No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପାକିସ୍ତାନି ଗୋଇନ୍ଦା ସଂସ୍ଥା ସହ ହରିଆଣାର ୟ୍ଯୁଟୁବର ଜ୍ଯୋତି ମାଲହୋତ୍ରା ଓ ଜ୍ଯୋତିଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ସମ୍ପର୍କକୁ ନେଇ ହରିଆଣା ପୋଲିସ, ଓଡିଶା ପୋଲିସ ଓ ପୁରୀ ପୋଲିସ ସହ ଗୋଇନ୍ଦା ବିଭାଗର ଘନ ଘନ ଜେରା କରାଯାଉଛି । ଜ୍ଯୋତିଙ୍କ ସହ ପ୍ରିୟଙ୍କାଙ୍କ କିପରି ସମ୍ପର୍କ ବଢିଲା । ଜ୍ଯୋତି ପୁରୀ ଆସିଥିବା ସମୟରେ କଣ କଣ ତଥ୍ଯ ସଂଗ୍ରହ କରିଛନ୍ତି ସେ ସମ୍ପର୍କରେ ପୋଲିସ ଗୁଡେଇ ତୁଡେଇ ଜେରା କରୁଛି । ଅନ୍ଯପକ୍ଷରେ ଜ୍ଯୋତି ଶ୍ରୀମନ୍ଦିରକୁ ଯାଇଛି ନା ନାହିଁ କଣ କଣ ତଥ୍ଯ ସଂଗ୍ରହ କରିଛି ସେ ସମ୍ପର୍କରେ ଖୋଳତାଡ ଆରମ୍ଭ ହୋଇଛି ।
ପ୍ରିୟଙ୍କା କି ତାଙ୍କ ସମ୍ପର୍କୀୟଙ୍କ ନାମରେ ବ୍ଯାଙ୍କ ଆକାଉଣ୍ଟକୁ କେଉଁ ସୂତ୍ରରୁ ଟଙ୍କା ଆସିଛି ପୋଲିସ ତଦନ୍ତ କରୁଛି । ଯଦି କମ ଦିନର ବନ୍ଧୁତା ଥିଲା ତେବେ ପ୍ରିୟଙ୍କା କିପରି ପାକିସ୍ତାନ କରତାରକୁ ଗଲା ତାକୁ ଜ୍ଯୋତି ସହଯୋଗ କରିଛି କି ନାହିଁ, ସେ ଏକୁଟିଆ ଗଲା ପରିବାରକୁ ନେଲା ନାହିଁ କାହିଁକି,ଏବଂ ସେଠାରେ ସେ କୁଆଡେ କୁଆଡେ ବୁଲିଥିଲା ସେ ସମ୍ପର୍କରେ ଖୋଳତାଡ ଆରମ୍ଭ ହୋଇଛି ।
ପ୍ରିୟଙ୍କା ଇନଷ୍ଟାଗ୍ରାମରୁ ଫଟୋ ଡିଲଟ୍ କରିବା ଓ କାହିଁକି ସଫେଇ ଦେଲା ସେ ସମ୍ପର୍କରେ ମଧ୍ଯ ଚର୍ଚ୍ଚା ହେଉଛି । ସୁନ୍ଦରୀ ବ୍ଲଗର ନାମରେ ଗୁପ୍ତଚର ବୃର୍ତ୍ତି ସମ୍ପର୍କରେ ଗୋଇନ୍ଦା ବିଭାଗ ଖୋଳତାଡ କରୁଛି । କାଶ୍ମୀରର ପହଲଗାମ ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ବଢାଇ ଦିଆଯାଇଥିଲା । ପୁରୀର ଯୁବତୀଙ୍କ ସହ ଜ୍ଯୋତିଙ୍କ ଲିଙ୍କ ଜଣା ପଡିବା ପରେ ଏହି ଘଟଣା ଏବେ ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୁରୀ ଏସପି ବିନୀତ ଅଗ୍ରୱାଲ, ଅତିରିକ୍ତ ଏସପି ସୁଶୀଲ ମିଶ୍ର, ସିଟି ଡିଏସପି ,ଟାଉନ ଥାନା ଆଇଆଇସି ଗୋକୁଳ ଦାସ ଓ ଗୋଇନ୍ଦା ବିଭାଗ ପ୍ରିୟଙ୍କା ର ପରିବାର ଠାରୁ ତଥ୍ଯ ସଂଗ୍ରହ କରୁଛନ୍ତି ।

No Result
View All Result