ, ବାଲ୍ମୀକି ବିଶ୍ୱାଳ, ବିପିନ ବିହାରୀ ସାମଲ, ଓମ୍ ପ୍ରକାଶ ବେହେରା, ସୁଦେସ୍ନା ନାୟକ, ସଂଗୀତା ପ୍ରଧାନ, ଅମିତା ବଳ, ସାଧନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result