No Result
View All Result
ସୁନ୍ଦରଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ରାଉରକେଲା :- ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରାଉରକେଲା ଜିଲ୍ଲା ବିଜେପି ତରଫରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ରାଉରକେଲାର ବିଶ୍ରା ଛକ ଠାରୁ ଆରମ୍ଭ ହୋଇଥିଲା । ଏହି ପରାକ୍ରମ ରାଲିରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ସେ ଏକ ସୁସଜ୍ଜିତ ଖୋଲା ଭ୍ଯାନରେ ଚଢ଼ି ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲେ। ତାଙ୍କ ସହିତ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଓ ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଶଶାଙ୍କ ଶେଖର ଜେନା , ପଦ୍ମିନୀ ପାଣିଗ୍ରାହୀ , ଗୁରିନ୍ଦର ସିଂ, ମନୋଜ ମାହେଶ୍ୱରୀ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାସ୍ତାର ଦୁଇ କଡ଼ରେ ଠିଆ ହୋଇ ତ୍ରିରଙ୍ଗା ଯାତ୍ରାକୁ ସ୍ଵାଗତ ଜଣାଉଥିବା ଜନତାଙ୍କୁ ହାତଯୋଡି ସମ୍ମାନ ଜଣାଉ ଥିଲେ ଓ ଜନତାଙ୍କୁ ଏହି ଯାତ୍ରାର ଉଦ୍ଦେଶ୍ୟ ଜଣାଇ ଥିଲେ । ଏହି ବାଇକ୍ ରାଲୀ ଵିଶ୍ରା ଛକଠାରୁ ବାହାରି ରାଉରକେଲା ମୁଖ୍ୟ ରାସ୍ତା ଦେଇ, ଉଦିତନଗର ଆମ୍ବେଦକର ଛକ, ଦେଇ ପାନପୋଷ ଛକ ଠାରେ ପହଞ୍ଚି ଥିଲା। ଏହି ଯାତ୍ରାରେ ବିଜେପି କାର୍ଯ୍ୟକର୍ତ୍ତା, କର୍ମୀ, ବିଭିନ୍ନ ସଙ୍ଗଠନ, ସାଧାରଣ ଜନତା ସାମିଲ ହୋଇ ଥିଲେ । ଏହି ଯାତ୍ରାରେ ମୂରଲୀଧର ଗୌଡ଼, ନୃସିଂହ ଜେନା, ଅଶୋକ ହାଲୱାଇ, ବାବୁ ଭାଇ, ହୁର୍ସି ପ୍ରଧାନ, ଅମରେନ୍ଦ୍ର ଶର୍ମା, ଶୁକଦେବ ପ୍ରଧାନ ଭ୍ରମରବର ବେହେରା , ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ଦିଲ୍ଲୀପ ପଟ୍ଟନାୟକ, ଭବାନୀ କବି, ଜୟ କିରଣ ଖାଲୋକେ।,
ସରୋଜ ଦାସ, ଜଗବନ୍ଧୁ ସାହୁ, ପରୀକ୍ଷିତ ସାହୁ, ସତ୍ୟପ୍ରିୟ ସାହୁ, କୈଳାଶ ରାଉତ, ଅବୋଧ ରାୟ, ସନ୍ତୋଷ ବିରାଟ, ଗୌତମ ଭଗତ, ରାଜକିଶୋର ଭଞ୍ଜ, ବିମଳ ବିଶି, ପ୍ରଣତାପ୍ ଦାସ, ଅଜୟ କଂସାରୀ, ପରେଶ୍ ମିଶ୍ର, ଓମ ପ୍ରକାଶ ଖଣ୍ଡେଲୱାଲ , ରିତା ସିଂ, କମଳା ବାରିକ, ଆଲୋକ ନାୟକ, ଦେବେନ୍ଦ୍ର ବୀର ଗଣ୍ଠିଆ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରଭାକର ସାହୁ, ସନ୍ଦୀପ ଅଗ୍ରୱାଲ, ବାଳକୃଷ୍ଣ ପାଣିଗ୍ରାହୀ, ସୁଶୀଳା ଶର୍ମା, ପ୍ରକାଶ ପାସୱାନ,vସଂଗୀତା କିସ୍ ପଟା, ଗୌତମ ବାଡ଼ା, ସୁଶାନ୍ତ ମହାପାତ୍ର, ଦୀପକ କୁମାର ସାହୁ, କେଦାର ପ୍ରିୟଦର୍ଶୀ, ଭାରତ ଦତ୍ତ ବିଶ୍ଵକର୍ମା, ଜନ ନାୟକ ଆଦି ସହସ୍ରାଧିକ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ଓରାମ ଉଦବୋଧନ ଦେବାସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

No Result
View All Result