No Result
View All Result
ଦଶମରେ ଶ୍ୱେତା ପଣ୍ଡା ଓ ଦ୍ୱାଦଶରେ ଜୟଜିତ୍ ଧଳ ଟପ୍ପର
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) :- ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ଲୋରିୟସ ଇଂଲିସ ମିଡିୟମ ସ୍କୁଲ(ଜେମ୍ସ)ର ଚଳିତବର୍ଷ ସିବିଏସଇ ରେଜେଲ୍ଟ ଉଚ୍ଚକୋଟୀର ହୋଇଛି. ଦଶମ ପରିକ୍ଷାରେ ୯୮.୪ ପ୍ରତିଶତ ନମ୍ବର ରଖି ଶ୍ୱେତା ପଣ୍ଡା ଟପ୍ପର ହୋଇଥିବା ବେଳେ, ୯୪.୮% ରଖି ଅନୁପ ସାହୁ ଦ୍ୱିତୀୟ ଏବଂ ୯୪.୨% ରଖି ଚିତ୍ରାନ୍ସୁ ଗୁପ୍ତା ତ୍ରୁତୀୟ ସ୍ଥାନ ଅଧୀକାର କରିଛନ୍ତି. ସେହିପରି ଦ୍ୱାଦଶ ଶ୍ରେଣୀରେ ୯୭.୨ % ମାର୍କ ରଖି ଜୟଜିତ୍ ଧଳ ଟପ୍ପର ହୋଇଥିବା ବେଳେ ୯୬.୨% ରଖି ଓମକାର ପ୍ରିୟରଞ୍ଜନ ରାଉତ ଦ୍ୱିତୀୟ ଏବଂ ୯୪.୮% ରଖି ଉଲ୍ଲାସଚନ୍ଦ୍ର ରାଉତ ତ୍ରୁତୀୟ ସ୍ଥାନ ଅଧୀକାର କରିଛନ୍ତି.
ଦଶମରେ ମୋଟ ୮୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୧ ଜଣ ୯୦ ପ୍ରତିଶତରୁ ଅଧିକ, ୧୬ ଜଣ ୮୦ ପ୍ରତିଶତରୁ ଅଧିକ ଏବଂ ଅବଶିଷ୍ଟ ୭୦ ପ୍ରତିଶରୁ ଅଧିକ ମାର୍କ ରଖିଛନ୍ତି ପାସ କରିଛନ୍ତି l
ସେହିପରି ଦ୍ୱାଦଶରେ ମୋଟ ୧୦୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୩ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ, ୪୪ ଜଣ ୮୫ ପ୍ରତିଶତରୁ ଉର୍ଦ୍ଧ୍ୱ ଏବଂ ଅନ୍ୟମାନେ ୭୦ ପ୍ରତିଶତରୁ ଅଧିକ ମାର୍କ ରଖି ଉର୍ତ୍ତୀର୍ଣ ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି l
ଜେମ୍ସର ଏହି ସଫଳତା ପାଇଁ ଖୁସୀର ଲହରୀ ଖେଳିଯାଇଥିବା ବେଳେ ସ୍କୁଲର ଚେୟାରମାନ ଦେବେନ୍ଦ୍ର ନାଥ ପତି, ସଭାପତି ଆଡଭୋକେଟ ଅସ୍ମିତା ପତି ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି l ସେହିପରି ଏହି ସଫଳତା ପାଇଁ ଜେମ୍ସର ପ୍ରିନ୍ସପାଲ ନିରଞ୍ଜନ ପାଣିଗ୍ରାହୀ ଏବଂ ସମ୍ପାଦକ ଡକ୍ଟର ଅଭୟ ପତି ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ସାଧୁବାଦ ଜଣାଇଛନ୍ତି l
ପାଠପଢା ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଥିବା ବେଳେ, ଆଗାମୀ ଦିନରେ ଶିକ୍ଷାର ମାନକୁ କିପରି ଆହୁରି ଉଚ୍ଚକୁ ନେଇହେବ, ସେ ବିଷୟରେ ଗୁରୁତ୍ୱ ଦିଆଯାଉଥିବା ଜେମ୍ସ ପକ୍ଷରୁ କୁହାଯାଇଛି l
(କୋରାଇ ରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result