• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସେବାର ମୂର୍ତ୍ତିମନ୍ତ ପ୍ରତୀକ

Proprietor Abhimanyu Maharana by Proprietor Abhimanyu Maharana
May 18, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସେବାର ମୂର୍ତ୍ତିମନ୍ତ ପ୍ରତୀକ
Share on FacebookShare on TwitterWhatsapp

ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ସେବା, ସଂକଳ୍ପ ସିଦ୍ଧି, ସାଧନା ଓ ସମର୍ପଣକୁ ଜୀବନର ବ୍ରତଭାବେ ଆପଣେଇଁ ଦୀର୍ଘ ପାଞ୍ଚ ଦଶନ୍ଧିର, କୃଚ୍ଛ୍ର ସାଧନା ପଥରେ ପଥିକ ଡା: ସୁରେନ୍ଦ୍ରନାଥ ଦାସl  ଚାକିରୀର ମୋହ, ଅର୍ଥ ଉପାର୍ଜନର ପନ୍ଥା, ପଦ ପଦବୀର ଲାଳସା କେବେ ବି ବିଚଳିତ କରିନାହିଁ ତାଙ୍କ ଉତ୍ସର୍ଗିକୃତ ଜୀବନର ଦୀର୍ଘ ଚଲାପଥକୁ ବରଂ ଦେଇଆସିଛି ଏକ ସକରାତ୍ମକ ସହଯୋଗ ତାଙ୍କ ନିରନ୍ତର ସେବା କରିବାର ଆଭିମୁଖ୍ୟକୁ l

ଖୋର୍ଦ୍ଧା ଜିଲ୍ଲା ବାଣପୁରର ଏକ ଅଖ୍ୟାତ ପଲ୍ଲୀ “ତୋଟା” ଗ୍ରାମରୁ ୧୯୫୨ ମସିହାରେ ଜନ୍ମ ଏଭଳି ଏକ ବଣ ମଲ୍ଲୀର ମହକ ଦେଶ ତଥା ବିଦେଶରେ ପହଁଞ୍ଚିସାରିଥିଲେ ମଧ୍ୟ ଜାତୀୟ ସ୍ୱିକୃତିର ବାସ୍ତବତାଠାରୁ ଦୂରରେ ରହିବା ବାସ୍ତବିକ ପରିତାପର ବିଷୟ l ଗଞ୍ଜାମ,ପୁରୀ,ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାର ଦୁଃସ୍ଥ, ଦଳିତ, ପିଡୀତ, ଅବହେଳିତ, ଦିବ୍ୟାଙ୍ଗ, ଅନଗ୍ରସର, ପଛୁଆ ଆଦିବାସୀ ଅଧ୍ୟୁସିତ ଇଲାକାରେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ମୁକ୍ତ, ନିଶୁଳ୍କ ଏବଂ ସ୍ୱେଚ୍ଛାକୃତ ଡାକ୍ତରୀ ସେବା ଉପଲବ୍ଧ କରିବା ଏବଂ ସେମାନଙ୍କ ମନମାନସରେ ବସାବାନ୍ଧିଥିବା ଅନେକ ଅନ୍ଧବିଶ୍ୱାସ ଏବଂ କୁସଂସ୍କାରକୁ ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦୂର କରିବା ଥିଲା ତାଙ୍କର ନିରନ୍ତର ପ୍ରୟାସ l

ସତୁରୀ ଅଶି ଦଶକରେ ମ୍ୟାଲେରିଆ ଏବଂ ମସ୍ତିକ ପ୍ରଦାହରେ ଗ୍ରାମୀଣ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସହସ୍ରାଧିକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଥିବା ବେଳେ “ ଜର ଡାକ୍ତର ବୁଟୁବାବୁ” ନାମରେ ପରିଚିତ ଡାକ୍ତର ଦାସ ଜଣେ ଦେବଦୂତ ସାଜି ନିସ୍ୱାର୍ଥପର ସେବା ଯୋଗାଇ ମୃତ୍ୟୁ ମୁଖରୁ ସେମାନଙ୍କୁ ବଞ୍ଚାଇବାର ଏକ ଯୁଗାନ୍ତକାରୀ ସଂଭାବନା ସୃଷ୍ଟି କରିଥିଲେ ଯାହା ଅଦ୍ୟାବଧି ମଧ୍ୟ ଅତୁଟ ରହିଆସିଛି l ବିଭିନ୍ନ ଗ୍ରାମୀଣ ତଥା ଆଞ୍ଚଳିକ ସଭା, ଶୋଭାଯାତ୍ରା, ସ୍ୱାସ୍ଥ୍ୟଶିବିର ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଅନେକ ଦୂରାରୋଗ୍ୟ ବ୍ୟାଧି ଯଥା-ଏଡ୍ସ, କୁଷ୍ଠ, ମ୍ୟାଲେରିଆ, ବସନ୍ତ, ମିଳିମିଳା,

ଡେଙ୍ଗୁ, ରକ୍ତଚାପ, ଡାଇବେଟିସ୍, ହୃଦରୋଗ, ବୃକକ-ଲିଭର ଜନିତ ରୋଗ, ସ୍ନାୟୁ ଜନିତ ରୋଗ, ବାର୍ଦ୍ଧକ୍ୟ ଜନିତ ରୋଗ, ନିଶାଦ୍ରବ୍ୟର ବହୁଳ ଅପବ୍ୟବହାର, କନ୍ୟା ଭ୍ରୁଣ ହତ୍ୟା, ନାରୀନିର୍ଯ୍ୟାତନା, ପରିବେଶ ପ୍ରଦୂଷଣ ତଥା ସବୁଜ ଜଙ୍ଗଲ ଧ୍ୱଂସ, ସାଂପ୍ରଦାୟିକ ଦଙ୍ଗା ତଥା ସାମାଜିକ ଜୀବନର ଅବକ୍ଷୟକୁ ରୋକିବାର ଅନେକ ସଂସ୍କାରଧର୍ମି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଅନେକ ସଫଳତା ହାସଲ କରିବା ସହିତ ଜାତୀୟ-ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇବାର ଗୌରବ ଲାଭ କରିଛନ୍ତି l

