No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ସମ୍ପ୍ରତି ସାରା ବିଶ୍ବରେ ପରିବେଶର ସନ୍ତୁଳନତା ଯୋଗୁଁ ପ୍ରବଳ ରୈ।ଦ୍ରତାପ ଯୋଗୁଁ ସର୍ବସାଧାରଣ ବୁନ୍ଦାଏ ପାଣି ଲାଗି ହନ୍ତସନ୍ତ ହେଉଥିବା ବେଳେ କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କଳିଙ୍ଗ ସୋସିଆଲ ଓ୍ବାର୍କସ୍ କମିଟି ପକ୍ଷରୁ ଏକ ଜଳଦାନ କାର୍ଯ୍ୟକ୍ରମ କମିଟିର ସଭାପତି ଜନାବ୍ ଓ୍ବାସିମୂଲ୍ ହକ୍ ଙ୍କ ଆହ୍ବାନ କ୍ରମେ କଟକର ମିଶନ୍ ରୋଡ଼ ସ୍ଥିତ ଷ୍ଟିଓ୍ବାର୍ଟ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଜନାଦୃତ ଜଳଦାନ କାର୍ଯ୍ୟକ୍ରମକୁ କମିଟିର ଯୁଗ୍ମ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ବାରିକ ପ୍ରଥମେ ଜଳଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ପରେ କମିଟିର ସମ୍ପାଦକ ମହମ୍ମଦ ନିୟାଜ୍ ଅହେମଦ୍ ଙ୍କ ପରିଚାଳନାରେ ଉପଦେଷ୍ଟା ସେକ୍ କଲାମ୍, ଉପ-ସଭାପତି ମହମ୍ମଦ ନୁରୁଲ୍ ଇସଲାମ, କୋଷାଧ୍ୟକ୍ଷ ଜୁନେଦ୍ ଖାନ୍, ସଂଗଠନ ସମ୍ପାଦକ ଖଲିଲ୍ ଖାନ୍, ସଦସ୍ୟ ଶ୍ରୀ ପ୍ରଦୀପ କୁମାର ସାହୁ, ମହମ୍ମଦ ହବିବ୍,
ଶ୍ରୀ ରବିନ୍ଦ୍ର କୁମାର ଦାସ ଙ୍କ ଅନ୍ଯ ସଦସ୍ୟମାନେ ଉପସ୍ଥିତ ରହି ରାସ୍ତାରେ ଯାଉଥିବା ତୃଷାର୍ତ୍ତ ପଥଚାରୀଙ୍କୁ ମିଶ୍ରି, ଲେମ୍ବୁ ପାଣି ପିଇବାକୁ ଦେଇ ଆଶ୍ରିବାଦ ସାଉଁଟି ଥୂଲେ। ପ୍ରାୟତଃ ୪ ଘଣ୍ଟା ଧରି ଚାଲିଥୂବା ଏହି କାର୍ଯ୍ୟକ୍ରମକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି। ଅବଶେଷେ ରେ ସଦସ୍ୟ ଶ୍ରୀ ଜି.ଆନନ୍ଦ ରାଓ ସମସ୍ତ ସହଯୋଗ ଲାଗି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result