No Result
View All Result
ପାଇକମାଲ (ଓଡ଼ିଶା ତାଜା ନ୍ୟୁଜ୍) :- ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ଼ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ବିୟୋଗରେ ସମଗ୍ର ଅଞ୍ଚଲରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତା ସଂଯୁକ୍ତା ଦେବୀ ସମ୍ବଲପୁର ବିଶ୍ବ ବିଦ୍ୟାଳୟରୁ ବିଏସସି, ବିଇଡି ଡିଗ୍ରୀ ହାସଲ କରିବା ସହ କିଛି ବର୍ଷ ସମ୍ବଲପୁର ସ୍ଥିତ ଶ୍ରୀମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପରେ ପାଇକମାଲ ସ୍ଥିତ ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷକତା କରୁଥିଲେ । ସେ ଜଣେ ଦରଦୀ, ଧର୍ମପରାୟଣା ଏବଂ ଅତ୍ୟନ୍ତ ସ୍ନେହୀ ମହିଳା ଭାବରେ ତାଙ୍କର ଖ୍ୟାତି ଥିଲା । ଶିକ୍ଷା ଓ ଧର୍ମକାର୍ଯ୍ୟ ସହ ସଦା ସର୍ବଦା ସେ ଜଡିତ ଥିଲେ ।
ସମଗ୍ର ଅଞ୍ଚଳର ଶିକ୍ଷା,ଶାସନସଭା ସାଂସଦ ନିରଞ୍ଜନ ବିଶି,କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ବିଜେପୁର ବିଧାୟକ ସନତ ଗଡ଼ତିଆ,ପୂର୍ବତନ ସାଂସଦ ପ୍ରଭାସ ସିଂ, ଡ.ରାମକୃଷ୍ଣ ପୁରୋହିତ,ବିଜେପି ଜିଲ୍ଲା ସଭାପତି ଡ.ଅରୂପା ସାହୁ,ଜିଲ୍ଲା ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ,ପ୍ରିତମ ସିଂ,ଗୋବର୍ଦ୍ଧନ ଭୋଇ,ପ୍ରୀତମ ମେହେର,ପ୍ରୀତେଶ ବହିଦାର,ଯଦୁମଣି ପାଣିଗ୍ରାହୀ,ରାଜକୁମାର ସାହୁ,ସରୋଜ ସାମଲ,ରଞ୍ଜନ ପଣ୍ଡା,ଅଧ୍ୟାପକ ସୁଶାନ୍ତ ମିଶ୍ର,ରାଧେଶ୍ୟାମ, ବିଶ୍ୱଜିତ ଏବଂ ଝାରସୁଗୁଡ଼ା,
ବ୍ରଜରାଜନଗର,ସମ୍ବଲପୁର ଓ ବରଗଡ ଅଞ୍ଚଳରୁ ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା, ସମାଜସେବୀ ଓ ସାମ୍ବାଦିକ ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ସାମ୍ବାଦିକ ବଡ଼ ଶତପଥୀ ସଂଯୁକ୍ତା ଦେବୀଙ୍କ ସ୍ମୃତି ଚାରଣ ଉଦ୍ଧେଶ୍ୟରେ ବୃକ୍ଷ ରୋପଣ କରିବା ପାଇଁ ପରିବାର ବର୍ଗଙ୍କୁ ଏକ ବୃକ୍ଷ ଚାରା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱର୍ଗୀୟା ସଂଯୁକ୍ତା ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିବା ସମସ୍ତ ଅତିଥି ମାନଙ୍କୁ ଶ୍ରୀ ବିଜୟ କୁମାର ପୁରୋହିତ,ଶ୍ରୀ ଗିରିଧାରୀ ପୁରୋହିତ,ବରିଷ୍ଠ ଆଇନଜୀବି ରାମରତନ ପୁରୋହିତ, ସାଂସଦ ପ୍ରଦୀପ ପୁରୋହିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

No Result
View All Result