ଜଣେ ବରିଷ୍ଠ ଦକ୍ଷ ରୋଟାରିଆନ୍ ଭାବରେ ତାଙ୍କର ସାମାଜିକ ସେବା ଅର୍ଥନୈତିକ ସଂସ୍କାର, ଶୈକ୍ଷିକ ପ୍ରୟାସ ଏବଂ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ସମାଜରେ ଦୁସ୍ଥ, ଦଳିତ, ଅବହେଳିତଙ୍କର ସାମାଜିକ ମାନଦଣ୍ଡ ସମୃଦ୍ଧ କରିବାରେ ଅତ୍ୟନ୍ତ ସହାୟ ହୋଇଆସିଛି l ଡାକ୍ତରୀ ସେବା ଜୀବନର ପେଷା ଥିଲେ ମଧ୍ୟ ନିଶା କିନ୍ତୁ ନିଆରା l ଜଣେ ପ୍ରତିଭାସଂପର୍ଣ୍ଣ ନାଟ୍ୟକାର – ନିର୍ଦ୍ଦେଶକ – ସଂଗୀତଜ୍ଞ ଭାବେ ପଚାଶରୁ ଉର୍ଦ୍ଧ୍ୱ ନାଟକ ରଚନା ଏବଂ ପରିବେଷଣ କରି ଅନେକ ପ୍ରଶଂସା-ପ୍ରଶସ୍ତି ଲାଭ କରିଆସିଛନ୍ତି l ସୂଚନାଯୋଗ୍ୟ ଯେ UNSECO;

PARIS ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ବାର୍ଷିକ ନାଟକ-ନୃତ୍ୟ ମହୋତ୍ସବରେ ୨୦୨୦ ମସିହାରେ ଶ୍ରେଷ୍ଠ ନାଟ୍ୟକାର ଭାବେ ଆନ୍ତର୍ଜାତୀକ ସମ୍ମାନ “ନାଟ୍ୟ ଗୌରବ” ଉପାଧିରେ ସମ୍ବର୍ଦ୍ଧିତ ହୋଇ ରାଜ୍ୟ ତଥା ଦେଶପାଇଁ ସୁନାମ ଆଣିଦେଇଛନ୍ତି l ନିସ୍ୱାର୍ଥପର ସମାଜସେବା ଏବଂ ନିଶୁଳ୍କ ଡାକ୍ତରୀ ସେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସଂଗଠନ ତାଙ୍କୁ “ American Hall of Fame”, “Outstanding Professional Award”, “Contemporary Black Diamond Award”,

ନୂଆଦିଲ୍ଲୀ, କଲିକତାର ବିଭିନ୍ନ ଡାକ୍ତରୀ ଏବଂ ସାମାଜିକ, ଶୈକ୍ଷିକ, ସାଂସ୍କୃତିକ ଅନୁଷ୍ଠାନ ତରଫରୁ “ Doctor of the Millennium”, “Eminent Physician”, “Bharat Gourav”, “Bharat Jyoti”, “Health Excellence Award”, “ Lifetime achievement”, “Glory of Education Award” ଏବଂ ଓଡିଶାରୁ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ଏବଂ ଶାରଳା ପ୍ରତିଭା ସମ୍ମାନ ଭଳି ଅନେକ ଉପାଧି, ସମ୍ମାନ, ପୁରସ୍କାର ଓ ମାନପତ୍ର ବିଭିନ୍ନ କଳା, ସଂସ୍କୃତି, ଶିକ୍ଷା, ସାହିତ୍ୟ, ସମାଜସେବୀ ଅନୁଷ୍ଠାନରୁ ପ୍ରାପ୍ତ ହୋଇଛନ୍ତି l

ଏହା ବ୍ୟତୀତ “ American Biographical Institute, North Carolina” ତାଙ୍କ ଜୀବନୀ ଗ୍ରନ୍ଥ “ International Directory of Experts and Expertise” 2003 ମସିହାରେ ଏବଂ “ United Cultural Convention” 2002 ମସିହାରେ ତାଙ୍କ ଜୀବନୀ ଗ୍ରନ୍ଥ “ Contemporary Who’s Who” ଡାକ୍ତର ଦାସଙ୍କର ସାମଗ୍ରିକ କୃତ୍ତି ଓ କୀର୍ତ୍ତି ବିଶ୍ୱବାସୀଙ୍କ ନିକଟରେ ପହଞ୍ଚେଇ ପାରିଛନ୍ତି୤ ନୂଆଦିଲ୍ଲୀସ୍ଥିତ “ International Publishing House” ତାଙ୍କର ଆତ୍ମ ଜୀବନୀ ଗ୍ରନ୍ଥ “ Best Citizen of India” ରେ ମଧ୍ୟ ଡାକ୍ତର ଦାସଙ୍କର ଦୀର୍ଘ ସିଦ୍ଧି ଓ ସାଧନାର ପ୍ରକୃତ ମୂଲ୍ୟାୟନ କରିଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026
ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version