No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ପତ୍ନୀ ଯଦି ଶିକ୍ଷିତା ହୋଇଥାନ୍ତି ବା ସନ୍ତାନ ଜନ୍ମ ପୂର୍ବରୁ ରୋଜଗାର କରୁଥାନ୍ତି; ତେବେ ଏହି କାରଣରୁ ତାଙ୍କୁ ଭରଣପୋଷଣରୁ ବଞ୍ଚିତ କରାଯାଇପାରିବ ନାହିଁ। ପତ୍ନୀ ଯଦି ସନ୍ତାନ ପ୍ରସବ ବା ଯତ୍ନ ପାଇଁ ଚାକିରି ଛାଡ଼ିଥାନ୍ତି; ତାହାହେଲେ ପତି ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ।
ଏପରି ମତ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଣେ ବ୍ୟକ୍ତି ଛାଡ଼ପତ୍ର ମାମଲାରେ ପତ୍ନୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ଭରଣପୋଷଣ ଦେବା ପାଇଁ ପରିବାର ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ବିଚାର ସମୟରେ ବିଚାରପତି ସ୍ବର୍ଣ୍ଣ କାନ୍ତ ଶର୍ମା ଉପରୋକ୍ତ ମତ ଦେଇଛନ୍ତି।

No Result
View All Result