No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆସନ୍ତାକାଲି ସୋମବାର ଶ୍ରୀକ୍ଷେତ୍ର ଭଉଁରି ଉପଲେକ୍ଷ ପ୍ରତ୍ୟେକ ରଥର ଚକ ସହ ଅଖ ସଂଯୁକ୍ତ ହୋଇ ଡେରା (ଠିଆ) ଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖରେ ତାଳଧ୍ବଜ, ଦର୍ପଦଳନ ରଥ ଓ ଦୋଳବେଦି ରାସ୍ତା ପାଖରେ ନନ୍ଦିଘୋଷ ରଥର ଚକ ଅଖ ସଂଯୁକ୍ତ କରି ଠିଆ ହେବ ।
୨୦ଟି ଚକର କାମ ସମ୍ପନ୍ନ ହୋଇଛି । ତୁମ୍ବର ବାହାରବଳା, ଅଖବିନ୍ଧ ପନ୍ଦରି ବାଡିଆ ହୋଇଛି । ୧୧ଟି ସାଲଗୁଜ, ୨୪ଟି ତିଖ ଗୁଜ, ୨୭ଟି ଜଳଯନ୍ତ୍ର ,୩୨ଟି କୁଡୁକା, ୧୨ଟି ଓରା ଓ ୧୨ଟି ପ୍ରଥମ ଭୂଇଁ ଖମ୍ବୀ ଶେଷ ହୋଇଛି । ରୂପକାର ସେବକ ମାନେ ୧୧ଟି ସାଲଗୁଜରେ ନୃସିଂହଙ୍କ ରୂପ ଖୋଦେଇ ଜାରି ରଖିଛନ୍ତି ।
ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପନ୍ଦାରି, ଅରକଣ୍ଟା ଓ ପନ୍ଦାରି ଚାବି ନିର୍ମାଣ କରୁଛନ୍ତି । ମହାରଣା ସେବକ, ଭୋଇ ସେବକ,କରତୀ ସେବକ, ରୂପକାର ସେବକ, ତୁମ୍ବ ବିନ୍ଧ କାରୀଗର, ପାହି ମହାରଣା ଓ ଓଝା ସେବକ ମାନେ ନିଷ୍ଠାର ସହ ମହାପ୍ରଭୁଙ୍କ ରଥନିର୍ମାଣରେ ନିମଗ୍ନ ରହିଛନ୍ତି ।

No Result
View All Result