ଓଡିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) କୋରାଇ :– କୋରାଇ ବ୍ଲକର ଗୋଳେଇପୁର ପଂଚାୟତ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ହାଟସାହି(ମିର୍ଜାପୁର) ଠାରେ ଅବସ୍ଥିତ ବିରଜା କୋଲ୍ଡଷ୍ଟୋରରେ ଚଳିତ ଖରସ୍ରୋତାରୁ ବନ୍ୟା ପାଣି ପଶି ବ୍ୟାପକ କ୍ଷତି ସାଧିତ ହୋଇଛି । ଚଳିତ ବର୍ଷ ସରକାରୀ ଉଦ୍ୟୋଗରୁ ସଂଗ୍ରହ କରାଯାଇ ଏହି ଶୀତଳଭଣ୍ଡାରରେ ରଖାଯାଇଥିବା ୪୦୦୦ ପ୍ୟାକେଟ ତେନ୍ତୁଳି , ୬୪୦୦ ପ୍ୟାକେଟ ବାଦାମ ମଞ୍ଜି , ୧୨୦୦ପ୍ୟାକେଟ କୋଳଥ , ୬୦୦ ପ୍ୟାକେଟ ଆମ୍ବୁଲ ସହ ମୋଟର ଘର, ଟ୍ରାନ୍ସଫରମର, ବାଉଁଶ ଛାଲି ଆଦି ବ୍ୟବହୃତ ଆସବାବ ପତ୍ରରେ ବନ୍ୟାପାଣି ପଶି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ପ୍ରକାଶ ଯେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ରେଙ୍ଗାଲି ଡ୍ୟାମ ଗେଟ ଖୋଲିଦେବା ଫଳରେ ବ୍ରାହ୍ମଣୀ ନଦୀର ଶାଖା ଖରସ୍ରୋତା ନଦୀରେ ବ୍ୟାପକ ବନ୍ୟା ସୃଷ୍ଟିକରିଥିଲା ଫଳରେ ଖରସ୍ରୋତା ନଦୀପଠା ଅବସ୍ଥିତ ତଣ୍ଡରା, ବରେଇ, ଗୋଲେିପୁ, ସନବିରୁଆ, ବଡତ୍ରିଲୋଚନପୁର, ହାଟସାହି, ମାର୍ଜାପୁର ଆଦି ଅଂଚଳ ବ୍ୟାପକ ଜଳମଗ୍ନ ହୋଇ ଯାଇଥିଲା ।
ଏଥିସହିତ ହଟସାହି ମିର୍ଜାପୁର ଅଂଚଳରେ ଅବସ୍ଥିତ ମା’ବିରଜା କୋଲ୍ଡ ଷ୍ଟେରରେ ପାଣି ପାବ୍ଲିତ ହୋଇ ରହିବା ଫଳରେ ବ୍ୟାକପ କ୍ଷୟକ୍ଷତି ହୋଇଛି । ଏଥିନେଇ ଯୁବଉଦ୍ୟୋଗପତି ଯଯାତି କେଶରୀ ପଣ୍ଡା ଦୁଃଖ ପ୍ରକାଶ କରିବା ସହିତ ଉଚ୍ଚକର୍ତୃପକ୍ଷ ତୁରନ୍ତ ଏହି ସଂସ୍ଥାପ୍ରତି ଦୃଷ୍ଟିପାତ କରି ଆବଶ୍ୟକୀୟ ସହାଯ୍ୟ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ( ରିପୋର୍ଟ- ରଶ୍ମିରେଖା ମଲ୍ଲିକ )
















